ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ୍ ବାହାଦୂର ଶାସ୍ତ୍ରୀ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ୍ ସ୍ଵାଧୀନତା ଦିବସ, ଜିଲ୍ଲା ପ୍ରଶାସନ, କଳାହାଣ୍ଡିଙ୍କ ତରଫରୁ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ, ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ସକାଳ ୯.୧୫ ମିନିଟ୍ ରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ଓ ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ମହାନ୍ ସ୍ଵାଧୀନତା ସଂଗ୍ରାମୀ ମହାପୁରୁଷ ମାନଙ୍କ ସ୍ମୃତି ଚାରଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ତଥା କଳାହାଣ୍ଡି ଜିଲ୍ଲା ର ମହାନ୍ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ସ୍ନୃତି ଚାରଣ କରି ଥିଲେ। କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ବଜେଟ ଓ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ଶ୍ରୀ ମାଲବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଉତ୍ତର ବନଖଣ୍ଡ ଅଧିକାରୀ ରମେଶ କୁମାର, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଲାଇଭଳନ, ସଭାପତି, ବିଜେପି, କଳାହାଣ୍ଡି, ଯୁଗଳ କିଶୋର ପୋଢ଼, ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଏହି ଜାତୀୟ ଦିବସ ପାଳନ କୁ ଆହୁରି ରୁଦ୍ଧିମନୁ କରିଛି। ସକାଳ ୭ଟା ୩୦ ମିନିଟ ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାକୁ ସମୃଦ୍ଧ ଜିଲ୍ଲା ତଥା ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ ଜିଲ୍ଲାର ସ୍ବାସ୍ଥ୍ୟ, କୃଷି, ଗମନାଗମନ, ଜଳସେଚନ, ଶ୍ରମିକ କଲ୍ୟାଣ, ତୁରନ୍ଧ ଅଭିଯୋଗ ସମାଧାନ ଉପରେ ଉଲ୍ଲେଖ କରି ରାଜ୍ୟ ସରକାରଙ୍କର ସବୁ କ୍ଷେତ୍ରରେ ବଜେଟ ବୃଦ୍ଧି, ସୁଭଦ୍ରା ଯୋଜନା ଭଳି ଅନେକ କଲ୍ୟାଣକାରୀ ଯୋଜନା ଉପସ୍ଥାପନ କରି ଲୋକଙ୍କ ଜୀବନ ମାନଦଣ୍ଡ ଆହୁରି ବୃଦ୍ଧି କରିବାକୁ ରାଜ୍ୟ ସରକାର ଦୃଢ଼ ପ୍ରତିଜ୍ଞା ଅଛନ୍ତି ବୋଲି କହିଥିଲେ। ପତାକା ମଞ୍ଚରେ ମୂଖ୍ୟ ଅତିଥିଙ୍କ ସମେତ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ଦଶମ ବୋର୍ଡ ଏବଂ + ୨ ଶିକ୍ଷା କ୍ଷେତ୍ରରେ ତଥା ପ୍ରତିଯୋଗିତା କ୍ଷେତ୍ରରେ ଉତ୍କୃଷ୍ଟତା ଲାଭ କରିଥିବା ବିଦ୍ୟାର୍ଥୀ /ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ଏପରି ଭବ୍ୟ ଆୟୋଜନ କରିବା ସହ ସଙ୍ଘ ଦ୍ବାରା ମାନପ‌ତ୍ର ଓ ଟ୍ରଫି କୁ ମୁଖ୍ୟ ଅତିଥି ‌ ପ୍ରଦାନ କରିଥିଲେ। ପ୍ୟାରେଡ ପଡିଆ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥ୍ କର୍ମଚାରୀ ଭବନ ରେ ଅନୁଷ୍ଠିତ ରକ୍ତଦାନ ଶିବିରର ଉଦ୍ଘାଟନ, ମୁଖ୍ୟ ଡାକ୍ତରଖାନାର ଜେନେରାଲ ୱାର୍ଡ, ଶିଶୁ ୱାର୍ଡ, ଜିଲ୍ଲା ଚାରାଗାର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ମୂଖ୍ୟ ଅତିଥି ପ୍ରମାଣ ପତ୍ର ସହ କଲେଜ୍ ରୁ ୪୬ ଗୋଟି ପ୍ୟାରେଡ୍ ଦଳ ଅଂଶ ଗ୍ରହଣ କରି ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ,ଏଥିରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ୟାରେଡ୍ ପ୍ରଦର୍ଶନ କରିଥିବା ଦଳ ମୂଖ୍ୟ ଅତିଥି ଓ ସାଂସଦଙ୍କ ଠାରୁ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *