Site icon Ethara Sambhala

ଅନ୍ନଜଜ୍ଞରେ ଭାଗନେଲେ ୫୦ ହଜାର ଭକ୍ତ ; ୨୪ ପ୍ରହର ପରେ ବଡଦାଣ୍ଡ ରେ ସରିଲା ନଗରି । 

ଗୁଣପୁର (ଏଥର ସମ୍ଭାଳ ବ୍ୟୁରୋ)-ଘଣ୍ଟ ମୃଦଙ୍ଗ ଓ ଝାଞ୍ଜ ର ତାଳେ ତାଳେ କମ୍ପି ଉଠୁଥିଲା ବଡଦାଣ୍ଡ। ଚାରିଦିନ ଧରି ହରେରାମ ହରେକୃଷ୍ଣ ନାମ ଜପୁଥିଲେ ହଜାର ଜାର ଶ୍ରଦ୍ଧାଳୁ। ଗୋଟିଏ ପଟେ ଚାଲିଥିଲା ଅନ୍ନଜଜ୍ଞ ଓ ଅନ୍ଯପଟେ ଚାଲିଥିଲା ନାମଜଜ୍ଞ। ଦାତ୍ତା କିଏ, କର୍ତ୍ତା କିଏ ଓ ସେବକ କିଏ ଜାଣିବାର ଉପାୟ ନଥିଲା। ସବୁ ସେଇ କାଳିଆର ଲିଳାରେ ଚାରିଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଚାଲିଥିବା ୨୪ ପ୍ରହର ନାମଜଜ୍ଞ ଆଜି ସରିଛି ।ଏହି ଚାରିଦିନ ମଧ୍ୟରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ଅନ୍ନଜଜ୍ଞ ରେ ଭାଗ ନେଇଥିବା ବେଳେ ସମସ୍ତେ ଆର୍ଥିକ ଓ ଶ୍ରମ ଦାନ କରି ପ୍ରଶାଦ ପାଇଥିଲେ। ଅନ୍ଯପଟେ ଗୁଣପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ଟି ସଂକୀର୍ତ୍ତନ ମେଳ ଏହି ନାମଜଜ୍ଞ ରେ ଭାଗ ନେଇଥିଲେ। ଅଞ୍ଚଳର ବହୁତ ବରିଷ୍ଠ ଗୁରୁମାନେ ମଧ୍ୟ ଏହି ୨୪ ପ୍ରହର ନାମଜଜ୍ଞ ରେ ନିଜର ବିଦ୍ଯା ଦେଖେଇଥିଲେ। ଆଜି ନଗରି ରେ ଗୁଡାରୀ ର ଶିବ ଲିଙ୍ଗିପୁର ଓ ରାମନାଗୁଡା ବ୍ଲକର ଅମଡିଙ୍ଗ୍ ର ଦୁଇଟି ସଂକୀର୍ତ୍ତନ ମଣ୍ଡଳୀ ଭାଗନେଇ ନଗର ପରିକ୍ରମା କରି ରାଗ ରାଗିଣିରେ ଭଜନ ଜଣାଣ ପରିବେଷଣ କରି ନିଜ ମଣ୍ଡଳୀ ର ବିଦ୍ଯା ଦେଖେଇଥିଲେ। ଏହାପରେ କିର୍ତ୍ତନ ଭୂମି ଉପରେ ଦଧିହାଣ୍ଡି ଭଙ୍ଗା ଯାଇ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଡଃ ସତ୍ଯ ପ୍ରକାଶ ପଣ୍ଡା, କାର୍ଯ୍ଯକାରି ସଭାପତି ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା, ବରିଷ୍ଠ ସଦଶ୍ଯ ତିରୁପତି ମହାନ୍ତି, ଜିତୁ ନାୟକ, ଗଦା ପଣ୍ଡା, ସନ୍ତୋଷ ପଣ୍ଡା, ସଦା ପଣ୍ଡା, ବାପି ପଣ୍ଡା, ରବି ପଣ୍ଡା, ଗୌରୀ ପଣ୍ଡା, ଫକିର ନାୟକ, ସୋମନାଥ ମହାନ୍ତି ପ୍ରମୁଖଙ୍କ ପ୍ରତକ୍ଷ ତତ୍ବାବଧାନରେ ଏହି କାର୍ଯ୍ଯକ୍ରମ ଆଜି ଶାନ୍ତି ଶୃଙ୍ଖଳାର ସହ ସରିଛି।

Exit mobile version