“ଗାରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ।

!!! ଜୟପୁର ରୁ ପ୍ରବୀର ପାତ୍ର ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଜୟପୁର) – କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ପକ୍ଷରୁ ଜୟପୁର ସ୍ଥିତ ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ସରକାରଙ୍କ ‘ଗାରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗତ କିଛି ଦିନ ତଳେ ଘଟି ଥିବା ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରାଞ୍ଚଳକୁ ସ୍ବଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିବା ସହ ‘ଗାରିମା’ ଯୋଜନା ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ସ୍ଵେଛା କର୍ମୀଙ୍କ ମନବଳକୁ ବଢ଼ାଇ ଥିଲେ । ଅନ୍ୟାନ୍ୟ ଅତିଥି ମଧ୍ୟରୁ ପୌର ଉପାଧ୍ୟକ୍ଷା ବି. ସୁନିତା ମଞ୍ଚାସିନ ଥିଲେ । ପୌରପାଳିକାର ଆର୍‌ଆଇ ଅଶ୍ବିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ପୌରପାଳିକା ପକ୍ଷରୁ ଚିହ୍ନଟ କରାଯାଇଥିବା ୮୦ ଜଣ ସଫେଇ କର୍ମଚାରୀଙ୍କୁ ପରିଚୟ ପତ୍ର ସହ ଉପଢ଼ୌକୋନ , ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏଥିସହ ପୌରପାଳିକା ପକ୍ଷରୁ ଚିହ୍ନଟ ହୋଇଥିବା ୬ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ କାଉନସିଲର ଏବଂ ପୌର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *