ଜଗନ୍ନାଥପୁର ହାତୀବାଡ଼ି ଗ୍ରାମ ଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସ୍ମାରକ ପତ୍ର ପ୍ରଦାନ ….!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ଆଜି ରାୟଗଡା ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ହାତୀବାଡ଼ି ଗ୍ରାମ ର ଗ୍ରାମବାସୀ ମାନେ ଗୁଣପୁର ସ୍ଥାନୀୟ ତ୍ରିନାଥ ମନ୍ଦିର ଛକ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଁଚି ଥିଲେ. ସେଠାରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଡ଼େପୁଟି କଲେକ୍ଟର ଙ୍କୁ ହାତୀବାଡ଼ି ଠାରେ ଅଙ୍ଗନବାଡି କେନ୍ଦ୍ର ତିଆରି କରିବା ନିମନ୍ତେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ . ହାତୀବାଡ଼ି ଜଗନ୍ନାଥପୁର ପଞ୍ଚାୟତ ମାଛଖୁଣ୍ଟି ରେଭିନ୍ୟୁ ସର୍କଲ୍ ର ଏକ ରାଜସ୍ଵ ଗ୍ରାମ ହୋଇଥିବା ରୁ ଏଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ନେଇ ଦାବୀ ପତ୍ର ପ୍ରଦାନ କରିଥିଲେ. ହାତୀବାଡ଼ି ଗ୍ରାମ ଠାରେ ବର୍ତ୍ତମାନ୍ ଅଙ୍ଗନବାଡି କେନ୍ଦ୍ର ଚାଲୁ ରହିଛି, କିନ୍ତୁ ସରକାର ଙ୍କ ପକ୍ଷ୍ୟରୁ ଉକ୍ତ ଗ୍ରାମ ଠାରେ ନବନିର୍ମିତ ଗୋଟିଏ କେନ୍ଦ୍ର ଗୃହର ନିର୍ମାଣ ନିମନ୍ତେ ଅନୁରୋଧ କରିଛନ୍ତି. ସେହିପରି ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୁଣପୁର ଶିଶୁ ବିକାଶ ସମିତି ସିଡିପିଓ ଙ୍କୁ ମଧ୍ୟ ପ୍ରତୀକ ଦାବି ପତ୍ର ପ୍ରଦାନ କରିଥିଲେ.

Leave a Reply

Your email address will not be published. Required fields are marked *