Site icon Ethara Sambhala

ଶିକ୍ଷକଙ୍କ ସମୂହ ଛୁଟି ନେଇ ବିଇଓ ଙ୍କୁ ପତ୍ର ; ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁଣପୁର ବି ଇ ଓ ପ୍ରତିଶ୍ରୁତି ସିଂ ଙ୍କୁ ସମୂହ ଛୁଟି ନେଇ ପତ୍ର ମାଧ୍ୟମରେ ଅବଗତ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଜାରୀ ରହିବ ବୋଲି ଆନ୍ଦୋଳନ କାରୀଙ୍କ ଚେତାବନି । ଆଜି ତୃତୀୟ ଦିନରେ ଜାରୀ ରହିଥିବା ଆନ୍ଦୋଳନ ରେ ଗୁଣୁପୁର ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଓ ଉପାଦକ୍ଷ ଶିବ ପ୍ରସାଦ ଗୋଡ଼ ଯୋଗଦେଇ ନିଜର ସହମତି ଜଣାଇଛନ୍ତି । ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଧାରଣାରେ ବସିଥିବା ଯୋଗୁଁ ସରକାରୀ ସ୍କୁଲ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ବିଗିଡି ଯାଉଛି। ଯଥା ଶୀଘ୍ର ଶିକ୍ଷକ ମାନଙ୍କ ଦାବୀ ପୂରଣ କରାଯିବା ନିମନ୍ତେ ସରକାରଙ୍କୁ ବିଭିନ୍ନ ସ୍ତରରୁ ଚାପ ପ୍ରୟୋଗ କରାଯାଉଥିଲେ ମଧ୍ୟ କୌଣସି ସୁ ଫଳ ମିଳୁନଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ଶିକ୍ଷକ ନେତା ଶିବ ପ୍ରସାଦ ମହାପାତ୍ର ନେତୃତ୍ବରେ ଜାରୀ ରହିଥିବା ବେଳେ ଶିକ୍ଷକ ସପନ ଦାସ୍, ସଞ୍ଜୀବ ପଟନାୟକ, ନାରମ ଚନ୍ଦ୍ର ମୌଳି, ଶୁକାନ୍ତି ବାଉରି, ଲୀନା ଚାନ୍ଦ ବାଉରି, ସଂଗୀତା ବିଡିକା , କବିତା ଶତପଥୀ ସହୋଯାଗ କରିଥିଲେ।

Exit mobile version