ଗୁଣପୁର ଓକିଲ ସଂଘ ର ସଭାପତି ହେଲେ ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ଓ ସମ୍ପାଦକ ବିଷ୍ନୁ ପାଢି….!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣୁପୁର ଓକିଲ ସଂଘର ନିର୍ବାଚନ ଆଜି କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା। ଗୁଣୁପୁର କୋର୍ଟରେ ସମୁଦାୟ ୮୬ ସଦସ୍ୟ ରହିଥିବା ବେଳେ ସଭାପତି ପାଇଁ ଦେବୀ ଆଚାର୍ଯ୍ୟ ଓ ଉମା ପଟନାୟକ , ସମ୍ପାଦକ ପାଇଁ ବିଷ୍ନୁ ପାଢି ଓ ପ୍ରବିଣ ପଟନାୟକ , ଉପସଭାପତି ପାଇଁ ଗଣେଶ ସାହୁ ଓ ରମେଶ ଲିମା , ଓ ଯୁଗ୍ମ ସମ୍ପାଦକ ପାଇଁ ଭାଗିରଥୀ ବାଙ୍ଗାରୀ, ଆର୍ ଡି ମିଶ୍ର ଓ ସୁଧୀର ପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସଭାପତି ଭାବେ ଉମା ପଟନାୟକ ୪୦ ଗୋଟି ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ଦେବୀ ଆଚାର୍ଯ୍ୟ ୩୫ ଗୋଟି ଭୋଟ ପାଇଥିଲେ। ସମ୍ପାଦକ ଭାବେ ବିଷ୍ନୁ ପାଢି ୪୧ ଗୋଟି ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ପ୍ରବିଣ ପଟନାୟକ ୩୩ ଗୋଟି ଭୋଟ ପାଇଥିଲେ। ଉପ ସଭାପତି ଭାବେ ଗଣେଶ ସାହୁ ୫୪ ଗୋଟି ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ରମେଶ ଲିମା ୨୦ ଗୋଟି ଭୋଟ୍ ପାଇଥିଲେ। ଯୁଗ୍ମ ସମ୍ପାଦକ ଭାବେ ଆର୍ ଡି ମିଶ୍ର ୪୨ ଗୋଟି ଭୋଟ୍ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟ ତମ ପ୍ରାର୍ଥୀ ଭାଗିରଥୀ ବାଙ୍ଗାରୀ ୧୭, ସୁଧୀର ପତି ୧୫ ଗୋଟି ଭୋଟ ପାଇଥିଲେ। କୋଷାଧକ୍ଷ ପାଇଁ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ଦ୍ଵନ୍ଦରେ ବିଜୟ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *