ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ବ୍ୟବସାୟର ର ପେଣ୍ଠସ୍ଥଳ ହେଉଚି ମୁଖ୍ୟ ବଜାର। ରାୟଗଡ଼ ଜିଲ୍ଲାର ୧୧ଗୋଟି ବ୍ଲକ ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ନିର୍ଭର କରନ୍ତି ଏହି ମୁଖ୍ୟ ବଜାର ଉପରେ। କିନ୍ତୁ, ବିଡମ୍ବନାର ବିଷୟ ଏହା ଯେ, ପାର୍କିଁସ୍ଥଳ ଅବରୋଧ କରି ବସିଛନ୍ତି ଉଠା ଦୋକାନୀ । ବ୍ୟବସାୟୀ ମାନେ ରାସ୍ତା ଅବରୋଧ କରି ବସୁଥିବା ବେଳେ, ପୌର ପରିଷଦ ନିର୍ଦ୍ଧିଷ୍ଟ ବଜାର କିମ୍ୱା ଭେଣ୍ଡିଙ୍ଗ ଜୋନ ର ବ୍ୟବସ୍ଥା କରି ପାରୁ ନାହାଁନ୍ତି। ଅନ୍ୟପଟେ ବଜାରକୁ ଆସୁଥିବାର ଲୋକ ନିଜ ନିଜର ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ବଜାରକୁ ଆସିଲେ ନିଜର ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ ରଖିବାକୁ ନିର୍ଦ୍ଧିଷ୍ଟ ସ୍ଥାନ ନାହିଁ। ପ୍ରତ୍ୟେକ ମୂହୁର୍ତ୍ତ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଚୁପ୍ ହୋଇ ବସି ରହିଛନ୍ତି ବୋଲି କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି। ବଜାର ମଝିରେ ରାସ୍ତା ଉପରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ଯଦି କୌଣସି ଅପତ୍ରିକର ଘଟଣା ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ବଜାରକୁ ଆସୁଥିବା କିଛି ଗ୍ରାହକ ଆସନ୍ତଶ ବ୍ୟକ୍ତ କରିଛନ୍ତି। ରଥ ଯାତ୍ରା ସମୟରେ ଲୋକ ଦେଖାଣିଆ ପଲିଥିନ୍ ଧରିବା, ଘୋରଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ବ୍ୟବସାୟୀ ଙ୍କୁ ଫାଇନ ପକାଇ ବର୍ତମନ୍ ହାତ ବାନ୍ଧି ବସିଛି ପୌର ପାରିଷଦ ଓ ସ୍ଥାନୀୟ ପୁଲିସ। ଏହି ବଜାର ମଧ୍ୟ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ସଂଯୋଗ କରୁଥିବା ହେତୁ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଏବଂ ଦୈନନ୍ଦିନ କାର୍ଯ୍ୟରେ ନୁଆ ଟାଉନ୍ କୁ ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ରାସ୍ତା ଉପରେ ସ୍ଥାୟୀ ଭାବରେ ନିଜ ନିଜର ଷ୍ଟଲ୍ ଓ ଠେଲା ଗୁଡ଼ିକ ରଖି ଭଡ଼ାରେ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଅତିଶୀଘ୍ର ଏହିଭଳି ଗମ୍ଭୀର ସମସ୍ୟାର ସମାଧାନ ପୁଲିସ ଓ ପୌର୍ ପରିଷଡ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କରିଲେ ଏହି ଦୈନିକ ବଜାର ଆସିବା ପାଇଁ ଲୋକେ ମୁହଁ ମୋଡ଼ିବେ ଯାହା ରାୟଗଡ଼ ବଜାରର ବ୍ୟବସାୟୀ ମାନେ ଅଧିକ କ୍ଷତି ସହିବେ ବୋଲି ବ୍ୟବସାୟୀକ ମହଲରେ ଚର୍ଚ୍ଚା ଜୋର ଧରିଛି।

