!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମୀନକେତନ ସ୍ନାତକ ମହାବିଦ୍ୟାଳୟ , ଗୁରାଣ୍ଡି ରେ ଆଜି ଉଦ୍ ଘାଟନ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ , ଗୁରୁ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଯୁବପିଢ଼ି ମାନକୁ କଳା , ସଂସ୍କୃତିର ମୁଖ୍ୟ ଆଭିମୁଖ୍ୟ ବିଷୟ ରେ ନିଜର ମତ ପ୍ରକାଶ କରିଥିଲେ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ କଳା ସଂସ୍କୃତି କ୍ଷେତ୍ରରେ ବିପୁଳ ପରିମାଣରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା କୁ ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ନିଜର ଅଭିଭାଷଣ ରେ ମତ ରଖିଥିଲେ। ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଜି.ନାଗେଶ୍ୱର ରାଓ ଛାତ୍ର , ଛାତ୍ରୀ ମାନଙ୍କୁ କଳା , ସଂସ୍କୃତି , କ୍ରୀଡା ପ୍ରତି ଥିବା ଗୁରୁତ୍ୱ ବର୍ଣ୍ଣନା କରିଥିଲେ ଯାହା ଦ୍ୱାରା ଶରୀର ସୁସ୍ଥ ରହିବ କଥା ବି ଛାତ୍ର ଛାତ୍ରୀ ମାନଙ୍କୁ କହି ନିଜର ଅଭିଭାଷଣ ରଖିଥିଲେ। ନୋଡାଲ ଅଫିସର ତଥା ରାଜନୀତି ବିଜ୍ଞାନ ର ଅଧ୍ୟାପକ ପ୍ରତ୍ୟେକ ମାନବ କଳା ସଂସ୍କୃତିର ଅଂଶବିଶେଷ। ପ୍ରତ୍ୟେକର ପ୍ରତିଭା ରହିଛି ଲୁକାୟିତ ଅବସ୍ଥାରେ ସେହି ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ପ୍ରତିଧ୍ୱନ୍ଦିତା ସୁବର୍ଣ୍ଣ ସୁଯୋଗ। ସୁନିତା ବେହେରା ଇତିହାସ ବିଭାଗ ର ଅଧ୍ୟାପିକା ଅତିଥି ପରିଚୟ ଦେଇଥିବା ବେଳେ , ଇଂରାଜୀ ବିଭାଗ ର ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅର୍ଥନୀତି ବିଭାଗ ର ଅଧ୍ୟାପକ ଲମ୍ଭୋଦର ରାଉତ ଉକ୍ତ କାର୍ଯ୍ୟକ୍ରମ ରେ ବିପୁଳ ପରିମାଣ ରେ ଯୋଗଦେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଅନୁରୋଧ କରିଥିଲେ। ତେଲୁଗୁ ଅଧ୍ୟାପକ ଭାନୁଶ୍ରୀ ଉକ୍ତ କାର୍ଯ୍ୟକ୍ରମ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାବିଦ୍ୟାଳୟ ର ଅନନ୍ୟ ସମସ୍ତେ ଅଧ୍ୟାପକ , ଅଧ୍ୟାପିକା , ସମସ୍ତ କର୍ମଚାରୀ , ବିପୁଳ ଛାତ୍ର , ଛାତ୍ରୀ ଯୋଗଦେଇଥିଲେ। ବହୁତ ଛାତ୍ର ଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।