ଏଥର ସମ୍ଭାଳ ବ୍ୟୁଡ଼ୋ(ଗୁଣପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ନିଆରା ଢ଼ଙ୍ଗ ରେ ଗୁଣପୁର ପ୍ରିମିୟର୍ ଲିଗ୍ ସିସନ୍ – ୨ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ପୌର ପରିଷଦ ର ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲ୍ଲା ବିଜେପି ଉପ ସଭାପତି ୱାଇ ଗଣପତି ରିବନ କାଟି ଉଦ୍ଘାଟିତ କରିଥିଲେ । ଏଥିରେ ସର୍ବମୋଟ 6 ଗୋଟି ଦଳ ଯଥା ବି ଏନ୍ ଆଇ ଆଇ ଏଫ୍ ଏଲ୍ , ନିୟୁ ଏସ୍ ଲାୟନ୍ ଗୁଡାରୀ , ଗୁଣପୁର ଟାଇଟନ୍ , ସନ୍ ସାଇନ୍ ସୁପର୍ କିଙ୍ଗ୍ସ , ରାଇସିଂ ରାୟଗଡ଼ା , ଜେ ଜେ ଷ୍ଟ୍ରାଇକର୍ ଗୁଣପୁର ଭାଗ ନେଇଥିଲେ । ଆସନ୍ତା ନଭେମ୍ବର୍ ୨ ତାରିଖ ଦିନ ରୁ ଏହି କ୍ରିକେଟ ଖେଳ ଆରମ୍ଭ ହେବାକୁ ଯାଉଛି ଏବଂ ନଭେମ୍ବର୍ ୧୨ ତାରିଖ ଦିନ ଫାଇନାଲ ଖେଳ ହେବ ବୋଲି ଗୁଣପୁର ପ୍ରିମିୟର୍ ଲିଗ୍ ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
ପ୍ରତ୍ୟେକ ଦଳ ମାତ୍ର ୩୦୦୦୦/- ଟଙ୍କା ର ବିଡ଼ ପ୍ରାଇସ୍ ବ୍ୟୟ କରି ନିଜ ନିଜ ଦଳ ପାଇଁ ସର୍ବମୋଟ ୧୫ ଜଣ ଖେଳାଳି ମାନଙ୍କୁ କ୍ରୟ କରିପାରିବା ର ନିୟମ ରହିଛି. ଏଥିରେ ଓଡ଼ିଶା , ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ର କୋଣ ଅନୁକୋଣ ରୁ ୧୫୦ ଜଣ ଖେଳାଳି ମାନେ ଭାଗ ନେଇଛନ୍ତି । ଏହି ଅକ୍ସନ୍ କାର୍ଯ୍ୟକ୍ରମ ରେ ଗୁଣପୁର ର ସମାଜସେବୀ ଅକ୍ଷୟ ଦାସ , କ୍ରୀଡା ପ୍ରେମୀ ଦେବୀ ପ୍ରସାଦ ଆଚାର୍ଯ୍ଯ , ଏସ୍ ବାବା ପ୍ରସାଦ , ପ୍ରଫୁଲ୍ଲ ଲିମା , ଗଜା ପାଳ , ଜି ଆଇ ଇ ଟି ର କ୍ରୀଡା ଶିକ୍ଷକ ରବିନ୍ଦ୍ର ପଣ୍ଡା , ସାମ୍ବାଦିକ ତଥା ସମାଜ ସେବୀ ଅନିଲ ସାହୁକାର ଓ କାଳୀ ଦାଶ ପ୍ରମୂଖ ଉପସ୍ଥିତ ରହିଥିଲେ । ସମସ୍ତ ଖେଳାଳି ମାନଙ୍କ ମଧ୍ୟରୁ ସର୍ବାଧିକ ୮୬୦୦ ବିଡ଼ ମୂଲ୍ୟ ରେ ରୋନାଲ୍ଡୋ ସିଂ ଙ୍କୁ ବି ଏନ୍ ଆଇ ଆଇ ଏଫ୍ ଏଲ୍ କିଙ୍ଗ୍ସ କ୍ରୟ କରିଥିବା ବେଳେ ଦ୍ଵିତୀୟ ସର୍ବାଧିକ ୭୨୦୦ ବିଡ଼ ମୂଲ୍ୟରେ ଆଦିତ୍ୟ ରାଉତ ଙ୍କୁ ଜେ ଜେ ଷ୍ଟ୍ରାଇକର୍ଷ ଓ କ୍ଷମା ସାଗର ବଳ ଙ୍କୁ ଗୁଣପୁର ଟାଇଟନ୍ କ୍ରୟ କରିଥିଲା । ସେହିପରି ତୃତୀୟ ସର୍ବାଧିକ ୬୫୦୦ ବିଡ଼ ମୂଲ୍ୟରେ ପୂର୍ଣ୍ଣ ଚନ୍ଦ୍ର ମାଝୀ ଙ୍କୁ ସନ୍ ସାଇନ୍ ସୁପର୍ କିଙ୍ଗ୍ସ ଓ ନରେଶ ପେରଶିକା ଙ୍କୁ ଗୁଡାରୀ ନ୍ୟୁ ଏସ୍ ଲାୟନ୍ସ କ୍ରୟ କରିଥିଲା . ଉକ୍ତ କାର୍ଯ୍ୟକ୍ରମ ରେ ଜି.ପି.ଏଲ୍ ଅୟୋଜନ କମିଟି ର ସଭ୍ୟ ତଥା କ୍ରୀଡାବିତ୍ ଶ୍ରୀ ସପନ ଦାସ ଅତିଥି ଭାଷଣ ଦେଇଥିବା ବେଳେ ଅନ୍ୟ ସଦସ୍ୟ ଅଂଶୁମାନ ପଟ୍ଟନାୟକ , କିରଣ ପାଣିଗ୍ରାହୀ , ସରୋଜ ମିଶ୍ର , ଶ୍ରେୟନ୍ସ ଦାସ , ସନ୍ଦୀପ ପାଣିଗ୍ରାହୀ , ଏ ସାଇ ତେଜା ପ୍ରମୂଖ ପରିଚାଳନା କରିଥିଲେ ।