ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ନଂ ୧୧୭୯ ତା: ୧୯.୦୧.୨୩ ରିଖ କ୍ରମେ ରାୟଗଡ଼ା ଜିଲ୍ଲା ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ଙ୍କୁ ଗୁଣପୁର ଆଇଟିଡିଏ ର ପ୍ରକଳ୍ପ ଅଧିକାରୀ ଭାବେ ନିଯୁକ୍ତ କରିବା ପରେ ରାୟଗଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପତ୍ର ନଂ ୪୭୧ ତା:୦୭.୦୨.୨୩ ରିଖ କ୍ରମେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଙ୍କୁ ଏହାର ଦାୟୀତ୍ବ ଅର୍ପଣ କରାଯାଇଛି । ଗୁଣପୁର ଠାରେ ନୂତନ ବି. ଡି. ଓ. ନିଯୁକ୍ତି ପାଇବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥି ପୂର୍ବରୁ ଗୁଣପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଛୁଟିରେ ଯାଇଥିବାରୁ ଏହି କାର୍ଯ୍ୟାଳୟର ଦାୟୀତ୍ବ ସୁଶ୍ରୀ ଝୋଡ଼ିଆ ଙ୍କୁ ଦିଆଯାଇଛି । ସୁଶ୍ରୀଝୋଡ଼ିଆ ଙ୍କ କାର୍ଯ୍ୟ ଶୈଳୀ ଏବଂ ଦକ୍ଷତା ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରି ପୁଣି ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ଏହି ଅତିରିକ୍ତ ଦାୟିତ୍ବ ଅର୍ପଣ କରିଥିବାରୁ ସାଧାରଣରେ ଓ ବୁଦ୍ଧି ଜୀବି ମହଲରେ ଏହାକୁ ସ୍ଵାଗତ କରାଯାଇଛି । ସୁଶ୍ରୀ ଝୋଡ଼ିଆ ଗୁଣପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କରିବା ପରେ ଗୁଣପୁର ସମିତି ସହ କାର୍ଯ୍ୟାଳୟରେ ଚାଲିଥିବା ଅସନ୍ତୋଷ ଦୂରୀଭୂତ ହେବା ସହ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସମିତିବାସୀ ଆଶା ପ୍ରକଟ କରିଛନ୍ତି ।