Site icon Ethara Sambhala

ପଦ୍ମପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ ହେବ ଆପଦ କାଳୀନ ଚିକିତ୍ସା ବିଭାଗ,ଉପଲବ୍ଧ ହବ ଆଧୁନିକ ଚିକିତ୍ସା ; ରହିବେ ଅଭିଜ୍ଞ ଡାକ୍ତର…!

ଏଥର ସମ୍ଭାଳ ବ୍ୟୁରୋ(ପଦ୍ମପୁର/ଗୁଣପୁର)-ମାତ୍ର ୭ଜଣ ଏମବିବିଏସ ଡାକ୍ତରଙ୍କୁ ନେଇ ଚାଲିଥିବା ରାୟଗଡ଼ା ଜିଲା ପଦ୍ମପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ଭାବେ ଏକ ଟ୍ରମା କେୟାର ବା ଆପଦ କାଳୀନ ଚିକିତ୍ସା ବିଭାଗ ଲେଭେଲ ୩ ଭାବେ ସ୍ଥାପନ ହେବ l ରାଜ୍ଯ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଆଜି ୮୯ ଟି ଟ୍ରମା କେୟାର ସ୍ଥାପନ କରିବା ପାଇଁ ଘୋଷଣା ହୋଇଛି l ସେଥିମଧ୍ୟରୁ ଗୋଟିଏ ହେଉଛି ପଦ୍ମପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଜୟପୁର୍ ରୁ ବ୍ରହ୍ମପୁର ଏକ୍ସପ୍ରେସ ହାଇୱେ ନିର୍ମାଣ ହେବା ନେଇ ପୂର୍ବରୁ ସରକାର ପକ୍ଷରୁ ଘୋଷଣା କରାଯାଇଛି l ଏବେ ନେସନାଲ ହାଇ ୱେ ସଂଲଗ୍ନ ରେ ୮୯ ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏଭଳି ଆଧୁନିକ ସୁବିଧା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଏହି ଘୋଷଣା ହେବା ପରେ ସ୍ଥାନୀୟ ପଦ୍ମପୁର ଅଞ୍ଚଳ ରେ ଖୁସି ର୍ ଲହରି ଖେଳି ଯାଇଛି l ଏହି ଟ୍ରମା କେୟାର ବିଭାଗ ରେ ସମସ୍ତ କ୍ରିଟିକାଲ୍ ରୋଗୀ ଙ୍କୁ ଉନ୍ନତ ମାନର ଚିକିତ୍ସା ମିଳିବ l ତାଲିମ୍ ପ୍ରାପ୍ତ ଅଭିଜ୍ଞ ଶଲ୍ୟ ଡାକ୍ତର୍, ଆନେସ୍ଥସିଆ ଡାକ୍ତର୍, ସର୍ଜରୀ ଡାକ୍ତର, ନ୍ୟୁରୋଲଜି ଭଲି ଅନେକ ଡାକ୍ତର ଙ୍କ ସମେତ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ଅନେକ୍ ଅତ୍ୟାଧୁନିକ ଯନ୍ତ୍ରପାତି ରହିବା ସହ ଉନ୍ନତମାନର ଚିକିତ୍ସା ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି l ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ସେବା ମିଳିବ lଏହି ୨୪ ଘଣ୍ଟିଆ ସେବାଗୁଡିକୁ ଉପଲବ୍ଧ ହେବ ଫଳ ରେ କିଛି ସାନ ବଡ ଘଟଣା ଦୁର୍ଘଟଣା ଘଟିଲେ ୧୬୦ କିଲୋମିଟର ଦୂର ବ୍ରହ୍ମପୁର କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ଏବଂ ଅମୂଲ୍ୟ ଜୀବନ ରକ୍ଷା କରିବା ରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଆଶା ଅରାଯାଇଛି। ତେବେ ସବୁବେଳେ ପଦ୍ମପୁର ର ସ୍ବାସ୍ଥ୍ୟସେବାକୁ ନେଇ ଜନ ଅସନ୍ତୋଷ ଲାଗି ରହିଥିବା ବେଳେ ସରକାରଙ୍କ ଏହି ଘୋଷଣା ଆଜି ଅଞ୍ଚଳ ବାସିଙ୍କ ମଧ୍ୟରେ ଖୁସି ଆଣିଛି।

Exit mobile version