Site icon Ethara Sambhala

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ପୋଷ୍ୟଗ୍ରାମ ନରସିଂହମୁଣ୍ଡା ଠାରେ ସ୍ବେଛସେବୀ ମାନେ ଯୋଗଦେଇ ଗ୍ରାମ ପରିସର ସଫେଇ କରିବା ସହ ପ୍ଳାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିଥିଲେ ।ପରେ ସଚେତନତା ରାଲି ମଧ୍ୟମରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ।ଏଥିରେ ଶହେରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀମାନେ ସଫେଇ କରିଥିଲେ । ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯକ୍ରମ ଅଧିକାରୀ ଡ ପ୍ରେମଂସୁ ଶେଖର ରଥ,ଅଧ୍ୟାପକ ବାଣୀ
ପ୍ରସାଦ ନାୟକ,ପ୍ରମୋଦ ପଣ୍ଡା, ଭି ଗଣେଶ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version