କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ।

!!! ରାମନାଗୁଡା ରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା): କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ପ୍ରତିବାଦରେ ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଫିସ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ପ୍ରଥମେ ଗରିବଙ୍କ ଚାଉଳ ବନ୍ଦ କଲେ ପରେ ଜାତୀୟ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନାମିତ କରି ଗରିବ ଖାଉଟିଙ୍କୁ ଭ୍ରମିତ କରିବା ସହ ଗରିବଙ୍କ ପାଇଁ ୫ କେଜି ଚାଉଳ କାଟି ରାଜ୍ୟର ସାଢ଼େ ୩ କୋଟି ଅନ୍ନଦାତାଙ୍କ ଥାଳିରୁ ଭାତ ଛଡ଼ାଇଥିବା ବିଜେପି ସରକାର ବିରୁଦ୍ଧରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବ୍ଲକ ସଭାପତି ବିଜୟ କୁମାର ମାଣ୍ଡାଙ୍ଗି ,ଜିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ,ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ପ୍ରଧାନ ଜିଲ୍ଲା ସାଧାରଣ ସମ୍ପାଦକ କମଳ ଲୋଚନ ମୁଟିକା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ,ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା , କୁଜେନ୍ଦ୍ରୀ ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗି ଜି . କାରିଆନା,ସରପଞ୍ଚ କୁଜେନ୍ଦ୍ରୀ ରମେଶ ଶବର,ରାମନାଗୁଡା ଲ୍ୟାମ୍ପ ସଭାପତି ଗଣପତି ନିମାଲା, ବ୍ଲକ ଯୁବ ସାଧାରଣ ସମ୍ପାଦକ ବଳିଆ ସାହୁ ବିଜେଡି ଯୁବ ନେତା ଅମିତ ମହାରଣା ,ଭି. ଗୁରୁମୁର୍ତି ରାଜୁ ରାମାରାଓ ପାଲାକା ,ରଞ୍ଜନ ନାୟକ ବେହେରା, ଶିବପ୍ରସାଦ ବ୍ରହ୍ମା ,ମକରଧ୍ବଜ ଧୋବା, ଜଗଦୀଶ ନାୟକ ବେହେରା,ଦିଲ୍ଲୀପ ନାୟକ ବେହେରା ,ଦଶରଥ ଲିମା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟ ରାଓ କୁମ୍ଭିରିକାଙ୍କ ସହ ଶତାଧିକ ବିଜେଡି କର୍ମୀ ପ୍ରତିବାଦ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ,ଏହି ସ୍ମାରକପତ୍ର ପ୍ରଦାନ ସମୟରେ ସମସ୍ତ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *