ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସୀମାନ୍ତ ରେଳ ଉପଭୋକ୍ତା ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଖାାପାଟଣା ଡି ଆର ଏମ ଓ ଙ୍କୁ ସ୍ମାରକ ଏକ ସ୍ମାରକପତ୍ର
ପ୍ରଦାନ କରାଯାଇଛି । ଏଥିରେ ମଞ୍ଚ ଆବାହକ ସୁନିଲ ଦାଶ ଗୁଣପୁର ରେଲୱେ ରଷ୍ଟେସନ୍ ଠାରେ ଉପୁଜୁଥିବା ଯାତ୍ରୀଙ୍କ ସମସ୍ୟା ନେଇ ଉଲ୍ଲେଖ କରି ଏହାର ପ୍ରତିକାର ନିମନ୍ତେ ଦାବୀ ଉପସ୍ଥାପନ କରିଛନ୍ତି । ଗାଡ଼ି ଯିବା ଆସିବା ସମୟରେ ଗୁଣପୁର ଷ୍ଟେସନ୍ ସମ୍ମୁଖ ଫାଟକ ନିକଟରେ ମୋଟର ଗାଡି, ବାଇକ୍ ଏବଂ ମୁଖ୍ୟତଃ ଅଟୋ ଗୁଡ଼ିକ ରାସ୍ତା ଜାମ କରୁଥିବାରୁ ଯାତ୍ରୀ ଯିବା ଆସିବା କରୁଥିବା ରେ ନାହିଁ ନଥିବା ଅସୁବିଧା ହେଉଥିବା ରୁ ଯାନ ଗୁଡ଼ିକ ନିମନ୍ତେ ଫାଟକ ସମ୍ମୁଖରେ ଥିବା ରେଲୱେ ଜମିରେ ପାର୍କିଂ ର ବ୍ୟବସ୍ଥା କରିବା,ବିଳମ୍ବିତ ରାତ୍ରରେ ଆସୁଥିବା ମେ – ମୋ ଟ୍ରେନ ରେ ଯାତାୟାତ କରୁଥିବା ବାହାର ଗ୍ରାମର ଯାତ୍ରୀା ମାନେ ସକାଳ ପର୍ଯ୍ୟନ୍ତ ଷ୍ଟେସନ୍ ରେ ଅପେକ୍ଷା କରି ରହୁଥିବାରୁ ଏମାନଙ୍କ ନିମନ୍ତେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ର ନିର୍ମାଣ ସହ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଷ୍ଟେସନରେ ରୀତିମତ ରେଲୱେ ପୋଲିସ ମୁତୟନ, ବୃଦ୍ଧ,ବୃଦ୍ଧା ଓ ଛୋଟ ପିଲା ମାନେ ପ୍ରଥମ ଟ୍ରାକ ଲାଇନ୍ ପାର୍ କରି ଦ୍ୱିତୀୟ ଟ୍ରାକ ରେ ରହୁଥିବା ଗାଡ଼ିରେ ଚଢ଼ା ଓଲ୍ହା କରିପାରୁ ନଥିବାରୁ ଅନ୍ୟ ଟ୍ରେନ ଆସିବା ଯାଏଁ ମେ ମୋ ଏବଂ ବିଶାଖାପାଟଣା ଗାଡ଼ିକୁ ପ୍ରଥମ ଲାଇନରେ ରଖିବା ବ୍ୟବସ୍ଥା କରିବା ,ଗୁଣପୁର ଷ୍ଟେସନରେ ଗାଡ଼ି ପହଞ୍ଚିବା ପରେ ଏହାର ବଗି ଓ ଶୌଚାଳୟ କୁ ନିୟମିତ ସଫା କରିବା ଏବଂ ବଗି ରେ ପାଣି ଭରିବା ଭଳି ବ୍ୟବସ୍ଥା ଗୁଡ଼ିକ ପ୍ରତି ଦୃଷ୍ଟିଦେଇ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ସ୍ମାରକ ପତ୍ରରେ ମଞ୍ଚ ପକ୍ଷରୁ ଦାବୀ ଉପସ୍ଥାପନ କରି ଅନୁରୋଧ କରାଯାଇଛି । ଏକ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଏକ ଉତ୍ସବ ରେ ଡି ଆର ମ ଓ ଯୋଗ ଦେବା ନିମନ୍ତେ ଆସିବା ବେଳେ ମଞ୍ଚ ସଦସ୍ୟ ମାନେ ଏହାଙ୍କୁ ସାକ୍ଷାତ କରି ଏହି ସ୍ମାରକ ପତ୍ର ଦେବାର ଥିବା ବେଳେ ସେ ଆସୁନଥିବାରୁ ଏହି ସ୍ମାରକ ପତ୍ରକୁ ତାଙ୍କୁ ପ୍ରେରଣ କରିଥିବା ମଞ୍ଚ ସଂଚାଳକ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।