Site icon Ethara Sambhala

କେନ୍ଦ୍ର ସରକାରଙ୍କ ଅନୁଦାନ ଖର୍ଚ୍ଚ କରିବାରେ ଭ୍ରଷ୍ଟାଚାରୀ ରାଜ୍ୟ ସରକାର ବିଫଳ – ମନମୋହନ

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ବହୁ ଦିନର ବ୍ୟବଧାନ ପରେ ଆଜି ବିଜେପି ଶିବିର ଥିଲା ଚଳଚଞ୍ଚଳ। ନୂଆ ପୁରୁଣା ସବୁ କର୍ମିଙ୍କୁ ଦେଖିବାକୁ ମିଳିଥିଲା। ଅବସର ଥିଲା ରାଜ୍ଯ ସଭାପତି ମନମୋହନ ସାମଲ ଙ୍କ ଗୁଣପୁର ଗସ୍ତ କାର୍ଯ୍ୟକ୍ରମ। ଗତ ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ପୌର ନିର୍ବାଚନ ରେ ଦଳର ଶୋଚନୀୟ ପରାଜୟ ପରେ ଆଜି ସଭାପତି ଙ୍କ ଗସ୍ତ ପାଇଁ ସବୁ କର୍ମି ମାନେ ଉତ୍ସାହିତ ହୋଇ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ଉପ ସଭାପତି ଓ୍ବାଇ ଗଣପତି ଙ୍କ ଆହ୍ବାନ କ୍ରମେ କର୍ମି ମାନେ ସ୍ଥାନୀୟ ଗୁଣପୁର କଲେଜ ନିକଟରୁ ରାଜ୍ୟ ସଭାପତି ଙ୍କୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ରେ ସହର ପରିକ୍ରମା କରାଇଥିଲେ। ଏହି ଅବସରରେ ପ୍ରଥମେ କଲେଜ୍ ନିକଟସ୍ଥ ଗଣେଶ ମନ୍ଦିର ରୁ,ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସ୍ବର୍ଗତ ଡଃ ରତ୍ନ ଦାସ ଓ ସ୍ବର୍ଗତ ପଦ୍ମଶ୍ରୀ ଶାନ୍ତିଦେବୀ ଙ୍କ ସାଧାନାର କେନ୍ଦ୍ର ସେବା ସମାଜର ଓ ପୁରୁଣା ଗୁଣପୁର ଠାରେ ରହୁଥିବା ଶହୀଦ୍ ପୀତବାସ ବେହେରାଙ୍କ ଘରୁ ମୋଦେଶ ମୋ ମାଟି ଅଭିଯାନ ପାଇଁ ମାଟି ସଂଗ୍ରହ କରାଯାଇ ଥିଲା। ପରେ ଟାଉନ ହଲଠାରେ ସମବେତ କର୍ମି ସମ୍ମିଳନୀ କୁ ଉଦଭଦୋନ ଦେଇ କେନ୍ଦ୍ର ଦେଉଥିବା ଅନୁଦାନ ଏହି ଭ୍ରଷ୍ଟାଚାରୀ ରାଜ୍ୟ ସରକାର ଖର୍ଚ୍ଚ କରି ପାରୁନି। ଏଣୁ ଏଭଳି ଦୁର୍ନୀତି ଭ୍ରଷ୍ଟାଚାରୀ ସରକାର କୁ ବଦଳେଇବା ପାଇଁ ବିଜେପି କର୍ମି ମାନେ ତୃଣମୂଳସ୍ତରରୁ ସଙ୍ଗଠନ କୁ ସୁଦୃଢ କରନ୍ତୁ ବୋଲି ମନମୋହନ ଆହ୍ବାନ୍ କରିଥିଲେ।

ଏହାପରେ ରାମନାଗୁଡା ଠାରେ ଅନୁଷ୍ଠିତ ନିର୍ବାଚନମଣ୍ଡଳୀ ସ୍ତରୀୟ କର୍ମି ସମ୍ମିଳନୀ ରେ ଯୋଗଦେଇ ଦଳିୟ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ୨୦୨୪ରେ ବିଜେପି ସରକାର ଗଠନ ପାଇଁ ଏବେଠାରୁ ଲାଗି ପଡିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ସରୋଜ କର,ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନେତା କାଳୀରାମ ମାଝୀ, ରାମ ବେହେରା, ବସନ୍ତ ଉଲାକା, ହରେକୃଷ୍ଣ ପାଢି, ବନ କଂଶ ବେହେରା, ଶ୍ରୀନିବାସ ସ୍ବାଇଁ, ଯୁବ ନେତା ଅମର ସାହୁ, ପୃଥିବୀ ରାଜ୍ ପାଢି, ବେଲାଣ ମୁ୍ର୍ତ୍ତି, ଜଗଦିଶ ପାତ୍ର, ଭଗବାନ ଚୌଧୁରୀ, ଲକ୍ଷ୍ମୀ ନାରାୟଣ ପାଢି, ମୁଖିଆ ଦିବାକର, ଟିଙ୍କୁ ପଣ୍ଡା, ସତ୍ଯ ନାରାୟଣ ସାହୁ, କେ. ପଦ୍ମା, ଦିଲିପ ନାଗବଂଶ, ଜୟଦେବ ପଣ୍ଡା, ଶାରଙ୍ଗ ନାଗବଂଶ, ଗୋପାଳକୃଷ୍ଣ ଦେବପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Exit mobile version