ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ; ମନମୁଖୀ ଶାସନ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବୀ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ; ମନମୁଖୀ ଶାସନ ଉପରେ ଅଙ୍କୁଶ ଲଗାଇବା  ଭଳି ଅଭିଯୋଗ ଆଣିଛନ୍ତି ସ୍ଵାମୀ ନିର୍ବାଣ ନନ୍ଦ ଗିରୀ ଗୁଣପୁର ଠାରେ ଏକ ସାମ୍ବାଦିକ ସାକ୍ଷାତକାର ରେ ଏଭଳି ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ “ଅନ୍ୱେଷା”ମାଧ୍ୟମରେ ପରିଚାଳିତ ଛାତ୍ରାବାସରେ ରହୁଥିବା ବିଦ୍ୟାର୍ଥୀ ମାନଙ୍କୁ ଗୁଣପୁର ସହରାଞ୍ଚରେ ରହିଥିବା କିଛି ବଛା ବଛା ଇଂରେଜ ମାଧ୍ୟମିକ ବିଦ୍ୟାଳଗୁଡିକରେ ଇଂରେଜ ଶିକ୍ଷାଦାନ ଗ୍ରହଣ କରିବା ନିମନ୍ତେ ଜଏନ କରାଯାଇଥିଲା । ବିଦ୍ୟାଳୟ ଗୁଡ଼ିକର ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍ ରହିଛି କି ନାହିଁ ଯାଞ୍ଚ କରିବା ପରେ ବିଦ୍ୟାଳୟ ଚୟନ କରାଯାଇଥିଲା । ଏହା ମଧ୍ୟରୁ ଗୁଣପୁର ଠାରେ ପ୍ରତିଷ୍ଠିତ “ସରସ ଏଙ୍ଗ୍ଲୋ ବେଦିକ “ ଇଂରେଜ ମାଧ୍ୟମ ବିଦ୍ୟାଳୟ ଅନ୍ୟତମ । ଏଠାରେ ବିଦ୍ୟାର୍ଥୀ ପଢୁଥିବା ବେଳେ ହଠାତ୍ ଏହିବର୍ଷ ବିଦ୍ୟାର୍ଥୀ ଙ୍କୁ ଏଠାରୁ ବାହାର କରାଯାଇ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ଅର୍ଦ୍ଧ ବାର୍ଷିକ ପରୀକ୍ଷା ରହିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ନିନ୍ଦା ପ୍ରକଟ କରାଯାଇଛି । ପରିଚାଳିତ ଇଂରେଜ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକର ପାଠ୍ୟ ଖସଡ଼ା ଭିନ୍ନ ଭିନ୍ନ ରହିଥିବା ବେଳେ ଦୀର୍ଘ ବର୍ଷ ଏକ ବିଦ୍ୟାଳୟ ରେ ଶିକ୍ଷାଦାନ ଗ୍ରହଣ କରୁଥିବା ବିଦ୍ୟାର୍ଥୀ ନୂତନ ଭାବେ ଅନ୍ୟ ବିଦ୍ୟାଳୟର ପାଠ୍ୟ ଖସଡ଼ା ସହିତ କିଭଳି ତାଳ ଦେଇ ଶିକ୍ଷା ଗ୍ରହଣ କରିବେ ବୋଲି ପ୍ରଶ୍ନ ଉଠୁଛି । ଅନେକ ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍ ନଥିବା “ଏମ୍ପାୱାର” ବିଦ୍ୟାଳୟକୁ ବିଦ୍ୟାର୍ଥୀ ଯୋଗାଇ ଦିଆଯାଇଥିବା ବେଳେ ବିଦ୍ୟାର୍ଥୀଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଉଥିବା “ସରସ ଏଙ୍ଗ୍ଲୋ ବେଦିକ” ବିଦ୍ୟାଳୟ ରୁ କାହିଁକି ବିଦ୍ୟାର୍ଥୀ ଙ୍କୁ ବାହାର କରିନିଆଯାଇଛି ବୋଲି ସ୍ଵାମୀ ନିର୍ବାଣ ନନ୍ଦ ଗିରୀ ଏକ ତୁଳନାତ୍ମକ ଅଭିଯୋଗ ଉପସ୍ଥାପନା କରିଛନ୍ତି । ବିଦ୍ୟାର୍ଥୀ ଙ୍କ ଆଗାମୀ ଭବିଷ୍ୟତ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *