Site icon Ethara Sambhala

ସୂଚନା ଫଳକ ହୋର୍ଡ଼ିଙ୍ଗ ଚିରି ନଷ୍ଟ ,ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ …!

!!! ରାମନାଗୁଡାରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାମନାଗୁଡା)- ରାୟଗଡା ଜିଲ୍ଲା ରାମନାଗୁଡା ମୁଖ୍ୟ ବଜାର ରେ ଗତ କିଛି ଦିନ ତଳେ ଅନ୍ୟ ସହରର ଦୂରତା ଜାଣିବା ନିମନ୍ତେ ଏକ ପିଲର ନିର୍ମାଣ କରି ଉପରି ଭାଗରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୂରତା ହୋର୍ଡିଙ୍ଗ ଲଗା ଯାଇଥିଲା କିନ୍ତୁ ଦୁର୍ଭାଗ୍ଯ ର ବିଷୟ ଯେ ଲଗାଇବାର କମ ଦିନ ମଧ୍ୟରେ ଉକ୍ତ ହୋର୍ଡିଙ୍ଗ ଟି ଚିରି ଯାଇ ନଷ୍ଟ ହୋଇ ଯାଇଛି । ତଥାପି ଏଥି ପ୍ରତି ବିଭାଗୀୟ ଅଧିକାରୀ ଙ୍କ ନିଘା ନାହିଁ ।ଏହି ଚିରି ଯାଇଥିବା ଦୂରତା ସୂଚନା ଫଳକ ର ହୋର୍ଡିଙ୍ଗ ଉପରେ ପ୍ରଶାସନ ର ନଜର ପଡୁଛି କି ନାହିଁ ତାହା ଏବେ ସନ୍ଧେହ ଘେରରେ ।ରାମନାଗୁଡା ରେ ପୂର୍ତ୍ତ ବିଭାଗ ର କାର୍ଯ୍ୟାଳୟ ଅଛି କିନ୍ତୁ ଯନ୍ତ୍ରୀ ଙ୍କ ଦେଖା ମିଳୁନି କିଏ ଏଠାକାର ଦାଇତ୍ୱ ରେ ଅଛନ୍ତି ସେଇଟା ମଧ୍ୟ କାହା ପାଖରେ ଖବର ନାହିଁ ।ଉକ୍ତ ଦୂରତା ସୂଚନା ଫଳକ ହୋର୍ଡିଙ୍ଗ ଚିରି ଯାଇ ନଷ୍ଟ ହୋଇଥିବା ଘଟଣା ସମ୍ପର୍କରେ ଅଭିଯୋଗ କରିବା ପାଇଁ ରାମନାଗୁଡା ସ୍ଥିତ କାର୍ଯ୍ୟାଳୟ କୁ ଗଲେ କାହାରି ଦେଖା ମିଳୁନି । କେବଳ ରମନାଗୁଦା ନୁହଁ ଅନେକ ସ୍ଥାନରେ ଏହାର ଅବସ୍ଥା ଏଭଳି । ନିମ୍ନ ମାନର ପୋଷ୍ଟର ନିର୍ମାଣ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ପରିଲକ୍ଷିତ ହେଉଛି । ହୋଡ଼ିଂ ଗୁଡିକରେ ରଙ୍ଗଦେଇ ତୂଳୀରେ ଅକ୍ଷର ଗୁଡିକ ଲେଖା ଯାଇଥିଲେ ଏହା ଦୀର୍ଘଦିନ ରୁହନ୍ତି କିନ୍ତୁ ବିଭାଗୀୟ ଅଧିକାରୀ କିଛି ହାତ ପୈଠ ପାଇବା ନେଇ ଏଭଳି ଚିପାକା ପୋଷ୍ଟର ତିଆରି କରି ଲଗାଇବାର ବ୍ୟବସ୍ଥା କରିଛନ୍ତି ବୋଲି ଚିତ୍ରକାର ମାନେ ମତବ୍ୟକ୍ତ କରୁଛନ୍ତି ।ସେ ଯାହା ହେଉନା କାହିଁକି ଏକ ସ୍ଥାୟୀ ଦୀର୍ଘ ମିଆଦି ପ୍ରକ୍ରିୟା ପ୍ରସ୍ତୁତ କରି ଏହାକୁ ପୁନରପି ଲେଖାଇବାକୁ ସାଧାରଣରେ ଦାବି ହେଉଛି ।

Exit mobile version