Site icon Ethara Sambhala

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚକ ଅଖ ବନ୍ଦ ସହ ଧାରଣା ସଫଳ…!

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ସମଗ୍ର ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ୧୦ ଦଫା ଦାବି ସମ୍ପର୍କରେ ଆଜି ଠାରୁ ତିନି ଚକିଆ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ଡ୍ରାଇଭର ମହାସଂଘ ନିଷ୍ପତ୍ତି କ୍ରମେ ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ଚକ ଅଖ ବନ୍ଦ କରିବା ନିମନ୍ତେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଡ୍ରାଇଭର ମାନେ ଡ୍ରାଇଭର ମାନଙ୍କ ସୁରକ୍ଷା ସହ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଲାଗୁ କରିବା,ପ୍ରତ୍ୟେକ ୧୦୦ କିଲୋମିଟର ରେ ପାର୍କିଂ ବ୍ୟବସ୍ଥା ସହିତ ବିଶ୍ରାମ ନିମନ୍ତେ ଆଶ୍ରୟ ସ୍ଥଳୀ , ୫୫ ବର୍ଷ ବୟସ ପରେ ଭତ୍ତା ଲାଗୁ କରିବା,ଦୁର୍ଘଟଣା ରେ ମୃତ୍ୟୁ ହେଲେ ୨୦ ଲକ୍ଷ୍ ଟଙ୍କା ଏବଂ ଅକର୍ମଣ୍ୟ ହେଲେ ୧୦ ଲକ୍ଷ୍ୟ ଟଙ୍କା ର ସହାୟତା ରାଶି ପ୍ରଦାନ ଓ ଚିକିତ୍ସା ପାଇଁ ୫ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ସ୍ୱତନ୍ତ୍ର ସୁରକ୍ଷା ଆଇନ ,ଆଇନ ଆଳରେ ପୋଲିସର ଅକଥନୀୟ ଅତ୍ୟାଚାର,ପରିବହନ ବିଭାଗ ର ବିଭିନ୍ନ କାର୍ଯ୍ୟ ରେ ଦେୟ ପ୍ରତି ରିହାତି ତା ସହିତ ଡ୍ରାଇଭର ମାନଙ୍କୁ ଯୋଦ୍ଧା ର ମାନ୍ୟତା, ଡ୍ରାଇଭର ମାନଙ୍କ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଲାଗୁ କରିବା, ଜନ ସାଧାରଣ ଙ୍କ ରାସ୍ତା ରୋକ ସମୟରେ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ଆଦି ଦାବି ରହିଛି ।

ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୨୦୨୧ ମସିହା ଅକ୍ଟୋବର ମାସ ୧୮ ତାରିଖରେ ନବୀନ ନିବାସ ଡ୍ରାଇଭର ମହାସଂଘ ପକ୍ଷରୁ ଘେରାଉ କରାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସ ମଧ୍ୟରେ ଦାବି ଗୁଡିକ ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ସେମାନଙ୍କ ର ଦାବି ଗୁଡିକ ରାଜ୍ୟ ସରକାର ପୂରଣ କରି ନଥିଲେ , ସେଥିପାଇଁ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରଖିବା ସହିତ ଚକଅଖ ବନ୍ଦ କରି ଦିବାରାତ୍ରୀ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ନିଷ୍ପତ୍ତି କ୍ରମେ ଏହି ବନ୍ଦ ଡାକରା ରେ ଆମ୍ବୁଲାନ୍ସ ସେବା ,ଅଗ୍ନିଶମ ସେବା , ଗଣମାଧ୍ୟମ, ପ୍ରଶାସନିକ ଗମନାଗମନ ଆଦି ଜରୁରୀକାଳୀନ ସେବା ଅବ୍ୟାହତ(ବାଦ)ରହିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି ।ତେବେ ଧାରଣା ର ପ୍ରଥମ ଦିନରେ ରାସ୍ତାରେ ଅଟକି ରହିଥିବା ପରିବହନ ସେବା ରେ ନିୟୋଜିତ ଥିବା ଡ୍ରାଇଭର ମାନଙ୍କୁ ଖାଇବା ପ୍ରଦାନ କରାଯାଇ ଥିବା ଦେଖିବାକୁ ମିଳିଥିଲା ,ଏଥି ପାଇଁ ଡ୍ରାଇଭର ମାନଙ୍କ ଧାରଣା ର ପ୍ରଥମ ଦିନରେ ରାମନାଗୁଡା ବ୍ଲକ ର ସୁଣ୍ଡିଧାମୁଣି ପଂଚାୟତ ରେ ଡମ୍ବୁରୁ କାଡ୍ରାକା ,ପାରୀକ୍ଷିତି ରାଜେନ୍ଦ୍ର ପାତ୍ର ,ଗୁଲୁଣ୍ଠି ରମେଶ କାଡ୍ରାକା ,ଗୋଗୁପାଡୁ କରଡ଼ା ଗୁପ୍ତେଶ୍ଵର ,ଗୋସେଇଁ ଗୁଲୁମୁଣ୍ଡା ସମ୍ବରା ମୁଟୁକା ,ପେନକାମ ଲୋମନାଥ ଶବର ,ନିଲାମଗୁଡ଼ା ଓ କୁଜେନ୍ଦ୍ରୀ ହୀରାଲାଲ, ଗୁଲୁମୁଣ୍ଡା ପବିତ୍ର ଶବର ,ଉକାମ୍ବା ବାବୁଲା ଶବର ,ଭାମିନି ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଙ୍କ ନେତୃତ୍ୱରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିଲେ । ଏହି ସମୟରେ ଶତାଧିକ ଡ୍ରାଇଭର ଙ୍କ ସମେତ ଓଡ଼ିଶା ଡ୍ରାଇଭର ମହାସଂଘ ରାମନାଗୁଡା ଶାଖାର ସଭାପତି ଅଭିମନ୍ୟୁ ମୁଟିକା ,ଉପ ସଭାପତି ଗୋବିନ୍ଦ ବଡ଼ ଦଳେଇ ,ସମ୍ପାଦକ ଶିବ ପ୍ରସାଦ ମୁଟିକା, ସହ ସମ୍ପାଦକ ପ୍ରତାପ ତୋଇକା ,କୋଷାଧ୍ୟକ୍ଷ ନନ୍ଦ କିଶୋର ଚିନ୍ନାରି ସହ କୋଷାଧ୍ୟକ୍ଷ ରଞ୍ଜିତ ମୁଟିକା ,ପ୍ରମୁଖ ଉପସ୍ଥିତ ରହି ରାମନାଗୁଡା ବ୍ଲକ ଅଧିନସ୍ତ ସମସ୍ତ ପଂଚାୟତ ଗସ୍ତ କରି ଧାରଣା ର ତଦାରଖ କରିଥିଲେ ।

Exit mobile version