ଗୁଣପୁରରେ ମୁକ୍ତା ଯୋଜନା ସଫଳ ରୂପାୟନ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ମହିଳା ମାନଙ୍କ ଉନ୍ନତି ଓ ଆର୍ଥିକ ସ୍ଥିତି ରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମା’ ମାନଙ୍କ ନିମନ୍ତେ (ମୁକ୍ତା) ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ୫ଟି ମନ୍ତ୍ର ଅଧିନରେ ଏକ ସମନ୍ୱିତ ସହରୀ ନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି କାର୍ଯ୍ୟକ୍ଷମ କରିଛନ୍ତି । ସେଥି ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ସହରର ଗରିବ ଏବଂ ପ୍ରଭାସି ମଜୁରୀ ଶ୍ରମିକ ମାନଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜନ କରି ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ଅର୍ଥିକ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ର ଗୁଣପୁର ପୌର ପରିଷଦ ରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ ୪ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଅଛି। ଏହି ଅର୍ଥ ରେ ୪ ଟି ମିନି ପାର୍କ,୧୧୧୦ ମିଟର ବିଶିଷ୍ଟ ଫେଭର୍ ଚଲାପଥ,୮ ଟି ସର୍ବସାଧାରଣ ବ୍ୟାୟାମଶାଳା,୮ ଟି ଶିଶୁ କ୍ରୀଡାଙ୍ଗନ୍,୩୪ ଟି ଭେଣ୍ଡିଂ ଜୋନ ଓ ସମସ୍ତ ବର୍ଗ ର ନାଗରିକ ଙ୍କ ନିମନ୍ତେ ୮ ଟି ଜିମ୍ ଏବଂ ଖେଳ ଉପକରଣ ସ୍ଥାପନ କରଯାଇଛି।

୫ଟି ସୁଶାସନ ମନ୍ତ୍ର ଅଧୀନ ରେ ସହରାଞ୍ଚଳ ଓଡ଼ିଶା ର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ରେ ପରିବର୍ତ୍ତନ ଓ ବିକାଶ ଆଣିବା ନିମନ୍ତେ ଜାଗା ମିଶନ ଗଠନ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ସଡ଼କ , ଲାଇଟ୍ , ଶୌଚାଳୟ , ପାନୀୟଜଳ ଓ ମନୋରଞ୍ଜନ ନିମନ୍ତେ ସରକାର ଙ୍କ ପକ୍ଷରୁ ୧ କୋଟି ୮୮ ଲକ୍ଷ ଟଙ୍କାର ଅନୁଦାନ ଆସିଅଛି । ଏହି ଅନୁଦାନ କୁ ଭିତ୍ତି କରି ପୌର ପରିଷଦ ରେ ୫ ଗୋଟି ଖୋଲା ସ୍ଥାନ ର ବିକାଶ ଓ ୧୨ ଗୋଟି ପରିଚୟ ଗୃହ ନିର୍ମାଣ କରାଯାଇଛି । ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ୬୭ ଟି ପ୍ରକଳ୍ପ ନିମନ୍ତେ ୫ କୋଟି ୩୪ ଲକ୍ଷ ଟଙ୍କା ସରକାର ଙ୍କ ପକ୍ଷରୁ ଆସିଅଛି । ଏହି ୬୭ ପ୍ରକଳ୍ପ ମଧ୍ୟରେ ୫ଟି ବିଦ୍ୟାଳୟ ର ଉନ୍ନତି କରଣ , ଡ୍ରେନ , ପାର୍କ , କମ୍ୟୁନିଟି ସେଣ୍ଟର୍ , ବୃକ୍ଷରୋପଣ , ଖେଳ ପଡିଆ , ୱାକିଂ ଟ୍ରାକ , ସହର ର ସୋନ୍ଦର୍ଯ୍ୟକରଣ , ଭେଣ୍ଡିଂ ଜୋନ୍ , ଜଳାଶୟ ଓ ଖୋଲା ସ୍ଥାନ ର ଉନ୍ନତି କରଣ ଭଳି ପ୍ରକଳ୍ପ ମାନ ଅନ୍ତର୍ଭୁକ୍ତ ।

ଗତ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଥିବା ଆର୍ଥିକ ଅନୁଦାନ ଗୁଡିକ ସାର୍ବଜନୀନ କରିବା ନେଇ ବ୍ଲକ୍ ର ଅସ୍ଵାନ୍ ଗୃହଠାରେ ପୌର ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ କରାଯାଇଥିଲା l ସେଠାରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଙ୍କ ଦ୍ଵାରା ବାର୍ଷିକ ବିବରଣୀ ପାଠ କରାଯାଇ ଏହାକୁ ସାର୍ବଜନୀନ କରାଯିବା ସହ ବିଧାୟକ ମହୋଦୟ ଭର୍ଚୁଆଲ ଯୋଗେ ୫ ଟି କମିଶନର ଙ୍କୁ ଆବଶ୍ୟକ ଥିବା ଅନୁଦାନ ଓ ପୌର ପରିଷଦ ପ୍ରସ୍ତୁତ କରିଥିବା ନୂତନ ଯୋଜନା ବିଷୟରେ ଜଣା କରିଥିଲେ। ଏହି ବୈଠକ ପରେ ସମସ୍ତ ଦୁଇ ବର୍ଷର ଅନୁଦାନ ଏବଂ ଏହାର ଖର୍ଚ୍ଚ ର ମାଧ୍ୟମ ସର୍ବ ସାଧାରଣ ଜାଣି ପାରି ଥିବା କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ନିର୍ବାହୀ ଅଧିକାରୀ ଡଃ. ସତ୍ୟ ସଂପୂର୍ଣ୍ଣା ରାଉତ, ପୌର ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ସାର୍କା, ମୁକ୍ତା କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ରନାଥ ଦାଶ, ଗୋଷ୍ଠୀ ସଙ୍ଗଠିକା ଶ୍ରୀମତୀ ସମାପିକା ପାତ୍ର, ସିଟି ମିଶନ ମ୍ୟାନେଜର ଶ୍ରୀ କୈଳାଶ ପରିଡ଼ା, ମୁକ୍ତା ସଂଯୋଜକ ଶ୍ରୀ ଶ୍ରୀନିବାସ ବେହେରା ଓ ଏସ୍. ଡି. ଏ ସଭାପତି କୀର୍ତ୍ତି କୁମାର ପଣ୍ଡା, ବରିଷ୍ଠ କ୍ରୀଡା ସହାୟକ ଦେବ ପ୍ରସାଦ ପାଢୀ, ଅନ୍ୟାନ୍ୟ ରାଜ୍ୟ ଓ ଆନ୍ତର୍ଜାତୀୟ ସ୍ତରୀୟ କ୍ରୀଡାବିତ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *