ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଗୁଡ଼ାରୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

!!! ଗୁଡ଼ାରୀ ରୁ ନିଳାଦ୍ରୀ ବେହେରାଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରୀ) – ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ମହା ମହିମା ରାଜ୍ୟ ପାଳଙ୍କ ଉଦ୍ଧଶ୍ୟରେ ୦୯ ଗୋଟି ଦାବି ନେଇ ଗୁଡ଼ାରୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ ବ୍ଲକ୍ କଂଗ୍ରେସ୍ କମିଟି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଡାକରାରେ ରାଜ୍ୟର ବିଭିନ୍ନ ବ୍ଲକ୍ ଅଫିସ୍ ମାନଙ୍କରେ ବ୍ୟାପକ ପିସି କାରବାର ଆବାସ ଯୋଜନାରେ ଦୁର୍ନୀତି , ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ଚାଷୀ ମାରଣା ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୋଧରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଡାକରାରେ ଗୁଡ଼ାରୀ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଗୁଡ଼ାରୀ ବ୍ଲକ୍ କଂଗ୍ରେସର ବରିଷ୍ଠ ନେତା ଶ୍ରୀଯୁକ୍ତ ରଘୁନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମହା ମହିମା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୦୯ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ଗୁଡ଼ାରୀ ବିଡ଼ିଓ ସୁ.ଶ୍ରୀ ଅନିଶା ଦାସ ଙ୍କୁ ପ୍ରଦାନ କରିଥିଲେ । ଏଥି ସାଙ୍ଗକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକଛତ୍ର ବାଦ ଶାସନ ବିରୁଦ୍ଧରେ ନାରାବାଜି କରିଥିଲେ । ବ୍ଲକ୍ ସ୍ତରରେ ଚାଲିଥିବା ୧୫ ରୁ ୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧା ସଳଖ ଦିଆଯାଉ ଏବଂ ଗ୍ରାମ ସଭାରେ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତି ମୁତାବକ ହେଲା ପରେ ପଞ୍ଚାୟତ ରେ ଅର୍ଥ ଖର୍ଚ୍ଚ କରାଯିବା, ଖାଲି ପଡ଼ିଥିବା ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା , ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦେବା, ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନ, ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି କରିବା ଭଳି ୦୯ ଗୋଟି ଦାବି ଉଲ୍ଲେଖ କରାଯାଇଅଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁଡ଼ାରୀ ଥାନା ପକ୍ଷରୁ ଏ.ସାଇ ପି.ଶ୍ୟାମସୁନ୍ଦର ଏବଂ ଗୃହରଖି ମାନେ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *