ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ;କୃଷି ମେଳାରେ ଦଶଜଣ କୃଷକ ସମ୍ମାନିତ…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର)-ସ୍ଥାନୀୟ ଚଇତି ପଡ଼ିଆରେ ଆଜି ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଛି । ଏହି ମେଳା ରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି କୁ ନେଇ ୨୬ ଟି ଷ୍ଟଲ କରାଯାଇଥିଲା । ସବୁ ବର୍ଗର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ରିହାତି ମୂଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କୃଷକମାନେ ଚାଷ ପ୍ରଣାଳୀ ର ମାନଦଣ୍ଡ ବୃଦ୍ଧି କରି ଭଲ ଫସଲ ଅମଳ କରିପାରିବେ । ପ୍ରଥମ ଦିନରେ ଗୁଣୁପୁର, ରମାନଗୁଡା ର ୫୦ ଜଣ ଚାଷୀ ଆଲୋଚନା ଚକ୍ର ରେ ଭାଗନେଇ ବିଭିନ୍ନ କୃଷି ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କୃଷକ ବିନ୍ଦୁ ବାସିନି ପାତ୍ର, ପୁନିଆ ଶବର, ନାରାୟଣ ଶଡର, ବଦନା ବୈକୁଣ୍ଠ ରାଓ, ସ୍ବର୍ଣ୍ଣ କଣ୍ଡାଗିରି, କରୁଣାକର ବେହେରା, ବୈରାଗୀ ତୋହିକା, ଟଙ୍କ ଶବର, ତ୍ରିନାର୍ଥ ମାଣ୍ଡାଙ୍ଗୀ, ଭାନୁ ପ୍ରଶାଦ ପାଢିଙାକୁ ସମ୍ମାନୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲ୍ଲୀ ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, କୃଷି ଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରା, ମୁନିଗୁଡା ବ୍ଲକ୍ କୃଷି ଅଧିକାରୀ ଚିତ୍ତ ରଞ୍ଜନ ଶତପଥୀ,ଡ଼ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଉତ୍ତମ କୁମାର ଦାସ ଓ ଭାଗ୍ୟଶ୍ରୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *