!!! ପଶ୍ଚିମ ଓଡିଶା ଜୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ୨୧୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସ˚ପୂର୍ଣ୍ଣ ନ ହେଉଣୁ କେନ୍ଦୁଝର ଜିଲ୍ଲାର ତିନୋଟି ସ୍ଥାନରେ ବର୍ଷ ବର୍ଷ ଧରି ଟୋଲ୍ ଆଦାୟ ଜାରି ରହିଥିବା ଖବର ମିଳିଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କୁ ସାଇ ମା’ ତାରିଣୀ ଟୋଲ ୱେଜ୍ ଲିମିଟେଡ ଠିକା ସଂସ୍ଥା କୁ ଜାତୀୟ ରାଜପଥ କତ୍ତୃର୍ପକ୍ଷ ବାରମ୍ବାର ଚିଠି ଲେଖିଲେ ବି ଏହାକୁ ଠିକା ସଂସ୍ଥା ମାନୁ ନଥିବା ନଥିବା ଜଣା ପଡିଛି । ଅସ˚ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳ ରେ ରେ ଲୋକ ଦୁର୍ଘଟଣାର ଶିକାର ହେଉଥିବା ବେଳେ ଠିକା ସ˚ସ୍ଥା ଟୋଲ୍ ଆଦାୟରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି ।
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ପାଣିକୋଇଲି-ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ସାଇ ମା’ ତାରିଣୀ ଟୋଲ ୱେଜ୍ ଲିମିଟେଡ୍ର ଗତ ୨୦୧୧ ମସିହା ସେପ୍ଟେମ୍ବର ୨୮ ରେ ଚୁକ୍ତିନାମା ହୋଇଥିଲା। ୨୧୫ ନମ୍ବର ଜାତୀୟ ରାଜପଥର ୧୬୬ କିଲୋମିଟର ରାସ୍ତା ନିର୍ମାଣ ର ଚୁକ୍ତିନାମା କୁ ଏହି ଠିକା ସଂସ୍ଥା ଉଲ୍ଲଂଘନ କରୁଥିବା କୁହା ଯାଉଛି ।
ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଉନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ପରେ ଏକ ଇଞ୍ଜିନିୟର ଟିମ୍ ଅନୁଧ୍ୟାନ କରି ଏହାର ସତ୍ୟାସତ୍ୟ ଲୋକଲୋଚନ କୁ ଆଣିଥିବା ଜଣା ପଡିଛି । ଏସବୁ ସତ୍ତ୍ବେ ଗତ ୨୦୧୭ ମସିହାରୁ ଠିକା ସ˚ସ୍ଥା କେନ୍ଦୁଝର ଜିଲ୍ଲାର ବନାଯୋଡ଼ି, ଢେ଼ଙ୍କିକୋଟ ଓ ହସନପୁରଠାରେ ଟୋଲ ଆଦାୟ ଆରମ୍ଭ କରିଥିବା ନେଇ ଅଭିଯୋଗ ହେବାରୁ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଜାତୀୟ ରାଜପଥ ଜାତୀୟ ରାଜପଥ କତୃପକ୍ଷ ୨୭.୧୦.୨୦୧୭, ୨୨.୧୧.୨୦୧୭, ୨୫.୧.୨୦୧୮, ୨୧.୨.୨୦୧୮, ୧୦.୪.୨୦୧୮ ଓ ୨୩.୭.୨୦୧୮ରେ ବାରମ୍ବାର ଚିଠି ଲେଖି ଏହି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ରାସ୍ତା ନିର୍ମାଣ ସ୍ଥାନ ରେ ଠିକା ସଂସ୍ଥା ପକ୍ଷରୁ କୌଣସି ନିର୍ମାଣ ସରଞ୍ଜାମ ନ ଥିବା ନେଇ ମଧ୍ଯ ସୂଚନା ଦେଇଥିଲେ ।
ବାରମ୍ବାର ଅଭିଯୋଗ ଏବ୍ଂ ନିର୍ଦ୍ଦେଶନାମା ପରେ ବି ଠିକା ସଂସ୍ଥା ଏହାକୁ ଏଡ଼ାଇ ଗତ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଟୋଲ ଆଦାୟ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଏକ ପ୍ରଭିଜନାଲ ସାଟିର୍ଫିକେଟ ହାସଲ କରିଥିଲା।
ନିୟମ ଅନୁସାରେ, ପ୍ରଭିଜିନାଲ ସାର୍ଟିଫିକେଟ ପାଇବାର ୯୦ ଦିନ ମଧ୍ଯରେ ଅସ˚ପୂର୍ଣ୍ଣ କାମ ସ˚ପୂର୍ଣ୍ଣ କରିବା କଥା। ଅର୍ଥାତ ୨୦୧୭ ନଭେମ୍ବର ୧୭ ସୁଦ୍ଧା ଏହି ଅଧାପନ୍ତରିଆ ପଡ଼ିଥିବା ରାଜପଥ ନିର୍ମାଣ ସରିବା କଥା ; କିନ୍ତୁ ଠିକା ସଂସ୍ଥା ତାହା ସମ୍ପୂର୍ଣ୍ଣ ନ କରି ଟୋଲ ଆଦାୟ ରେ ବ୍ୟସ୍ତ ରହିଥିବା ସାଧାରଣ ରେ ଅଭିଯୋଗ ହୋଇଛି ।
କାର୍ଯ୍ୟ ସ˚ପୂର୍ଣ୍ଣ ନ ହେଲେ କ୍ଷତି ଭରଣା ପାଇଁ ମଧ୍ଯ ଚୁକ୍ତିରେ ଉଲ୍ଲେଖ ଥିଲା। ଏଥିପାଇଁ ପ୍ରାୟ ୨୮ କୋଟି ଟଙ୍କା କ୍ଷତି ହୋଇଥିଲା। ତାହାକୁ ମଧ୍ଯ ଦେଲା ନାହିଁ ଠିକା ସ˚ସ୍ଥା।
ସେହିପରି ଏହି ରାଜପଥରେ ହୋଇଥିବା ଖାଲଖମା ଓ ଅନ୍ୟାନ୍ୟ ମରାମତି ବାବଦରେ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକୁ ଭରଣା କରିବାକୁ ମଧ୍ଯ ଠିକା ସ˚ସ୍ଥା ରାଜି ନୁହେଁ। ଏହା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୫.୭.୨୦୧୮, ୩୦.୧୦.୨୦୧୮, ୩୧.୧.୨୦୧୯ରେ ବାରମ୍ବାର ଏ ସ˚ପର୍କରେ ଚିଠି ଲେଖିଥିଲେ। ଏହାକୁ ମଧ୍ଯ ଠିକା ସ˚ସ୍ଥା ଶୁଣିଲା ନାହିଁ। ଖାଲି ସେତିକି ନୁହେଁ, ଏହି ଅସ˚ପୂର୍ଣ୍ଣ କାର୍ଯ୍ୟ ପାଇଁ ହୋଇଥିବା କ୍ଷତି ୨୭.୯୭ କୋଟି ଟଙ୍କା ଭରଣା ପାଇଁ ସିଏଜି ଅଡିଟ୍ରେ ମଧ୍ଯ ମଞ୍ଜୁରି ମିଳିଥିଲା। ସିଏଜିଙ୍କ ଅଡିଟ୍ ସ˚ପର୍କରେ ଗତ ୨୦୧୮ ଡିସେମ୍ବର ୨୪ ରେ ଏକ ଚିଠି ଜରିଆରେ ଅବଗତ କରାଯାଇଥିଲା। କିନ୍ତୁ ଏ ଚିଠିର ଜବାବ ମଧ୍ଯ ଦେଲା ନାହିଁ ଠିକା ସ˚ସ୍ଥା। ଶେଷରେ ଗତ ୧୦.୪.୨୦୧୯ ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଠିକା ସ˚ସ୍ଥା ସାଇ ତାରିଣୀ ଟୋଲ୍ ୱେଜ୍କୁ ରାଜପଥ ନିର୍ମାଣ ଅସ˚ପୂର୍ଣ୍ଣ ଥିବାରୁ କାହିଁକି ଚୁକ୍ତିନାମା ରଦ୍ଦ କରା ନଯିବ ବୋଲି ଚିଠି ଲେଖାଯାଇଛି।
କେନ୍ଦୁଝର ଜିଲ୍ଲାର ବୁଦ୍ଧିଜୀବୀଙ୍କ ମହଲରେ ଗୋଟିଏ ପ୍ରଶ୍ନ ଆସୁଛି, ଯଦି ବର୍ଷ ବର୍ଷ ଧରି ଏକ ଠିକା ସ˚ସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମାନୁ ନାହିଁ କି ଚୁକ୍ତିନାମା ଅନୁସାରେ କାମ କରୁ ନାହିଁ। ଆଜିଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ଏ ସ˚ପର୍କରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଲାସୁତରାରେ ହିଁ ଠିକା ସ˚ସ୍ଥା ଠକି ଚାଲିଛି। ଯଦି ଜାତୀୟ ରାଜପଥ ବିଭାଗ ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଥାନ୍ତେ, କେବେଠୁ ନେଇ ସାରନ୍ତେଣି। ଖାଲି ଲୋକ ଦେଖାଣିଆ ଚିଠି ଲେଖି ଚୁପ୍ ବସୁଛି ଏନ୍.ଏଚ୍.ଏ.ଆଇ ବୋଲି ଶ୍ରୀ ସାହୁ କହିଛନ୍ତି।