Site icon Ethara Sambhala

 ପଦ୍ମପୁର ରେ ଶ୍ରୀ ରାମ ଲକ୍ଷ୍ମଣ ଓ ମାତା ସୀତା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ।

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ଼ା ଜିଲ୍ଲାର ପଦ୍ମପୁର ଐତିହାସିକ ନୀଳକଣ୍ଠେଶ୍ଵର ମନ୍ଦିର ପାର୍ଶ୍ଵରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଙ୍କ ବିଗ୍ରହ ସହ ପବନ ପୁତ୍ର ହନୁମାନ ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।ଗତ୧୯ ତାରିଖ ଠାରୁ ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ପ୍ରଥମ ଦିନ ଶହସ୍ରାଧିକ କଳସ ସହ ଗଙ୍ଗା ଆବାହନ ପୃବକ ଘଟ ସ୍ଥାପନ କରାଯାଇ ଥିଲା।କମକାଣ୍ଡ  ବିଶାରଦ ତଥା ରାଷ୍ଟିୟ ଜ୍ୟୋତିବିଦ ସଂସ୍ଥାନ ଦ୍ଵାରା ପୁରସ୍କୃତ ପଣ୍ଡିତ ବିଷ୍ଣୁ ପ୍ରସାଦ ଦାସଶର୍ମା ଓ ପୁରୋହିତ ନୃସିଂହ ସାମନ୍ତରାୟ ଙ୍କ ଦ୍ଵାରା ଅନ୍ନଯଜ୍ଞ,ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ନାମ ଯଜ୍ଞ ଓ ଗୋ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା।୨୦ତାରିଖଦିନ ଯଜ୍ଞ କମାରମ୍ଭ, ବ୍ରାହ୍ମଣ ବରଣ, ସୂର୍ଯ୍ୟ ପୃଜା,ଗୋ ପୂଜନ,ବୈଷ୍ଟବାଗ୍ନି ସ୍ଥାପନ କରାଯାଇଥିବା ସମୟରେ ୨୧ତାରିଖରେ ନିତ୍ୟଯଜ୍ଞାରମ୍ଭ, ଦେବତା ଆବାହନ, ଆଦି କରାଯାଇଥିବା ବେଳେ ଆଜି ଅର୍ଥାତ୍ ୨୨ତାରିଖ ଦିନ ଶ୍ରୀ ରଘୁନାଥ ଜୀୟୁ ଙ୍କ ଚଳନ୍ତି ପ୍ରତିମା କୁ ହଜାର ହଜାର ଭକ୍ତଙ୍କ ଦ୍ଵାରା ଏକ ସୁସଜ୍ଜିତ ପାଲିଙ୍କି ରେ ବସାଇ ସହର ପରିକ୍ରମା କରାଯାଇ ଥିଲା। ପରେ ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ସେବନ ର ବନ୍ଦେବସ୍ତ କରାଯାଇଥିବା ବେଳେ ଅପରାହ୍ନ ରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା। ପରେ ସନ୍ଧ୍ୟାରେ ସାମୁହିକ ଦୀପଦାନ ଅନୁଷ୍ଠିତ ହୋଇଥୁବା ସମୟରେ ବିଗ୍ରହମାନଙ୍କୁ ସର୍ବସାଧାରଣ ଦଶନ କରିଥିଲେ। ଏଥିନିମନ୍ତେ ପଦ୍ମପୁର ସହରର ସମସ୍ତ ଆମିଷ ଦୋକାନ ବନ୍ଦ୍ ରହିଥିଲା।ସମଗ୍ର ସହର ସାରା ଘର ଲୋକେ ନିଜ ଘର ଦାଣ୍ଡରେ ପୃଣ୍ଣକଳସ ସ୍ଥାପନା କରି ଶ୍ରୀରାମଚନ୍ଦ୍ର ଙ୍କୁ ଆବାହନ କରିଥିଲେ।

Exit mobile version