ଚିନାସାରି କ୍ଳଷ୍ଟ୍ ର ସ୍ଥରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଶିଶୁ ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କ ବିଭିନ୍ନ ଅନ୍ତର୍ନିହିତ ଗୁଣ ଗୁଡିକୁ ବିକାଶ ନିମନ୍ତେ କ୍ଳଷ୍ଟ୍ର ର ସ୍ଥରୀୟ ସୁରଭି କାର୍ଯ୍ୟକ୍ରମ ଗାଡ଼ିଆବାଙ୍ଗ ପ୍ରାଥମିକ ଆବାସିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ର ସଂଯୋଜକ ଆର ସି ସି ଙ୍କ ଉଦ୍ୟମ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ବରିଷ୍ଠ ଓ କନିଷ୍ଟ ଭିତି ରେ ଚିତ୍ର।ଙ୍କନ, ପ୍ରବନ୍ଧ, ବିତର୍କ, ସଙ୍ଗୀତ , ବକ୍ତୃତା, ନାଟକ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତି ଛାତ୍ରଛାତ୍ରୀ ମାନେ ପୁରସ୍କାର ଗ୍ରହଣ କରିଥିଲେ ।

କମୋଲମତି ଶିଶୁ ମାନଙ୍କ ସଙ୍ଗୀତ ଓ ନୃତ୍ୟ ମନମୁଗ୍ଧକର ଥିବା ବେଳେ ଚିନାସାରି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସମାଜକୁ ବିଭିନ୍ନ ସନ୍ଦେଶ ଦେଉଥିବା ଏକ ମୌନ ନାଟକ ଵିଶେଷ ଆକର୍ଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀମାତି ପ୍ରତିଶ୍ରୁତି ସିଂ ଓ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ବେହେରା ଉପସ୍ଥିତ , ସମ୍ମ।ନୀୟ ଅତିଥି ଭାବେ ସଂଯୁକ୍ତା ପାଣିଗ୍ରାହୀ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ରେ ଶିକ୍ଷକ ଉମା ଦାଶ ମଞ୍ଚ ପରିଚାଳନା କରିଥିବାବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ରୋଜି କୋରା ଓଏମ କେଶବ ରାଓ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷକ ଶୁଭ୍ରାଂଶୁ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଚିନାସାରି କ୍ଳଷ୍ଟ୍ର ର ସ୍ଥରୀୟ ଆୟୋଜିତ ଏହି ସୁରଭି କାର୍ଯ୍ୟକ୍ରମ ର ପରିଚାଳକ ଶ୍ରୀ ବିନାୟକ ଷଡ଼ଙ୍ଗୀ ଙ୍କ ଚ।କିରି ଜୀବନ ର ଶେଷ କାର୍ଯ୍ୟକ୍ରମ ହୋଇଥିବା ଯୋଗୁଁ ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଏହି କାର୍ଯ୍ୟକ୍ରମ ରେ ନେତାଜୀ ଉଚ୍ଚ ବିଦ୍ୟାଳୟ ତରଫରୁ ଦିଆଯାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ସିଂ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ବେହେରା ,ନେତାଜୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଘନଶ୍ୟାମ ବେହେରା ଙ୍କ ଦ୍ଵାରା ଶ୍ରୀ ଷଡ଼ଙ୍ଗୀ ଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରି ତାଙ୍କ ଉତୋରତର ଉନ୍ନତି ଓ ଦୀର୍ଘ ଜୀବନ କାମନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *