ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ତାଲିମ …!

!!! ରାୟଗଡ଼ ଜିଲ୍ଲା ଗୁଡରି ରୁ ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରି)- ଗୁଡାରି ରାୟଗଡା ଜିଲ୍ଲା ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମ୍ୟାଲେରିଆ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଦୁଇଦିନ ଧରି ତାଲିମ ପ୍ରଦାନକରାଯାଇଛି l ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଅରୂପା ନନ୍ଦ ବେହେରାଙ୍କ ପ୍ରତୋକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଏଚଇଓ ରଶ୍ମିତା ମହାଁଙ୍କୁଡ,ବି.ପି.ସି ବ୍ଲକ ମିଶନ ଶକ୍ତି ଶ୍ରୀ କ୍ରାନ୍ତୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ l ବିଶେଷ କରି ମଶା ଦ୍ୱାରା ବ୍ୟାପିଥିବା ବିଭିନ୍ନ ରୋଗରୁ କିପରି ମୁକ୍ତି ପାଇବା ଏବଂ ମଶାରୀ କିପରି ବ୍ୟବହାର କରିବା ଏଥି ସାଙ୍ଗକୁ ମଶା କାମୁଡିବା ସାଙ୍ଗେ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରକ୍ତ ପରୀକ୍ଷା କରି ତୁରନ୍ତ ଚିକିତ୍ସା କରିବା ସେ ସମ୍ପର୍କରେ ପିଏଚଇଓ ରଶ୍ମିତା ମହାଁଙ୍କୁଡ ସୁଚାରୁ ରୂପେ ବୁଝେଇ ଥିଲେ l ବିଶେଷ କରି ଯେଉଁ ମହିଳା ମାନେ ଏହିଠି ତାଲିମ ନେଇଛନ୍ତି ସେହି ମହିଳା ମାନେ ନିଜ ନିଜ ଗାଁ ରେ ଯାଇ ଲୋକଙ୍କୁ ସଚେତନତା କରାଇବେ ବୋଲି ଡ଼କ୍ଟର ଅରୂପା ନନ୍ଦ ବେହେରା ପ୍ରକାଶ କରିଛନ୍ତି l ବ୍ଲକ ର ପ୍ରତ୍ୟେକ ଏସ.ଏସ.ଜି ଗ୍ରୁପର ପାଞ୍ଚ ଜଣ ଲେଖାଏଁ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *