ସରିଲା ନବ ଯୌବନ ଦର୍ଶନ , ଅର୍ଦ୍ଧନିର୍ମିତ ଆଡପ ମଣ୍ଡପରେ ହେବ କାଳିଆ ର ଦଶ ଅବତାର ; ପ୍ରସିଦ୍ଧ ତଲାରୀ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । 

ଏଥର ସମ୍ଭାଳ ବ୍ୟୁରୋ ( ଗୁଣପୁର ) – ଏଥର ମହା ଆଡମ୍ବର ସହକାରେ ରଥଯାତ୍ରା ପାଳନ ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋର୍ ସୋର୍ ରେ ହୋଇଛି। ଗତ ଶନିବାର ପ୍ରଶାସନର ଶେଷ ପ୍ରସ୍ତୁତି ବୈଠକ ସରିଥିବା ବେଳେ ସେବାୟତ , ପୂଜକ, ପରିଚାଳନା କମିଟି ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଚାଲୁ ରହିଛି। ଏଥର ଗୁଣ୍ଡିଚା ମନ୍ଦିର କୁ ନେଇ ସବୁଠାରୁ ବଡ ଚିନ୍ତା ପ୍ରକଟ ହୋଇଥିଲା। ରଥଯାତ୍ରା ପାଖେଇ ଆସୁଥିଲେ ମଧ୍ୟ ଗୁଣ୍ଡିଚା ମନ୍ଦିର ନିର୍ମାଣ କାମ ସମ୍ପୂର୍ଣ୍ଣ ହେଉ ନଥିବାରୁ କେଉଁଠି ଠାକୁର ରହିବେ ତାକୁନେଇ ପରିଚାଳନା କମିଟି ଓ ପୂଜକ ଚିନ୍ତାରେ ପଡିଥିଲେ। ତେବେ ମନ୍ଦିର ର ରତ୍ନବେଦୀ ଭଙ୍ଗା ନଯାଇ ବାହ୍ଯ ନବିକରଣ କାର୍ଯ୍ଯ କରାଯାଇ ଥିବାରୁ ଉପର ମୁଦ ପଡି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ଅର୍ଦ୍ଧନିର୍ମିତ ମନ୍ଦିରର ପୁରୁଣା ରତ୍ନବେଦୀ ରୁ ହିଁ କାଳିଆ ଠାକୁରଙ୍କ ଦଶ ଅବତାର ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା।

ଇତି ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ଯୟରେ ମନ୍ଦିର ର ମୁଳ କୋଠା ନିର୍ମାଣ କାର୍ଯ୍ଯ ସରି ଛାତ ପଡିବା ସହ ସେଣ୍ଟ୍ରିଙ୍ଗ୍ ମଧ୍ୟ ବାହାରି ଯାଇଛି। ଫଳରେ ଖାଲି ରହିଥିବା ଉପର ମୁଦ ସ୍ଥାନରେ ପାଲ ପକାଇ ଏଥର ର ଆଡପ ମଣ୍ଡପର ନିତିକାନ୍ତି ସରାଇବାକୁ ଯୋଜନା କରାଯାଇଛି। ସେହିପରି ଗତବର୍ଷ ବାହୁଡା ଯାତ୍ରାରେ ଚକ ଓ ଅଖର ସମସ୍ଯା ପାଇଁ ଅଧା ରାସ୍ତାରେ ରଥ ରହିଯିବା ଭଳି ଅଭାବନୀୟ ପରିସ୍ଥିତି ଶୃଷ୍ଟି ହୋଇଥିଲା। ଏଣୁ ଚଳିତ ଥର ପୁର୍ବ ପ୍ରସ୍ତୁତି କରାଯାଇ ରଥର ଅଖ, ଚକ ସମେତ ଅନ୍ଯାନ୍ୟ କାଠ ନୂଆ ଲଗାଯାଇଛି। ଏଠାରେ ଦୁଇରଥ ୬ ଠାକୁର ର ପରମ୍ପରା ରହି ଥିବାରୁ ବଡ ମନ୍ଦିର ସହ ସାନ ମନ୍ଦିର ପକ୍ଷରୁ ମଧ୍ୟ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୌର ପରିଷଦ ପକ୍ଷରୁ ବଡ଼ଦାଣ୍ଡରେ ରଙ୍ଗ ବେରଙ୍ଗର ଝୋଟି ଦିଆ କାର୍ଯ୍ଯ ସରିଆସିଛି। ଚଳିତ ଥର ନୂଆକରି ହୋଇଥିବା ଏହି କାର୍ଯ୍ଯ ବଡଦାଣ୍ଡ ର ସୋନ୍ଦର୍ଯ୍ୟ କୁ ବଢେଇ ଦେଇଛି। ଏଭଳି ନୂତନ ଅଭିନବ ପ୍ରୟାସ ପାଇଁ ଗୁଣପୁର ବାସୀ ପୌର ପରିଷଦ ର ଅଧ୍ୟକ୍ଷ, ଉପାଧକ୍ଷ ଏବଂ ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

ଏଥିପାଇଁ ସ୍ଥାନୀୟ ବାଉରୀ ସାହିର କଳାକାର ରାମ ବାଉରୀ , ହେମନ୍ତ ଦାସ, ନିର ବାଉରୀ ,ମୁନା ବାଉରୀ ଏବଂ ଶ୍ରୀନିବାସ ରାଙ୍ଗୁଲି ପ୍ରମୁଖ ନିୟୋଜିତ ଅଛନ୍ତି। ପହଣ୍ଡି ଓ ରଥ ଗଡିବା ବେଳେ ପୁରୀ ଢାଞ୍ଚାରେ ଘଣ୍ଟ ବଜାଇବା ପାଇଁ ୪୦ ଟି ନୂଆ ଘଣ୍ଟ ଅଣାଯାଇ ସେବାୟତ ମାନେ ଘଣ୍ଟ ବଜାଇବା ତାଲିମ୍ ନେଉଛନ୍ତି। ଅନ୍ଯପଟେ ଠାକୁରଙ୍କ ବନକ ଲାଗି, ମନ୍ଦିର ସଫା ସୁତୁରା, ରଙ୍ଗଦିଆ କାର୍ଯ୍ଯ ମଧ୍ୟ ସରିଛି। ସୋମବାର ନିର୍ଦ୍ଧାରିତ ସମୟ ଅନୁଯାଯୀ ଚତୁର୍ଦ୍ଧା ମୁ୍ର୍ତ୍ତି ଙ୍କ ନବ ଯୌବନ ଦର୍ଶନ ଶେଷ ହୋଇଛି । ଏଥର ଭକ୍ତ ସେବାୟତ ପୂଜକ ପରିଚାଳକ ସମସ୍ତ ଙ୍କ ମଧ୍ଯରେ ଅଧିକ ଉତ୍ସାହ ପରିଲକ୍ଷିତ ହେଉଥିବାରୁ ସୋମବାର ନବ ଯୌବନ ଦର୍ଶନ ବେଳରୁ ଭକ୍ତ ଙ୍କ ଭିଡ ଜମିଥିଲା । ବିଶେଷ କରି ଦେବତ୍ତୋର ବିଭାଗର ମୁଖ୍ଯ ତଥା ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଚଳିତ ବର୍ଷ ଅଧିକ ଉତ୍ସାହର ସହ ଠାକୁରଙ୍କ ସେବା କାର୍ଯ୍ଯ ରେ ଲାଗି ପଡିଛନ୍ତି। ଗୁଣ୍ଡିଚା ମନ୍ଦିର ନିର୍ମାଣ, ରଥ ନିର୍ମାଣ, ମନ୍ଦିର ର ରଙ୍ଗଦିଆ କାର୍ଯ୍ଯକ୍ରମ ଇତ୍ଯାଦି ର ତାଙ୍କ ସକ୍ରିୟ ଅଂଶ ଗ୍ରହଣ କୁ ସେବାୟତ ଓ ପରିଚାଳନା କମିଟି ଭୃୟଶୀ ପ୍ରସଂଶା କରୁଛନ୍ତି । ଏସବୁ ମଧ୍ୟରେ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ବ୍ଯାପକ ପୋଲିସ ବ୍ଯବସ୍ଥା, ପର୍ଯ୍ଯାପ୍ତ ପାନୀୟ ଜଳର ସୁବିଧା ସମେତ ଅନ୍ଯାନ୍ଯ ଦିଗକୁ ଧ୍ଯାନ ଦିଆଯାଇ ସମସ୍ତ ଯୋଜନା କରାଯାଇଛି।

Leave a Reply

Your email address will not be published. Required fields are marked *