Site icon Ethara Sambhala

ପୌର ପରିଷଦ ର ନିଷ୍ପତ୍ତି ; ପୁନଃରୁଦ୍ଧାର ହେବ ପୋଖରୀ, ଉପଭୋକ୍ତା ସୁବିଧାରେ ପାଇବେ ଖାଉଟି ସମାଗ୍ରୀ, ସହରକୁ ସି. ସି କ୍ୟାମେରା…!

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଷଷ୍ଠ ଫେଜ୍ ରେ ପ୍ରସ୍ତୁତି ତାଲିକା କୁ ମଞ୍ଜୁରୀ, ମୋ ଖତ, ମୋ ଶୌଚାଳୟ, ଟାଉନ୍ ହଲ୍ ଉନ୍ନତୀକରଣ, ମୋ ପୋଖରୀ ପୁନରୁଦ୍ଧାର ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା l ପୌର ପରିଷଦ ମଧ୍ୟରେ ଥିବା ୯ ପୋଖରୀ ର ପୁନଃରୁଦ୍ଧାର ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ନାମା ସକାଶେ ପରିଷଦ ପକ୍ଷରୁ ରାଜ୍ଯ ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଥିଲା l ଏଥି ମଧ୍ୟରୁ ୩ ଗୋଟି ପୋଖରୀ ର ପୁନଃରୁଦ୍ଧାର ପାଇଁ ଆସିଥିବା ନିର୍ଦ୍ଦେଶନାମା କ୍ରମେ କପିଳପୁର୍ ଠାରେ ଥିବା ପୋଖରୀ, ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀ ଏବଂ ସେଫାଳୀ ପାହାଡ଼ ନିକଟସ୍ଥ ପୋଖରୀ ର ପୁନଃରୁଦ୍ଧାର ନିମନ୍ତେ ପୌର ପରିଷଦ ର ନିଜସ୍ୱ ଖର୍ଚ୍ଚ ରେ ଏହାର୍ ପୁନଃରୁଦ୍ଧାର ନିମନ୍ତେ ଡିପିଆର୍ ପ୍ରସ୍ତୁତ କରି ସରକାର ଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି କରାଯାଇଛି l ପବ୍ଲିକ୍ ୱେଷ୍ଟ ମ୍ୟାନେଜ୍ ମେଣ୍ଟ ବାଇଲା ର ଅନୁମୋଦନ ଉପରେ ତୃତୀୟ ବୈଠକ ରେ ଆଗତ ପ୍ରସ୍ତାବ କୁ ପାରିତ କରାଯାଇଛି l ଚଳିତ ବୈଠକ ରେ ପରିଷଦ ର ୨୨ – ୨୩ ଆର୍ଥିକ ବର୍ଷର ଆୟ ଓ ବ୍ୟୟର ସମୀକ୍ଷା କରାଯାଇ ଏହାକୁ ମଞ୍ଜୁରୀ କରାଯାଇଥିଲା l ଏହା ବ୍ୟତୀୟ ଉପଜିଲ୍ଲାପାଳ ଗୁଣପୁର ପତ୍ର ସଂଖ୍ୟା ୧୮୫୯ ତା ୦୨.୦୫.୨୦୨୩ ରିଖ ରେ ପ୍ରଦତ୍ତ ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ପରିଷଦ ର ୱାର୍ଡ ମଧ୍ୟରେ ଥିବା ଜଙ୍ଗଲ ଜମି ଅଧି ଗ୍ରହଣ ସକାଶେ ସମ୍ପୃକ୍ତ ୱାର୍ଡ ସଦସ୍ଯ ସଦସ୍ୟା ଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଗତ କରାଗଲା l ଉପଜିଲ୍ଲାପାଳ ଙ୍କ ପକ୍ଷରୁ ମହିଳା ସଂଘ ମାଧ୍ୟମରେ ଖାଉଟି ସାମଗ୍ରୀ ବିତରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଅଛି l ପରନ୍ତୁ ଏଥି ନିମନ୍ତେ ମନୋନୀତ ମହିଳା ସଂଘ ର କେନ୍ଦ୍ର ଗୁଡିକ୍ ସମାନଙ୍କୁ ଦିଆଯାଇଥିବା ୱାର୍ଡ ଠାରୁ ବହୁ ଦୁରରେ ଅବସ୍ଥିତ ଥିବାରୁ ଖାଉଟି ମାନେ ସୁବିଧାରେ ସାମଗ୍ରୀ ପାଇବା ନିମନ୍ତେ ବିଭିନ୍ନ ୱାର୍ଡ ର ଭିନ୍ନ ଭିନ୍ନ ସ୍ଥାନ ରେ ସାମଗ୍ରୀ ବଣ୍ଟନ କରିବା ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ଗୃହିତ କରାଗଲା l ଏହି ପରିପ୍ରେକ୍ଷୀରେ ଆମ ବଜାର୍ ପ୍ରାଙ୍ଗଣରେ ୱାର୍ଡ – ୧,୧୮,୧୯ ୱାର୍ଡ଼ ର ଲୋକଙ୍କୁ, ୱାର୍ଡ଼ – ୨,୩,୪ ଲୋକଙ୍କୁ ୱାର୍ଡ ନମ୍ବର ୪ ୱାର୍ଡ ର କମ୍ୟୁନିଟି ହାଲ୍ ରେ, ୱାର୍ଡ – ୫,୬,୭,୮ ର ଲୋକଙ୍କୁ ମୈତ୍ରୀ କେନ୍ଦ୍ର ରେ, ୱାର୍ଡ – ୧୦,୧୧, ଏସ୍.ପି ଗୁଡା ଲୋକଙ୍କୁ ନିୟନ୍ତ୍ରିତ ବଜାର କମିଟି ଗୁଣପୁର ପରିସରେ, ୱାର୍ଡ – ୧୨,୧୩,୧୪,୧୫ ଲୋକ ଙ୍କୁ କୋଣ୍ଡା ବାଉରୀ ସାହି ର କେନ୍ଦ୍ର ରେ ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା l

ସେହି ଭଳି ସରକାର ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବେଞ୍ଚ ମାର୍କ ଭେଲ୍ୟୁେସନ୍ ହିସାବରେ ଗୃହ ଟିକସ ଆଦାୟ କରିବା ଦ୍ୱାରା ଜନ ସାଧାରଣ ଙ୍କୁ ଟିକସ ପାଞ୍ଚ ଗୁଣା ଅଧିକ ପଡ଼ିବ, ତେଣୁ ୨୦୧୮ ମସିହା ରେ ନିଷ୍ପତ୍ତି ହୋଇଥିବା ବେଞ୍ଚ ମାର୍କ ଭେଲ୍ୟୁେସନ୍ ହିସାବରେ ହିଁ ଟିକସ ଆଦାୟ କରିବା ନିମନ୍ତେ ପୌର ଉପାଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ l ଏହି ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ମଞ୍ଜୁର ଦିଆଯାଇ ଗୃହ ଟିକସର ଆଦାୟ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ପୌର ପରିଷଦ ର ୱାର୍ଡ ନମ୍ବର ୧ ଠାରୁ ୧୯ ମଧ୍ୟରେ ଥିବା ସମସ୍ତ୍ ସାହିର ଆବଶ୍ୟକତା ଅନୁଯାୟୀ ରାସ୍ତା ଓ ନାଳ ନିର୍ମାଣ ନିମନ୍ତେ ଏକ ସବିଶେଷ ଖସଡା ପ୍ରସ୍ତୁତ କରାଯାଇ ଏହାକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା l ଏହି ବୈଠକ ଗୁଣପୁର ପୌର ପରିଷଦ ର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ଡାଃ. ସତ୍ୟ ସମ୍ପୁର୍ଣ୍ଣା ରାଉତ , ସହକାରୀ ଯନ୍ତ୍ରୀ ବିଶ୍ଵନାଥ ସରକା, କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ମିଶ୍ର ଏବଂ ଏକାଉଣ୍ଟଟେଣ୍ଟ ନିରଞ୍ଜନ ସାହୁଙ୍କ ସମେତ ପୌର ପରିଷଦ ର ସମସ୍ତ ୱାର୍ଡ ର କାଉନ୍ସିଲ ଉପସ୍ଥିତ ଥିଲେ l

Exit mobile version