ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ନୂଆକରି ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଛନ୍ତି ସ୍ବସ୍ତିକ ଜମାଦାର। ଜଣେ ଦକ୍ଷ ଓ କାମିକିଆ ଭାବେ ଏହି ଯୁବ ଅଧିକାରୀ ଙ୍କ ବେସ୍ ସୁନାମ ରହିଥିବା କୁହାଯାଏ। ମଙ୍ଗଳବାର ଶ୍ରୀ ଜମାଦାର ଏଠାରେ ଦାୟିତ୍ବ ଗ୍ରହଣ କରିବା ପରେ ଏଠାରେ କାର୍ଯ୍ଯରତ ନିର୍ବାହୀ ଅଧିକାରୀ ସତ୍ଯ ସମ୍ପୁର୍ଣ୍ଣା ରାଉତ ରିଲିଭ୍ ହୋଇଛନ୍ତି। ଏହାପରେ ଆଜିଠାରୁ ପୌରାଞ୍ଚଳରେ ନିଜ କାର୍ଯ୍ଯ ଆରମ୍ଭ କରିଛନ୍ତି ଏହି ନୂଆ ଅଧିକାରୀ। ହେଲେ ରାଜନୈତିକ ବିବାଦ ପାଇଁ ସବୁବେଳେ ଅଫିସର ମାନେ ହଇରାଣ ହୋଇ ଆସୁଥିବା ଏହି ୧୯ ଓ୍ବାର୍ଡ ବିଶିଷ୍ଟ ଏହି ପୌର ପରିଷଦ ରେ ସ୍ଥିରତା ଆଣିବା ଓ ପୌରାଞ୍ଚଳର ସୁପରିଚାଳନା କରିବା ଏବେ ଏହି ନୂଆ ଅଧିକାରୀ ଙ୍କ ପାଇଁ ନୂଆ ଚ୍ଯାଲେଞ୍ଜ୍ ହୋଇ ଛିଡା ହୋଇଛି। ୫୦ ହଜାର ଲୋକ ବସବାସ କରୁଥିବା ଏହି ସହରଟି ହେଉଛି ଗୋଟିଏ ଉପଖଣ୍ଡ ର ସଦର ମହକୁମା। ଏଠାରେ ଚାରୋଟି କୋର୍ଟ, କଚେରୀ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସଡିପିଓ ଙ୍କ କାର୍ଯ୍ୟାଳୟ ଓ ଉପଖଣ୍ଡ ଡାକ୍ତରଖାନା ରହିଛି। ଏଠାକୁ ଦୈନନ୍ଦିନ ନେତା ମନ୍ତ୍ରୀ ଓ ଭିଭିଆଇପିଙ୍କ ଆତଯାତ ହୁଏ। ବଂଶଧାରା ନଦୀର ଦୁଇ ପାର୍ଶ୍ବକୁ ନେଇ ଗଠିତ ଏହି ସହର। ଏଣୁ ଏଠାକାର ପରିମଳ ସଫେଇ ଠାରୁ ଆରମ୍ଭ କରି ଆଲୋକ, ପାଣି, ରାସ୍ତାଘାଟ ର ଉନ୍ନତି ସମେତ ଲୋକଙ୍କ ମୌଳିକ ସୁବିଧା ଉପରେ ଧ୍ଯାନ ଦବା ଜରୁରୀ ଏଠି । କିନ୍ତୁ ପୌର ପରିଷଦ ରେ ସବୁବେଳେ ଅସ୍ଥିରତା ଯୋଗୁଁ ସବୁ ନିର୍ବାହୀ ଅଧିକାରୀ ଭଲଭାବେ କାମ କରିବା ପୁର୍ବରୁ ଏଠାରୁ ତାଙ୍କୁ ହଟାଇ ଦିଆଯାଉଥିବା ନଜର ରହି ଆସିଛି।
ବିଶେଷ କରି ଶାସକ ଦଳର ଜୈନକ ନେତା ଏହି ସହରରେ ନିଜର ପତିଆରା ବଢାଇବା ପାଇଁ ଲମ୍ବା ସମୟ ଧରି ପୌର ପରିଷଦ ରେ ଅସ୍ଥିରତା ଶୃଷି କରି ଆସୁଥିବା ବେଳେ ବାରମ୍ବାର ଅନାସ୍ଥା କରାଇବା, ନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି କରାଇବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ ସହରରେ ଜନ ଅଶାନ୍ତି ଶୃଷ୍ଟି ହୋଇ ଶାସକ ଦଳର ଭୋଟ ପ୍ରଭାବିତ ହବାସହ ପୌର ପରିଷଦ ରେ ମଧ୍ୟ ଅସ୍ଥିରତା ଦେଖା ଦେଉଛି। ଏଣୁ ଏବେ ନୂଆକରି ଆସିଥିବା ଏହି ଅଧିକାରୀ ଏସବୁ ପରିସ୍ଥିତିକୁ କିଭଳି ମୁକାବିଲା କରି ସହରର ବିକାଶ ଉପରେ ଧ୍ଯାନ ଦେବେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଏଠାରେ ଲଗାତର ଭାବରେ ବିଜେଡି ର ପରିଷଦ ଗଠନ ହୋଇ ଆସୁଥିଲେ ହେଁ ଏଥର ପୌର ପରିଷଦ ରେ ପ୍ରଥମ କରି ସିଧା ନିର୍ବାଚନ ହେଲା ଓ ସ୍ବାଧିନ ଗୋଷ୍ଠୀ ହାତକୁ ପରିଷଦ ଗଲା। ଲମ୍ବା ସମୟର କଂଗ୍ରେସ ରାଜ୍ କୁ ହଟାଇ ପ୍ରଥମ କରି ଅଷ୍ମିତା ବାଉରୀ ଏହି ପରିଷଦ ର ଅଧ୍ଯକ୍ଷା ହୋଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ଅନାସ୍ଥାକୁ ସାମ୍ନା କରିବାକୁ ପଡିଥିଲା। ତାପରେ ବିଜେଡିର ଶିବ ପ୍ରଶାଦ ଗୌଡ ଅଧ୍ଯକ୍ଷ ହୋଇ ପୁରା ପାଞ୍ଚବର୍ଷ ରହିଥିଲେ। ତାପରେ ବିଜେଡିର କବିତା ଶବର ଅଧ୍ଯକ୍ଷା ହୋଇଥିଲେ ହେଁ ତାଙ୍କୁ ମଧ୍ୟ ଅନାସ୍ଥାର ସାମ୍ନା କରିବାକୁ ପଡିଥିଲା। ସେହିପରି ଗତ ୨୦୧୬ ରେ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଏଠାରୁ ବଦଳି ହୋଇ ଯିବାପରେ ଚରଣ ବେହେରା, ରାମକୃଷ୍ଣ ସାହୁ, ଭାବଗ୍ରାହୀ ସାହୁ, ଉମା ପ୍ରଶାଦ ଦାସ, ସତ୍ଯ ସମ୍ପୁର୍ଣ୍ଣା ରାଉତ, ପ୍ରଭାତୀ ଝୋଡିଆଙ୍କ ଭଳି ୬ ବର୍ଷରେ ୬ଜଣ ନିର୍ବାହୀ ଅଧିକାରୀ ବଦଳିଲେଣି। ଜଣେ ଅଧିକାରୀ ଅଫିସ ସହ ଯୋଡିହବା, ସହରକୁ ଚିହ୍ନିବା, ଲୋକଙ୍କ ସହ ମିଶିବା ଓ ନିଜ ତରିକାରେ ଉନ୍ନୟନ କାର୍ଯ୍ଯକୁ ଆଗକୁ ବଢାଇବା ବେଳକୁ ତାଙ୍କୁ ବଦଳି କରାଯାଉଛି। ଜଣେ ଶାସକ ଦଳର ନେତାଙ୍କ ଦ୍ବାରା ଏଭଳି ବିଭ୍ରାଟ ଦେଖା ଦେଉଥିବା ପ୍ରଚାର ପରେ ଗତ ପୌର ନିର୍ବାଚନରେ ସମସ୍ତ ଚେଷ୍ଟା ପରେବି ଏଠାରେ ଲୋକ ଶାସକ ଦଳପ୍ରତି ବିମୁଖ ହୋଇ ସ୍ବାଧିନ ଗୋଷ୍ଠୀ ପ୍ରତି ଭରଶା ଜୁଟାଇଥିଲେ। ସେହି ସ୍ବାଧିନ ଗୋଷ୍ଠୀ ମଧ୍ୟ ବିଜେଡି ଦଳର ହୋଇଥିବାରୁ ରାଜ୍ଯ ନେତୃବର୍ଗଙ୍କ ତାଙ୍କପ୍ରତି ଶୂଭଦୃଷ୍ଟି ରହିଥିବା କୁହାଯାଉଛି। ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପୌର ପରିଷଦ ପାଇଁ ଅନୁକୂଳ ମନୋଭାବ ନେଇ କାମ କରୁଥିବା ଦେଖାଯାଉଛି। ଯାହା ଫଳରେ ରାଜ୍ଯ ସରକାରଙ୍କ ପକ୍ଷରୁ ଏହି ପୌର ପରିଷଦ କୁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇ ସହରରେ ବିକାଶ କାର୍ଯ୍ଯ ଧୃତ ଗତିରେ ଚାଲିଛି। ଏଭଳି ସ୍ଥିତିରେ ପୁଣି ଏବେ ନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି। ଉତ୍ସାହର ସହ କାମ କରୁଥିବା ଅଧିକାରୀ ମାନଙ୍କୁ ରାଜନୈତିକ କଳିରୁ ଟାର୍ଗେଟ କରାଯାଇ ବଦଳି କରାଯାଉ ଥିବାରୁ ଏଠାକୁ ନୂଆ ଅଧିକାରୀ ମାନେ ଆସିବାକୁ ଇଛା ପ୍ରକାଶ କରୁନାହାନ୍ତି। ଫଳରେ ସରକାରଙ୍କ ଠାରୁ ଅନୁଦାନ ଆସୁଥିଲେ ମଧ୍ୟ ବିକାଶ ଧାରାରେ ପ୍ରତିବନ୍ଧକ ଶୃଷ୍ଟି ହେଉଛି। ଏବେ ନୂଆକରି ପୌର ପରିଷଦ ରେ ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇଥିବା ଅଧିକାରୀ ଜଣଙ୍କ ମଧ୍ୟ ଏଠାକୁ ଆସିବାକୁ ଇଛା ପ୍ରକାଶ ନକରି ଅନ୍ଯତ୍ର ଯିବାକୁ ଚାହୁଁଥିଲେ ମଧ୍ୟ ସରକାର ଙ୍କ କଡା ନିର୍ଦ୍ଧେଶ ନାମା ପରେ ତତ୍କାଳ ଆସି ଦାୟିତ୍ବ ନେଇଥିଲେ। ଏଣୁ ଏଭଳି ସ୍ଥିତିରେ ଏହି ପୌର ପରିଷଦ ରେ କିଭଳି ସ୍ଥିରତା ଆସିବ ଓ ବିକାଶ କାର୍ଯ୍ଯ କିଭଳି ତ୍ବରାନ୍ବିତ ହବ ତା ଉପରେ ସମସ୍ତଙ୍କ ନଜର ରହିଛି।