!!! ରାମନାଗୁଡା ରୁ ସୁଭାଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାମନାଗୁଡା) : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣକାମ ପଞ୍ଚାୟତ ସ୍ଥିତ ଆଦିବାସୀ ଅଧ୍ୟୁଷିତ ତାମିଙ୍ଗି ନିକଟ ଝରଣା ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଦଗଦା । ଏହି ଜିଲା ର ପ୍ରକୃତିର ସମ୍ଭାର ମଧ୍ୟରୁ ଗଦଗଦା ଅନ୍ୟତମ।ସୁଗନ୍ଧ ସଭାରାଜିରେ ଭରପୁର।ଏହି ଜଳପ୍ରପାତ ବେଶ ମନମୁଗ୍ଧକର।ଗଦଗଦ ହୋଇ ଏଠାରେ ଝରଣା ପାଣି ବହୁଥିବାରୁ ଏହାର ନାମ ଗଦଗଦା ହୋଇଛି,।ଏହାକୁ ଉତ୍ତର ଗଙ୍ଗା ବୋଲି ମଧ୍ୟ କହିଥାନ୍ତି କାରଣ ଏହି ଝରଣା ର ପାଣି ଉତ୍ତର ଦିଗକୁ ପ୍ରବାହିତ ହେଉଥିବାରୁ ଏପରି ନାମକରଣ ହୋଇଛି ବୋଲି ସ୍ଥାନୀୟ ବାସୀ ମତବ୍ୟକ୍ତ କରନ୍ତି ।
ଝରଣା ର ମଧ୍ୟ ଭାଗ ପଥର ଗୁମ୍ଫାରେ ପୂଜାପାଉଛନ୍ତି ନୀଳକଣ୍ଠ ମହାଦେବ।ପ୍ରତ୍ୟେକ ବର୍ଷ ମାଘ ମାସ ପୂର୍ଣ୍ଣିମା ତିଥିରେ ଏଠାରେ ବଡ଼ ଯାତ୍ରା ଅନୁଷ୍ଠିତ ହୋଇଥାଏ ।ପ୍ରଭୁ ନୀଳକଣ୍ଠେଶ୍ୱର ଙ୍କ ବିକ୍ରମପୁର ର ମାଳି ସମ୍ପ୍ରଦାୟର ଲୋକମାନେ ବହୁପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି, । ବହୁ ଦୂରଦୁରାନ୍ତ ରୁ ଏଠାକୁ ଭକ୍ତ ଆସିଥାନ୍ତି।ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ବହୁ ଭକ୍ତ ଏହି ସ୍ଥାନ କୁ ଆସି ମୁଣ୍ଡନ ହୋଇଥାନ୍ତି। ବିଶ୍ୱାସ ରହିଛି ଏଠାରେ ଦେବ ଦେବ ମହାଦେବ ଙ୍କୁ ମାନସିକ କରିବା ଦ୍ୱାରା ନିସନ୍ତାନ ଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ।ମାନସିକ ପୂର୍ଣ୍ଣ ମଧ୍ୟ ହୋଇଥାଏ। ହେଲେ ବିଡ଼ମ୍ବନାର ବିଷୟ ଭିତ୍ତିଭୂମି ଅଭାବ ରୁ ଲୋକ ଲୋଚନକୁ ଆସିପାରୁନାହିଁ ଏହି ସ୍ଥାନ। ଆଦିବାସୀ ଇଲାକା ରେ ଲୁକ୍କାୟିତ ଭାବେ ରହିଥିଲେ ମଧ୍ୟ ଏହିସ୍ଥାନର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି। ଏହି ସ୍ଥାନ କୁ ଯିବାକୁ ହେଲେ ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ୪ କିମି ଦୂରତା ଅତିକ୍ରମ କରି ଯିବାକୁ ପଡ଼ିଥାଏ ଯେହେତୁ ମୁଖ୍ୟ ରାସ୍ତା ଠାରୁ ଦୂର ରେ ଥିବା ରୁ ଲୋକେ ଜାଣିପାରନ୍ତି ନାହିଁ।ଦିନକୁ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲେ ମଧ୍ୟ ଏଠାକାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଏଠାରେ ବିକାଶ ର ଚିହ୍ନ ବର୍ଣ୍ଣ ନଥିବା ଦେଖିବାକୁ ମିଳିଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଙ୍କ ଅମଳ ରେ ସେହି ସ୍ଥାନ କୁ ଯିବା ପାଇଁ ପାହାଚ ନିର୍ମାଣ କରାଯାଇଥିଲା କିନ୍ତୁ ତାହା ଭାଙ୍ଗିବାକୁ ବସିଲାଣି ।ଯାତ୍ରା ରେ ଭଳିକି ଭଳି ଜିନିଷ ବିକ୍ରି କରିବା ନିମନ୍ତେ ବ୍ୟବସାୟୀ ମାନେ ଏଠାକୁ ଆସି ଭଲ ବ୍ୟବସାୟ କରିଥାନ୍ତି ।ଆଦିବାସୀ ଇଲାକାରେ ରହିଥିବା ଏହିସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଗଲେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥାନ୍ତା । ଲୋକଙ୍କ ଭିଡ଼ କୁ ନଜର ରେ ରଖି ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।