ରାମନାଗୁଡା ବ୍ଲକ ର ପଞ୍ଚାୟତସ୍ତର ରେ ବିଜେଡି ର ଧାରଣା ।

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡା):-କେନ୍ଦ୍ର ସରକାର ଗରିବ ଙ୍କ ମୁହଁ ରୁ ହସ ଛଡାଇ ନେବା ସହ ଲାତ ମାରିଛନ୍ତି କେନ୍ଦ୍ର ସରକାର ।ଚାଷୀଙ୍କୁ ସେମାନଙ୍କ ଅଧିକାର ର ବଞ୍ଚିତ କରିଛନ୍ତି ।ବିକାଶ ର ନାରା ଦେଇ ଗରିବ ଲୋକମାନଙ୍କୁ ଶୋଷଣ କରୁଛନ୍ତି କେନ୍ଦ୍ର ଶାସିତ ମୋଦି ସରକାର,ଓଡ଼ିଶାବାସୀ କେନ୍ଦ୍ର ସରକାର ର ବାରମ୍ବାର ଶିକାର ହେଉଛନ୍ତି ।ସେହିପରି କେନ୍ଦ୍ର ସରକାର ଏନଏଫଏସଏ ନାମ କୁ ପରିବର୍ତ୍ତନ କରି PMGKAY ନାଁ ରେ ବ୍ରାଣ୍ଡିଙ୍ଗ କରୁଛି ବିଜେପି ସରକାର ।PMGKAY ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛି ବିଜେଡି । ଚାଷୀ ଙ୍କ ହକ ,ଗରିବଙ୍କ ପେଟ ପାଇଁ ସଡ଼କ ରୁ ସଂସଦ ଯାଏଁ ଲଢେ଼ଇ କରିବ ବିଜେଡି ବୋଲି ଧାରଣା ରେ ବସିଥିବା ନେତା ଓ କର୍ମୀ ମାନେ କହିଛନ୍ତି ।

କେନ୍ଦ୍ର ର ଏଭଳି ଗରିବଙ୍କ ପ୍ରତି ଉପେକ୍ଷା ଏବଂ ଅବହେଳା ପ୍ରସଙ୍ଗରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀ ମାନଙ୍କୁ ନେଇ ଚଳିତ ମାସ ୧୫, ତାରିଖରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ମାଣ୍ଡାଙ୍ଗି, ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବୀନ ପିପ୍ପଳୀ, ଉପେନ୍ଦ୍ର ନିମାଲ ପୁରୀ, ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ପ୍ରଧାନ ,ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା, ଜଗଦୀଶ ନାୟକ ବେହେରା, ଦିଲୀପ ନାୟକ ବେହେରା, ରଞ୍ଜନ ନାୟକ ବେହେରା, ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା,ସରପଞ୍ଚ ଭାସ୍କର କାଡ୍ରାକା, କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର, ସମିତି ସଭ୍ୟା ସୁଶ୍ରୀ ଲଷ୍ମୀପ୍ରିୟା ମାଣ୍ଡାଙ୍ଗି,ମାଧବ ମୁଟିକା, ଅମିତ ମହାରଣା, ମକର ଧ୍ୱଜ ଧୋବା, ଦଶରଥ ଲିମା, ଗୁଲୁମୁଣ୍ଡା ସରପଞ୍ଚ ବିକ୍ରମ ଶବର ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ, ରାମାରାଓ ପାଳାକା ,ଜି .କାରିଆନା ପ୍ରମୁଖ ଙ୍କ ସମେତ ସୁଣ୍ଡି ଧାମୁଣି, ଗୁଲୁଣ୍ଠି, ପାରୀକ୍ଷିତି, ଗୋଗୁପାଡୁ, ଗୋସେଇଁ ଗୁଲୁମୁଣ୍ଡା, ପେଣ୍ କାମ, ଭାମିନି, ବୁଥିଙ୍ଗ, ଗୁଲୁମୁଣ୍ଡା, ନିଲାମ ଗୁଡ଼ା, କୁଜେନ୍ଦ୍ରୀ, ଉକାମ୍ବା ଆଦି ପଂଚାୟତ ମାନଙ୍କ ରେ ସ୍ଥାନୀୟ ବରିଷ୍ଠ ନେତା ଓ କର୍ମୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ରାମନାଗୁଡା ବ୍ଲକ ଅଧିନସ୍ଥ ଏହି ୧୨ ଟି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ବିରୋଧ ରେ ସ୍ଲୋଗାନ ଦେଇ ଦିନ ତମାମ ବସିଥିଲେ ଏବଂ ଚଳିତ ମାସ ୧୬ ତାରିଖ ଦିନ (ଅର୍ଥାତ ଆଜି) ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ନିମନ୍ତେ ସ୍ଥିର କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *