ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଉପଖଣ୍ଡ ର ସମସ୍ତ ଅମଲା ଜୁନ୍ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ରେ ଯାଇଛନ୍ତି । କନିଷ୍ଠ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଟଙ୍କା ଗ୍ରେଡ୍ ପେ ଦାବୀ ପୂରଣ ନହେବା ରୁ ଅମଲା ମାନେ ଏହି ପଦକ୍ଷେପ ନେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ , ଆଇ ଟି ଡି ଏ , ଆଇ ସି ଡ଼ି ଏସ୍ , ଗ୍ରାମ୍ୟ ଉନ୍ନୟନ ଓ ଜଳ ସେଚନ ବିଭାଗ ର ସମସ୍ତ ଅମଲା ଏଥିରେ ସାମିଲ ହେବା ସହ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଅମଲା ମାନେ ଧାରଣା ଦେଉଥିବା ରୁ ସମସ୍ତ ସରକାରୀ ଦପ୍ତର ରେ କାର୍ଯ୍ୟ ଠପ୍ ହୋଇଥିବା ବେଳେ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
ଅମଲା ମିଳିତ ସଂଘ ଜିଲ୍ଲା ସଭାପତି କହିଛନ୍ତି ଯେ ଦୀର୍ଘ ୬ ବର୍ଷ ହେବ ଉକ୍ତ ଦାବୀ ହେଉଥିଲେ ହେଁ ସରକାର ଏହି ଦାବୀ ପୂରଣ ରେ ବିଫଳ ହୋଇଛନ୍ତି । ଯଦି ସରକାର ଆମ ଦାବୀ କୁ ମାନି ନେଇ ଆମକୁ ଗ୍ରେଡ ପେ ରେ ବୃଦ୍ଧି କରାଯିବ ବୋଲି ନୋଟିଫିକେଶନ ବାହାର କରି ଗଣମାଧ୍ୟମ ରେ ପ୍ରେସ ବିବୃତି ଦିୟନ୍ତି ତେବେ ଆନ୍ଦୋଳନ ରୁ ଓହ୍ଲାଇ ସରକାରୀ କାର୍ଯ୍ୟ ରେ ପୂର୍ବ ଭଳି ସହଯୋାଗ କରାଯିବ ।

