ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାଯତର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳକୁ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଗ୍ରସ୍ତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ଆଜି ଛୁଟିଦିନ ତଥା ପ୍ରତିକୂଳ ପାଗ ଥିବା ସ୍ଵତେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମହୋଦୟ ପ୍ରଥମେ ମୁନିଗୁଡା ବ୍ଲକ ସ୍ଥିତ ମୁନିଖୋଲ ଗ୍ରାମ ପଞ୍ଚାଯତ ଅଫିସକୁ ପହଞ୍ଚିଥିଲେ I ସେଠାରେ ଉପସ୍ଥିତ ଥିବା ପଞ୍ଚାଯତର ସରପଞ୍ଚ, ପିଇଓ, ଜିଆରଏସ ଏବ୦ ପିଏମ ଜନମନ ହିତାଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ମିସ୍ତ୍ରୀ , ପଞ୍ଚାଯତ ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି କିଭଳି ପି.ଏମ୍ ଜନମନ ଘର ଆଗାମି ଏକ ମାସ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୩୦ ସୁଧା କାର୍ଯ୍ୟ ସମାପନ କରାଯିବ ତାହାର ଏକ ବିସ୍ତୃତ ଖସଡା ପ୍ରସ୍ତୁତ କରିଥିଲେ I

ଏହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବ୍ଲକର କିଛି ପଦାଧିକାରୀଙ୍କ ସହ ବଡ ଡେଙ୍ଗୁଣି ଗ୍ରାମ ଅଭିମୁଖେ ବାହାରିଥିଲେ ଅଧା ବାଟରେ ଗାଡି ରଖି କିଛି ବାଟ ମୋଟରସାଇକେଲ ଏବ୦ କିଛିବାଟ ଚାଲି ଚାଲି ଯାଇ ବଡ ଡେଙ୍ଗୁଣି ,ସାନ ଡେଙ୍ଗୁଣି ଏବ୦ ଶକଟା ଗ୍ରାମର ପରିସ୍ଥିତି ପରଖିଥିଲେ, ବିଶେଷଭାବରେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପିଭିଟିଜି ଲୋକଙ୍କ ପାଖରେ ପହଞ୍ଚୁଛି କି ନାହି ତାର ସବିଶେଷ ତଥ୍ୟ ଗ୍ରାଉଣ୍ଡ ଜିରୋ ରୁ ନେଇଥିଲେ, ବର୍ଷାଦିନ ପାଇଁ ରାସ୍ତା ଏକ ପ୍ରମୁଖ ଅସୁବିଧା ହେଉଥିବା ଯୋଙ୍ଗୁ ପିଏମ୍ ଜନମନ ରେ ତିଆରି ହେଉଥିବା ଘର ଗୁଡିକର ଅଗ୍ରଗତି ଧିମା ପଡ଼ିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଉପଳ୍ବଧି କଲେ I ହିତାଧିକାରୀ ମାନେ କିଭଳି ଭାବରେ ଠିକ ସମୟରେ ଘର ସରିପାରିବେ ଏବ୦ ତାହା ପାଇଁ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗପ୍ରଦାନ କରିବା ପାଇଁ ବ୍ଲକ କତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଲେ , ଗ୍ରାମରେ ବିଜୁଳି ଓ ପିଇବା ପାଣିର ବ୍ୟବସ୍ତା ଥିବା ଦେଖି ଖୁସି ପ୍ରକଟ କରିବା ସହ କିଭଳି ଭାବରେ ଏମ୍. ଜି. ଏନ୍. ଆର୍. ଈ. ଜି. ଏସ୍ ମାଧ୍ୟମରେ ପିଭିଟିଜି ହିତାଧିକାରୀ ମାନେ ନିଜର ଛେଳି ,ଘୁଷୁରି,କୁକୁଡା ପାଳନ କରି ନିଜେ ଅର୍ଥନୀତି ଦୁଷ୍ଟିକୋଣରୁ ସ୍ଵାବଲମ୍ବୀ ହଇପାରିବେ ତାହା ଉପରେ ଗୁରୁତ୍ଵରୋପ କଲେ I

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚ ଶ୍ରୀ ପାଇକ ଜାକୋକା ,ଏପିଡ଼ି ଆର. ଏଚ୍ ଶ୍ରୀ ପ୍ରଭାତ କୁମାର ଲେଙ୍କା,ପିଇଓ ଶ୍ରୀ ଦିନେଶ କୁମାର ଶବର, ଜିଆରଏସ ଅଜିତ ନାଗ ଏହି ଅଞ୍ଚଳକୁ ମୋଟର ସାଇକେଲ ଓ ଚାଲି ଚାଲି ନେବାରେ ସହଯୋଗ କରିବା ସହ ଲୋକ ଙ୍କ ମୌଳିକ ସମସ୍ୟା କୁ ଉନ୍ନୟନ ଅଧିକାରୀଙ୍କ ସମୁଖରେ ଉପସ୍ଥାପନ କରିଥିଲେ I ତତପରେ ବ୍ଲକ ମୁଖ୍ୟ କାର୍ଯ୍ୟIଳୟ ମୁନିଗୁଡ଼ା ଠାରେ ଏକ ସମୀକ୍ଷା ବୌଠକ ଅନୁଷ୍ଟିତ ହଇଥିଲା I

Leave a Reply

Your email address will not be published. Required fields are marked *