ଗୁଣୁପୁର କୋର୍ଟ ପରିସର ରେ ସମ୍ବିଧାନ ଦିବସ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ – (ଗୁଣପୁର) ଗୁଣପୁର କୋର୍ଟ ପରିସର ରେ ସମ୍ବିଧାନ ଦିବସ ଅନୁଷ୍ଠିତ ଶପଥ ନେଲେ ବିଚାରପତି ଙ୍କ ଠାରୁ ଆରମ୍ବ କରି ସମସ୍ତ ଓକିଲ ଏବଂ ଷ୍ଟାଫ ଆଜି ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କୋର୍ଟ ପରିସର ରେ ତାଲୁକ ଲିଗାଲ ସହାୟତା କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅତିଥି ଭାବେ ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର ପ୍ରଥମଶ୍ରେଣୀ ବିଚାରପତି ଦେବନ ସତ୍ୟଦର୍ଶି ନନ୍ଦ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ବାର ସଭାପତି ଉମା ପଟନାୟକ ଏବଂ ଲିଗାଲ ରିଟନର ରମେଶ ଲିମା ଏହି କାର୍ଯ୍ୟକ୍ରମ ରେ ସମ୍ବିଧାନ ଦିବସ ଏବଂ ଏହାର ତାତ୍ପର୍ଯ୍ୟ ଉପରେ ସମସ୍ତ ଅତିଥି ବୁଝାଇ ଥିଲେ lଏହି ଅବସର ରେ କାର୍ଯ୍ୟକ୍ରମ କୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ରମେଶ ଲିମା ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *