ରାଜ୍ୟରେ ଚାଉଳ ରାଜନୀତି ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣୁପୁର): ଚାଉଳ ବଣ୍ଟନ କୁ ନେଇ ରାଜ୍ୟରେ ବିଜେପି ଓ ବିଜେଡ଼ି ମଧ୍ୟରେ ଚାଲିଥିବା ରାଜନୀତି ତେଜିବା ରେ ଲାଗିଛି ।ଏହା ଏବେ ରାଜଧାନୀ ରୁ ବ୍ଲକ ମୁହାଁ ହୋଇଛି। ଉଭୟ ସରକାର ଚାଉଳ ବଣ୍ଟନ ଭୋଟ ବ୍ୟାଙ୍କ୍ ବୋଲି ଅବଗତ ହେବାରେ ଉଭୟ ଦଳମଧ୍ୟରେ କଥା କଟାକଟି, କାଦୁଅ ଫୋପଡ଼ା ଓ ବୟାନ ବାଜି ବଢ଼ି ଚାଲିଛି।ଏହାକୁ ପାଥେୟ କରି ବିଜେଡ଼ି ପକ୍ଷରୁ ଗୁଣପୁର ପୌର ପରିଷଦର ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀ ଙ୍କୁ ମୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ ଦେଉଥିବା । ବର୍ତ୍ତମାନ କାହିଁକି ଏହାକୁ କମାଇ ୫ କିଲୋ କରିଛି ବୋଲି ବିଜେଡ଼ି କର୍ମୀ ମାନେ ପ୍ରଶ୍ନ କରି ଆନ୍ଦୋଳନକୁ ଓହ୍ଲାଛନ୍ତି। ଗୁଣପୁର ଠାରେ ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ନେତୃତ୍ୱରେ ଚାଲି ଥିବା ଆନ୍ଦୋଳନରେ ବ୍ଲକ ସଭାପତି ଭାଷା ଶତପଥୀ,ନଗର ସଭାପତି ରାମ ପଣ୍ଡା,କର୍ମୀ ଅଶ୍ଵିନୀ ଗମାଙ୍ଗ, ବିଷ୍ଣୁ ପଣ୍ଡା ଏସ୍ .ବାବା ପ୍ରସାଦଙ୍କ ସମେତ ବହୁ ବିଜେଡ଼ି ସମର୍ଥକ ଯୋଗଦେଇ ଆନ୍ଦୋଳନ କରିଥିଲେ ।

Leave a Reply

Your email address will not be published. Required fields are marked *