ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଦେଶ ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ବରିଷ୍ଠ ରାଜସ୍ୱ ସହାୟକ ଅଜୟ ନାହାକ, ମନୋଜ ପାତ୍ର, ରାଧା ଚରଣ ସେଠି, ସାହାରା ପରିବାର ପରାମର୍ଶ କେନ୍ଦ୍ର ସଚିବ ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରର ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଉପ ଜିଲ୍ଲାପାଳ କହିଥିଲେ ଯେ, ଆଜି ଗୋଟିଏ ଦିନ ନୁହେଁ ପ୍ରତିଦିନ କିଛି ସମୟ ଦେଇ ସଫେଇ କଲେ ନିଜ ପରିବେଶ ସହ ସମସ୍ତ ଅଞ୍ଚଳ ସବୁଜ ସୁନ୍ଦର ହୋଇ ପାରିବ । କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ କର୍ମୀ ଅନନ୍ତ ପାତ୍ର ଓ ବଳିଆ ସାହୁଙ୍କ ସହ ପୌର କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *