ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- କୃଷି ର ଉନ୍ନତି ଓ ଚାଷୀ ଙ୍କ ଆୟ ଦ୍ଵିଗୁଣିତ କରିବା ନେଇ ସରକାର ଯୋଜନା କରୁଛନ୍ତି । ହେଲେ ଯୋଜନା ଯୋଜନା ବାଟରେ ରହି ଯାଉଛି । ଏମିତି ଅଭିଯୋଗ କରିଛନ୍ତି ରାୟଗଡା ଜିଲା ଗୁଣପୁର ବ୍ଲକ ସାମ୍ପିନି ଗ୍ରାମ ର ଚାଷୀ । ଏଠାରେ ସରକାର ଚାଷୀ ଙ୍କ ପାଇଁ ଗଭୀର ନଳ କୂପ ଖନନ କରିଥିଲେ । ହେଲେ ଗୋଟିଏ ବର୍ଷ ପରେ ଆଉ ପାଣି ଆସିନଥିଲା । ୪୫ ରୁ ଉର୍ଧ ଗଭୀର ନଳକୁପ ଅଚଳ ହୋଇପଡିଥିବା ବେଳେ ଉଠାଜଳସେଚନ ବିଭାଗ କାଗଜକଲମରେ ସଚଳ ବୋଲି ଦର୍ଶାଇଥିବା ଅଭିଯୋଗ ହେଉଛି। ଜମି ରେ ଅଛି ପାଣି ପ୍ରକଳ୍ପ । ଶୁଖିଲା ପଡିଛି ଜମି । ଇଏ ହେଉଛି ରାୟଗଡା ଜିଲା ଗୁଣପୁର ବ୍ଲକ ସାମ୍ପିନି ଗ୍ରାମ ଜମି ର ଦୃଶ୍ୟ । ଉଠା ଜଳସେଚନ ପକ୍ଷରୁ ୨୦୧୧ ମସିହାରୁ ସରକାରି ରେକର୍ଡ ଅନୁଯାୟୀ ଗୁଣପୁର ର ବିଭିନ୍ନ ସ୍ଥାନରେ ୨୫୨ ଗଭୀର ନଳକୁପ ବର୍ତମାନ ସୁଦ୍ଦା ଖନନ ହୋଇଛି। ୨୦୧୩ ମସିହାରେ ସାମ୍ପିନି ଗ୍ରାମାଞ୍ଚଳର ବିଭିନ୍ନ ଚାଷି ଙ୍କ ଚାଷଜମିର ୬୨ ଗଭୀର ନଳକୁପ ଖୋଳାହୋଇଥିଲା । ସେହି ସମୟରେ ଉଦ୍ଘାଟନ କରିଥିଲେ ସେତେବେଳର ମୁଖ୍ୟ ସାଚନ ସଚିବ। ଉଦ୍ଘାଟନ ପରଠୁ ଖୋଳାହୋଇଥିବାି ୬୨ ଟି ପ୍ରକଳ୍ପ ରୁ ମାତ୍ର ୪ ଟି ପ୍ରକଳ୍ପ ଚାଲୁଥିବା ଚାଷି ପକ୍ଷରୁ ଜଣାପଡିଛି। ଉଠାଜଳସେଚନ ବିଭାଗର ସୁଚନା ମୁତାବକ ଗଭୀର ନଳକୂପ ଖୋଳା ସମୟରେ ୧୦ ଅଚଳ ହୋଇଥିଲା ବଳକା ୫୨ ରୁ ମାତ୍ର ୪ ଟି ପ୍ରକଳ୍ପ ଚାଲୁ ଥିବା ବେଳେ ଆଉ ସବୁ ପ୍ରକଳ୍ପ ଅଚଳ ହୋଇପଡ଼ିଛି ।
ବର୍ତମାନ କୋଉ ଗଭୀର ନଳକୂପରେ ମଟର ଜାମ୍ ହୋଇ ରହିଛି ତ କେଉଁଠି ନଳକୂପ ପାଇପ୍ ଦବି ଯାଇଛି। କେଉଁଠି ବିଦ୍ୟୁତ୍ ସଂଯୋଗ କଟିଛି ତ କେଉଁଠି ଯାନ୍ତ୍ରିକ ତ୍ରୁଟି ରହିଛି ଏଭଳି ପଡିରହିଛି ଏହି ଗଭୀରନଳକୂପ। ଉଠାଜଳସେଚନ ରେ ରେକର୍ଡ ରେ କିନ୍ତୁ ସମସ୍ତ ନଳକୁପ ସଚଳ ହୋଇ ଚାଲୁ ରହିଥିବା ରେକର୍ଡ ଥିବା ଜଣାପଡିଛି କିନ୍ତୁ ବାସ୍ତବ ଚିତ୍ର ପୁରା ଅଲଗା। ଚାଷି ଙ୍କ କାମରେ ଏହି ନଳକୁପ ଆସୁନାହିଁ ଯାହାକି ଖରାଟିଆ ଚାଷ ମଧ୍ୟ ଚାଷି କରିପାରୁନାହାଁନ୍ତି। ୫ ହେକ୍ଟର ଚାଷ ପାଇିଁ ଗୋଟିଏ ଗୋଟିଏ ନଳକୂପ ପିଛା ୩ ଲକ୍ଷ ଟଙ୍କା ଅଟକଳ ରଖି ଖର୍ଚ ହୋଇଥିବା ଜଣାପଡିଛି। ବିଭାଗିୟ ଅଧାକାରି ନଜର କୁ ନେବା ପାଇିଁ ଦାବି କରୁଥିବା ବେଳେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ବହୁବାର ଅଚଳ ନଳ କୂପ କୁ ସଚଳ କରାଇବା ପାଇଁ ବିଭାଗ କାର୍ଯ୍ୟାଳୟ କୁ ଯାଇ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନଥିବା କୁହାଯାଇଛି । ଲକ୍ଷ୍ୟଧାର୍ଯ୍ୟ ଏବେ ଲକ୍ଷ୍ୟ ରେ ରହି ଯାଇଚି । କାହା ଇସାରରେ ଅଚଳ ନଳକୂପ ଫାଇଲରେ ହେଲା ସଚଳ ଏହାର ବିଧିବଦ୍ଧ ତଦନ୍ତ ଦାବୀ ହେଉଛି । ଏହି ବିଭାଗରେ ଦୀର୍ଘ ବର୍ଷ ଧରି ଗୁଣପୁର ଭଳି ଗୋଟିଏ ସ୍ଥାନରେ ଏସ୍ଟିମେଟର ଭାବେ କାର୍ଯ୍ୟ କରି ଆସୁଥିବା ବାବୁ ଙ୍କ ଆଡେ ଏହାର ଇସରା ସୂଚାଉଛି । ବାବୁ ଏଥର ସମ୍ଭାଳ ..!