ଗୁଣୁପୁର ରେଳ ଷ୍ଟେସନ ରେ ଆଉ ଏକ ଟିକେଟ କାଉଣ୍ଟର ନିମନ୍ତେ ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ର ଦାବୀ …!
ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣୁପୁର ରେଳ ଷ୍ଟେସନ ଟିକେଟ୍ କାଉଣ୍ଟରରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଗୋଟିଏ ଟିକେଟ୍ କାଉଣ୍ଟରରେ ଦୁଇଟି ପ୍ରବେଶ ତଥା ପୁରୁଷ ଓ ମହିଳା ମୁହାଁ ମୁହିଁ ହୋଇ ଟିକେଟ୍ କାଟୁଛନ୍ତି ଫଳରେ ଟିକେଟ୍ ପାଇବା ପରେ ବାହାରକୁ ବାହାରିବା ପାଇଁ ଧକ୍କା ମରାମରି ହୋଇ ବାହାରକୁ ବାହାରୁଛନ୍ତି। ଅପର ପକ୍ଷରେ ଗୋଟିଏ ଟିକେଟ୍ କାଉଣ୍ଟର ଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଅଧିକ ଯାତ୍ରୀ ଟିକେଟ୍ କାଟିବାରେ ଅସୁବିଧା ହେଉଛି ଫଳରେ ଅଧିକାଂଶ ଯାତ୍ରୀ ଟିକେଟ୍ କରିବାରୁ ବଞ୍ଚିତ ହୋଇ ଯାତ୍ରା କରିବା ରେ ଅସୁବିଧା ହେଉଛନ୍ତି। ଟିକେଟ୍ କାଉଣ୍ଟରରେ ଠେଲା ପେଲା ହୋଇ ତରବରିଆ ଭାବେ ଟିକେଟ୍ କାଟିବା ସମୟରେ କାହା ଟିକେଟ୍ କିଏ ନେଇ ଯାଉଥିବା ବେଳେ କାହା ଟଙ୍କା କିଏ ନେଇ ଯାଉଛନ୍ତି। ଅନେକ୍ ସମୟରେ ଯାତ୍ରୀ ମାନେ ବ୍ରହ୍ମପୁର ଟିକେଟ୍ ମାଗିଲେ ପୁରୀ ଟିକେଟ୍ ମିଲୁଛି ପୁରୀ ଟିକେଟ୍ ମାଗିଲେ ବ୍ରହ୍ମପୁର ଟିକେଟ୍ ଦେଉଚନ୍ତି ଟିକେଟ୍ ବିକ୍ରେତା।

ଗୁଣୁପୁର ରେଳ ଷ୍ଟେସନ ରେ ଅନେକ୍ ଉନ୍ନତିକରଣ କାର୍ଯ ଚାଲିଛି। କିନ୍ତୁ ଏମିତି ଅନେକ ସମସ୍ୟା ରହିଛି ସେଥି ମଧ୍ୟରୁ ନିତିଦିନିଆ ଓ ଜରୁରୀ ସମସ୍ୟା ପ୍ରଥମେ ସମାଧାନ କରାଗଲେ ଯାତ୍ରୀ ମାନେ ଉପକୃତ ହୋଇ ପାରିବେ ବୋଲି ପତ୍ର ମଧ୍ୟମରେ ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ଡି॰ଆର॰ଏମ ନିକଟକୁ ପତ୍ର କରିଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନ ନେଇଥିବା ପରିତାପର ବିଷୟ ବୋଲି ଆବାହକ ମତ ବ୍ୟକ୍ତି କରିଛନ୍ତି । ସେଭଳି ଗୁଣୁପୁର ଷ୍ଟେସନ ରେ ଟ୍ରେନ ରହଣି ସମୟରେ ଟ୍ରେନ ଇଞ୍ଜିନ୍ ଠିକ୍ ଷ୍ଟେସନ୍ ପାଖରେ ରଖିଦେଇ ଟ୍ରେନ୍ ରୁ ଉଲ୍ଲାଉଛନ୍ତି ଟ୍ରେନ ପାଇଲଟ ମାନେ। ଟ୍ରେନ୍ ପାଇଲଟ ମାନେ ନିଜ ସୁବିଧା ପାଇଁ ଟ୍ରେନ ଷ୍ଟେସନ ନିକଟରେ ଅଟକାଇ ଦେଉଥିବା ଯୋଗୁଁ ବୋଗୀ ଗୁଡିକ ଷ୍ଟେସନ୍ ଠାରୁ ବହୁତ୍ ଦୂରରେ ରହୁଛି ଫଳରେ ଯାତ୍ରୀ ମାନେ ପିଲା ଛୁଆ ଓ ବେଗ ପତ୍ର ଧରି ଚାଲିଚାଲି ଥକି ଯାଉଛନ୍ତି। ଏହି ହି ଭଳି ଛୋଟ ଛୋଟ ସମସ୍ୟାର ସମାଧାନ ପ୍ରଥମେ କରିବା ପାଇଁ ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ଦାବୀ କରିବା ସହ ଏନେଇ ଏକ ଦାବୀ ପତ୍ର ବିଶାଖାପାଟନମ ଡିଭିଜନ ଡି॰ଆର॰ଏମ ନିକଟକୁ ପତ୍ର ମାଧ୍ୟମରେ ପଠାଇଥିବା ସୂଚନା ମିଳିଛି । ଯଥା ଶୀଘ୍ର ଏହାର ସମାଧାନ ନହେଲେ ମଞ୍ଚ ଉପଭୋକ୍ତା ପାଇଁ ରାଜ ରାସ୍ତା କୁ ଓଲ୍ଲହାଇବା ପାଇଁ ସଜବାଜ ହେଉଥିବା ଖବର ମିଳିଛି ।

