ଚର୍ଚ୍ଚାରେ କାଶୀପୁରର କରିତ କର୍ମା ବିଡିଓ ମହୋଦୟ…!
ଏଥର ସମ୍ଭାଳ ବ୍ୟୁରୋ(ରାୟଗଡା)- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଚର୍ଚ୍ଚିତ ବିଡିଓ ମହୋଦୟ ଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କା ର ମନରେଗା ଦୁର୍ନୀତି ବିରୁଦ୍ଧରେ ରାୟଗଡ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ସମୟରେ ହଠାତ୍ ବିଡ଼ିଓ ଡ. ଅମୃତ ରାଉଳଙ୍କ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେଇଛି। ସୂଚନା ମୁତାବକ ଡ. ରାଉଳ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ କାଶୀପୁର ପଞ୍ଚାୟତ ସମିତିରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ଡ. ରାଉଳ କାର୍ଯ୍ୟରେ ଯୋଗ ଦେବାର ମାତ୍ର ୩ମାସ ଭିତରେ କୋଟି କୋଟି ଟଙ୍କାର ମନରେଗା କାର୍ଯ୍ୟ ରେ ବ୍ଲକର ସବୁ ପଞ୍ଚାୟତ ରେ ଦୁର୍ନୀତି କରିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଦୁର୍ନୀତିକୁ ନେଇ ନୂଆଁ କଥା ପଦାକୁ ଆସିଥିଲା ଯାହାକି ଗୋଟିଏ ବସ୍ତା ସିମେଣ୍ଟ ୧ ଲକ୍ଷ ୮୦ ହଜାର ଟଙ୍କା ରେ କ୍ରୟ ହୋଇଥିବା ଜଣା ପଡ଼ିଥିଲା ସେଇଭଳି ଅନେକ ବିଲରେ ବେନିୟମ ଭାବେ ଦର ପକାଇ ସରକାରୀ ଅର୍ଥ ହଡପ କରିଥିବା ଜଣା ପଡିଥିଲା। ହେଲେ ଏହାକୁ ନେଇ ଜିଲ୍ଲାପାଳ ମହାଶୟ ଙ୍କ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ କାଶୀପୁର ବିଡ଼ିଓଙ୍କ ବଦଳିକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଚିଠି ନମ୍ବର ୨୨୨୩୨/ପି ଆର୍/ ଡି ଡବ୍ଲୁ ୨୬ ସେପ୍ଟେମ୍ବର ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଡ଼ିଓଙ୍କ ବଦଳି ତାଲିକାରେ କାଶୀପୁର ବିଡିଓ ଡ. ରାଉଳଙ୍କ ବଦଳି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରେ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ତା ପରଦିନ ଅର୍ଥାତ୍ ୨୭ତାରିଖରେ ତଦନ୍ତକାରି ଦଳ କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଯାହାକି ବର୍ତ୍ତମାନ୍ ବ୍ଳକ ବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ଏହି ବଦଳି ପଛରେ କିଛି ରହସ୍ୟ ଲୁଚି ରହିଛି କି ? ଏଭଳି ସୂଚନା ମୁତାବକ ତାଙ୍କର କାର୍ଯ୍ୟକାଳ ସମୟରେ ଏହି ଦୁର୍ନୀତି ହୋଇଥିବା ବେଳେ ତାଙ୍କର ଭୂମିକା କଣ ଥିଲା ? ନା ଏହି ଦୁର୍ନୀତି ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ବଦଳି ପ୍ରୟାସ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି। ଅପର ପକ୍ଷରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ପାଇ ରାୟଗଡା ଜିଲ୍ଲା ଉତ୍କଳ ସୂଚନା ଅଧିକାର ମଞ୍ଚ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ୦୩/୦୯/୨୦୨୪ ରିଖ ଦିନ ସୂଚନା ଅଧିକାର ଆଇନ ର ଆବେଦନ ଫର୍ମ ରେ ମନରେଗା କାର୍ଯ୍ୟ ହୋଇଥିବା ସମୂହ ନଥି ପତ୍ର ଯଥା ବିଲ, ଅର୍ଡର ଓ କାର୍ଯ୍ୟ ଆରମ୍ଭ ହୋଇଥିବା ତାରିଖ ଓ ଶେଷ ହୋଇଥିବା ତାରିଖ ସମୂହ ପ୍ରଦାନ ନିମନ୍ତେ ଆବେଦନ କରାଯାଇଥିଲା। କିନ୍ତୁ ବିଡିଓ ବାବୁ ଏହାକୁ ନାଲି ଫିତା ତଳେ ବାନ୍ଧି ରଖିଥିବା ଏବେ ସ୍ଵଷ୍ଟ ବାରି ହେଉଛି l ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଯାଏଁ ବିଡିଓ ଶ୍ରୀ ରାଉଳ ଙ୍କ ବଦଳି ସ୍ଥଗିତ ରଖାଯାଉ ବୋଲି ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ରାୟଗଡା ଜିଲ୍ଲା ଆବାହକ ଶ୍ରୀ ଶକ୍ତି ଦାଶ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କୁ ଅନୁରୋଧ ପୂର୍ବକ ପତ୍ର ପ୍ରଦାନ କରିଛନ୍ତି l

