ନବୀନ୍ ଙ୍କ ପଞ୍ଚମ ଇନିଂସ ଆରମ୍ଭ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ| ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲାା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହିତ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବରେ ୨୦ ଜଣ ନିର୍ବାଚିତ ପ୍ରତିନିଧି ମଧ୍ୟ ଶପଥ ଗ୍ରହଣ କରିଛନ୍ତିା

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତିା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲୋ ପରେ ପରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶ୍ରୀ ବିକ୍ରମ କେଶରୀ ଆରୁଖ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀ ଅରୁଣ କୁମାର ସାହୁ, ଶ୍ରୀ ପ୍ରତାପ ଜେନା, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ସୁଶାନ୍ତ ସିଂହ ଓ ଶ୍ରୀ ନବ କିଶୋର ଦାସ ଶପଥ ଗ୍ରହଣ କରିଥିଲୋ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ପରେ ପରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶ୍ରୀମତୀ ପଦ୍ମିନୀ ଦିଆନ୍, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀ ସମୀର ରଞ୍ଜନ ଦାଶ, ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶ୍ରୀ ଦିବ୍ୟଶଙ୍କର ମିଶ୍ର, ଶ୍ରୀ ପ୍ରେମାନନ୍ଦ ନାୟକ, ଶ୍ରୀ ରଘୁନନ୍ଦନ ଦାଶ, ଶ୍ରୀ ତୁଷାରକାନ୍ତି ବେହେରା ଓ ଶ୍ରୀ ଜଗନ୍ନାଥ ସାରକା ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ  ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କର ନାମ ଘୋଷଣା କରିଥିଲୋ ଉତ୍ସବରେ ନିର୍ବାଚିତ ସାଂସଦ, ବିଧାୟକ, ପଦ୍ମପୁରସ୍କାର ବିଜେତା, ଶିଳ୍ପପତି, ପ୍ରସିଦ୍ଧ ସାମ୍ବାଦିକ, ବରିଷ୍ଠ ପ୍ରଶାସକ ଓ ବୁଦ୍ଧିଜୀବୀବୃନ୍ଦ ଉପସ୍ଥିତ ଥିଲେ | ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ତଥା ସଦସ୍ୟାମାନଙ୍କ ସମେତ ବହୁ ଯୁବଛାତ୍ର ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *