!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାମନାଗୁଡା)- ରାୟଗଡା ଜିଲ୍ଲା ରାମନାଗୁଡା ଠାରେ ସିପିଆଇ ଏମ ଏଲ ଲିବରେସନ ରାମନାଗୁଡା ବ୍ଲକ କମିଟି ପକ୍ଷରୁ ଭଗତ ସିଂ ,ରାଜଗୁରୁ, ସୁକଦେବ କଂ ୬୯ ବର୍ଷ ଶ୍ରଦ୍ଧାଞ୍ଜଳି ଦିବସ ଅବସରରେ ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ଗୁଣପୁର ଉପଖଣ୍ଡ କୁ ଜିଲ୍ଲା ଘୋଷଣା କରିବା,ଗୁଲୁଣ୍ଠି ପଞ୍ଚାୟତ ର ତାମିଲ ଗୁଡା ଗାଁ ର ଆଦିବାସୀ ମାନେ ଆଜିକୁ ୫୦ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ୧୦ ଏକର ଜମି କୁ ଆଦିବାସୀ ମାନକଂ ମଧ୍ୟ ରେ ଜମି ର ପଟା ଅତିଶୀଘ୍ର ଯୋଗାଇବା,ରାମନାଗୁଡା ବ୍ଲକ ନିକଟ ତାମିଲିଗୁଡା ନାଳ ରେ ଝୁଲା ବ୍ରିଜ ଏବଂ ଲହରୀ ଗାଡା ନାଳ କୁ ଜଳପ୍ରକଳ୍ପ କରି ଚାଷୀ କୁଂ ଜଳ ସେଚନ ବ୍ୟବସ୍ଥା ଗ୍ରହଣ କରିବା, ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ଲାଉଗୁଡ଼ା ଅଞ୍ଚଳ ଭିତରେ ଆନ୍ଧ୍ର ପ୍ରଦେଶ କିଛି ଲୋକ ଓଡିଶା ପରିସିମା ରେ ରହିଥିବା ଜମି ହଡପ କରିଛନ୍ତି ଏହାକୁ ବାହାର କରି ଲାଉଗୁଡ଼ା ଗାଁ ର ଆଦିବାସୀ ମାନକଂ ମଧ୍ୟରେ ପଟା ବଣ୍ଟନକରିବା ,ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର କାଟିକି , ପାଲିକିଡାଗଂ ,ଆଚବା ଓ ଅନାନ୍ୟ ପଞ୍ଚାୟତ ରେ ଆନ୍ଧ୍ର ଜମିଦାର ମାନେ ଆଦିବାସୀ ମାନଙ୍କ ଭୋଗ ଦଖଲ କରିଥିବା ୨୦୦ ଏକର ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରିବା ଉକ୍ତ ଜମି କୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ଉକ୍ତ ଜମି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା,ଗ୍ରାମୀଣ କ୍ଷେତ ମୁଲିଆ ମାନଙ୍କୁ ମନରେଗା ରେ କାମ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟକାଂ ମଜୁରୀ ଯୋଗାଇବା ,ରେସନ୍ କାର୍ଡ ଧାରିଣଂ ଖାଦ୍ୟ ସୁରକ୍ଷା ଆଇନ ରେ ୫୦ କେଜି ଚାଉଲ ଓ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ଯୋଗାଇ ଦେବା,ଗୋଗୁପାଚୁ ପଞ୍ଚାୟତ ର କେରାଣ୍ଡି ଗୁଡା ଠାରେ ଭାଙ୍ଗି ଯାଇଥିବା ବ୍ରିଜ କୁ ଅତି ଶୀଘ୍ର ମରାମତି କରିବା,ରାମନାଗୁଡା ବ୍ଲକ ରେ ଜବ କାର୍ଡ ଧାରି ମାନକଂ ଖାତା କୁ ଠିକାଦାର ମାନେ ପୋଷ୍ଟାଲ ଓ ଅନାନ୍ୟ ବ୍ଯାଙ୍କ ଗୁପ୍ତ ଖାତା କରି ଟକାଂ ଠକୁଛନ୍ତି।
ଏହା ତଦନ୍ତ କରି ଦୋଷୀ ମାନକଂ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜଗଂଲ ଅଧିକାର ଆଇନ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବଦଂ କରିବା ସହ ୨୦୨୦ ଜଗଂଲ ସଂରକ୍ଷଣ ଆଇନ ପ୍ରତ୍ୟାହାର କରିବା,୨୦୨୨ ମସିହା ର ବିଦ୍ୟୁତ ଆଇନ କୁ ରଧ୍ୟ କରିବା ସହ ଘାଇସ ର ଦରଦାମ ବୃଦ୍ଧି ରଦ୍ଧ କରିବା , ରାମନାଗୁଡା ତହସିଲ ଏରିଆ ର ରାଜସ୍ବ ନିରୀକ୍ଷକ ଓ ଅମିନକଂ ଦ୍ଵାରା ଆଦିବାସୀ ମାନଙ୍କ ଦଖଲ ଥିବା ଜମି କୁ ଚିହ୍ନଟ କରିବା ପାଇଁ ମାସିକ ୧୫ ଦିନ ସର୍ବେ କରାଯିବା, ସୌରା ଭାଷା ଓ ଲିପି କୁ ସମ୍ବିଧାନି ଅଧିକାର ଦେବା,ରାମନାଗୁଡା ବ୍ଲକ ରେ ଆଦିବାସୀ ମାନଙ୍କ ପାଇଁ ଟିଡିସିସି କେନ୍ଦ୍ର ଖୋଲି ଜଗଂଲଜାତ ଦ୍ରବ୍ୟ ମହୁଲ ,ତେନ୍ତୁଳି ,ଝୁଣା – ଛାଞ୍ଚୁଣି କିଣିବା ବ୍ୟବସ୍ଥା କରିବା, ରାମନାଗୁଡା ରେ ବସଷ୍ଟାଣ୍ଡ ସମ୍ପୁର୍ଣ୍ଣ କରିବା ସହ ଶୌଚାଳୟ ତିଆରି କରିବା ଭଳି ୧୮ ଟି ଦାବି ସମ୍ପର୍କିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ପ୍ରଦାନ କରାଯାଇଥିଲା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କ ବଦଳ ରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଙ୍କୁ ପ୍ରଦାନ କରିଥିବା ବେଳେ ତହସିଲଦାର ଙ୍କ ସହିତ ସିପିଆଇ ଏମଏଲ ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ତ୍ରିପତି ଗମାଙ୍ଗ ଏବଂ ତାଙ୍କ ସହଯୋଗୀ ମାନେ ରାମନାଗୁଡା ବ୍ଲକ ର ଆନ୍ଧ୍ର ଓଡ଼ିଶା ସୀମାନ୍ତ ଲାଉଗୁଡ଼ା ଠାରେ ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶ ସରକାର ମନରେଗା ରେ ପୋଖରୀ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ସମୟରେ ବନ୍ଦ କରିବା ଓ ଜଙ୍ଗଲଜମି, ଘର ଢିହ ପଟ୍ଟା ,ଆଦିବାସୀ ଙ୍କ ଜମି କୁ ଅଣଆଦିବାସୀ ଲିଜ ଆକାର ରେ ନେଇ ଜମି ଅତିଆର କରିବା ଭଳି ବିଷୟରେ ଆଲୋଚନା କରିଥିଲେ ,ସିପିଆଇ ଏମଏଲ ଲିବରେସନ ର ଦାବି ନେଇ ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜମି ସମ୍ପର୍କିତ ମାମଲା ଖୁବଶୀଘ୍ର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବୃନ୍ଦାବନ ବିଡିକା ,ଅନାସିମ ଶବର , ସମ୍ଭରା ଶବର , ମୋଜେସ ଶବର , ଦାସୁରୁ ବିଡିକା , ରମେଶ ବିଡିକା , ରାମଦାସ ନିମାଲା , ଶରତ ଶବର , ସନିଆ ଶବର , ମେଦିରି ଗରଡିଆ – ଲୋକନାଥ ନାଉରି ,ଆଚାନା ମଣ୍ଡାଙ୍ଗିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।

