ପୌର ପରିଷଦର ଏକି ଯୋଜନା ?

!!! ଦକ୍ଷିଣ ଓଡିଶା ଜୋନ୍ ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଜନ ସାଧାରଣ ଙ୍କ ଆବଶ୍ୟକୀୟ ବିଜୁଳି ଯୋଗାଇବା ଉଦ୍ଦେଶ୍ଯ ରେ କେନ୍ଦ୍ର ସରକାର ଙ୍କ ସୌଭାଗ୍ୟ ଯୋଜନା ଏବଂ ରାଜ୍ଯ ସରକାର ଙ୍କ ବିଜୁ କୁଟୀର ଜ୍ୟୋତି ଯୋଜନା ପ୍ରଣୟନ କରିଥିବା ବେଳେ ଗୁଣପୁର ସହରାଞ୍ଚଳ ର ଜନ ସାଧାରଣ ଙ୍କ ପାଇଁ ପୌର ପରିଷଦ ପକ୍ଷରୁ ରାସ୍ତାଘାଟ କୁ ଆଲୋକିତ କରିବା ଉଦ୍ଦେଶ୍ୟ ରେ ବହୁଳ ଅର୍ଥ ବ୍ୟୟରେ ଏଲ୍.ଇ.ଡି ଲାଇଟ୍ ସଂଯୋଗ ର ବ୍ୟବସ୍ତା କରାଯାଇଛି । ଅନେକ ସ୍ଥାନରେ ପୂର୍ବ ରୁ ଲାଇଟ୍ ସଂଯୋଗ କରାଯାଇଥିବା ବତୀ ଖୁଣ୍ଟ ର ଅନତି ଦୁରରେ ଏଲ୍.ଇ.ଡି ଲାଇଟ୍ ସଂଯୋଗ କରାଯାଇଥିବା ବତୀଖୁଣ୍ଟ ଦିଆଯାଇଛି । ଏପରିକି 100 ମିଟର ଦୂରତା ମଧ୍ୟରେ ବତୀଖୁଣ୍ଟ ଲଗାଯାଇ ସେହି ଅଞ୍ଚଳ କୁ ଆଲୋକିତ କରାଯାଇଛି ।

କିନ୍ତୁ ପୌରା ଅଞ୍ଚଳର କିଛି ସ୍ଥାନରେ ବତୀଖୁଣ୍ଟ ରେ ଏଲ୍.ଇ.ଡି ଲାଇଟ୍ ସଂଯୋଗ କରାଯାଇ ଦୀର୍ଘ 6 ମାସ ବିତିଯାଇଥିଲେ ମଧ୍ୟ ଆଲୋକ ଜଳିବାର ବ୍ୟବସ୍ଥା କରାଯାଇନାହିଁ । କିଛି ସ୍ଥାନର ବତୀଖୁଣ୍ଟ ରେ ଲଗାଯାଇଥିବା ଏଲ୍.ଇ.ଡି ଲାଇଟ୍ ଗୁଡିକ ଦିନ ରାତି ଜଳି ରହୁଥିବା ବେଳେ ଅନ୍ୟ ସ୍ଥାନ ଗୁଡିକ ର ଖୁଣ୍ଟ ରେ ସଂଯୋଗ ହୋଇଥିବା ଲାଇଟ୍ ଗୁଡିକ ଜଳୁ ନଥିବା ରୁ ଏହା ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୌର କତୃପକ୍ଷ ଏହି ଅଞ୍ଚଳରେ ଲାଇଟ୍ ଜଳାଇବା ଦିଗରେ ଇଚ୍ଛା ପ୍ରକାଶ କରୁନାହାଁନ୍ତି ନା ସ୍ଥାନୀୟ ବିଦ୍ୟୁତ୍ ବିଭାଗ କରେଣ୍ଟ ସଂଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ସାଧାରଣ ରେ ପ୍ରଶ୍ନ ଉଠୁଛି ଏହା ପୌର ପରିଷଦ ର କି ଯୋଜନା।

Leave a Reply

Your email address will not be published. Required fields are marked *