Site icon Ethara Sambhala

ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଉପ ଜିଲ୍ଲାପାଳ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଆଜି ବରିଷ୍ଠ ନାଗରିକ ଦିବସ ଅବସରରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ 138-ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 233ବୁଥ, ଗୁଣପୁର ବେବର୍ତ୍ତାସାହିର ଶତାୟୁ ବରିଷ୍ଠ ମତଦାତା ଶ୍ରୀମତୀ ଗୁଣ ମଞ୍ଜରୀ ବେବର୍ତ୍ତାଙ୍କୁ ଆଜି ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଲଳିତ କୁମାର କହଁର ମାନପତ୍ର, ପୁଷ୍ପଗୁଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଶ୍ରୀମତୀ ବେବର୍ତ୍ତା ୧୦୫ ବର୍ଷ ଅତିକ୍ରାନ୍ତ କରି ସାରିଥିବା ବେଳେ ବରିଷ୍ଠ ନାଗରିକ ଓ ବରିଷ୍ଠ ମତଦାତା ଭାବେ ସମ୍ମାନିତ ହୋଇ ଆସୁଛନ୍ତି । ସେ ବରିଷ୍ଠ କୃଷିବିତ୍ କୃଷ୍ଣଚନ୍ଦ୍ର ବେବର୍ତ୍ତାଙ୍କ ମାତା ଅଟନ୍ତି । ଆଜି ଉପ ଜିଲ୍ଲାପାଳ ଶ୍ରୀ କହଁର ଶ୍ରୀମତୀ ବେବର୍ତ୍ତାଙ୍କ ଘରକୁ ଯାଇ ସମ୍ମାନିତ କରିଥିଲେ । ଏହି ସମୟରେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ ସତ୍ୟ ସମ୍ପୂର୍ଣ୍ଣା ରାଉତ, ସହକାରୀ ଜିଲ୍ଲାପାଳ ସୁଜାତା ପାଢ଼ୀ, ସତ୍ୟଜିତ ନାୟକ, ଶ୍ରୀମତୀ ବେବର୍ତ୍ତାଙ୍କ ପୁଅ କୃଷ୍ଣ ପ୍ରସାଦ ବେବର୍ତ୍ତା, ନାତି ବିଭୁ ପ୍ରସାଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ଉପ ବିଭାଗର ବରିଷ୍ଠ ସହାୟକ ସୁଶାନ୍ତ କୁମାର ଦାସ, କନିଷ୍ଠ ସହାୟକ ପ୍ରସନ୍ନ ପଣ୍ଡା, ପୌର କାର୍ଯ୍ୟାଳୟର ସତ୍ୟଜିତ ସ୍ୱାଇଁ, ତାପସ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version