!!! ଗୁଡ଼ାରିରୁ ପ୍ରତିନିଧି ନୀଳାଦ୍ରି ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଡ଼ାରୀ )-ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ଅଧୀନ କର୍ଲାଘଟି ଠାରୁ ବିଷମକଟକ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହା ଯାତ୍ରୀ ମାନଙ୍କ ପାଇଁ ମରଣ ଯନ୍ତା ହୋଇ ପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅପଦୃଷ୍ଟିରୁ ଏହା ଦିନକୁ ଦିନ ପଥଶୁନ୍ୟ ହେବାରେ ଲାଗିଛି । ଯାହାକି ରାସ୍ତା ଉପରେ ଗଛ, ରାସ୍ତା ମଧ୍ୟରେ ଖାଲୋ ଖମା ଆଦିରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏହା ଯାତାୟାତ ରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହେଉଛି । ଗୁଣୁପୁର ସବଡିଭିଜନର ଚିକିତ୍ସାଳୟ ଉପରେ ସମସ୍ତ ଅଞ୍ଚଳ ବାସୀ ନିର୍ଭର କରୁଥିବା ବେଳେ ଯାତାୟାତ ରେ ବହୁ ବାଧା ବିଘ୍ନ ଘଟୁଥିବା ବେଳେ ମୃତ୍ୟୁକୁ ହାତେଇବାକୁ ପଡ଼ୁଛି । ସ୍ବାସ୍ଥ୍ୟ ଓ ଗମନା ଗମନ କୁ ଦୃଷ୍ଟିରେ ରଖି ଏହାର ମରାମତି ଜରୁରୀ ଆବଶ୍ୟକତା ହୋଇପଡିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ, ଉଭୟ ଗୁଡ଼ାରୀ ଓ ବିଷମକଟକର ପ୍ରଶାସନ ଅଧିକାରି ମାନେ ଦୃଷ୍ଟି ଦେଲେ ଉଭୟ ବ୍ଲକ୍ ର ଲୋକ ମାନଙ୍କ ଜୀବନ ଜୀବିକା କୁସୁମିତ ହେବ । ନହେଲେ ଉଭୟ ବ୍ଲକର ସ୍ଥାନୀୟ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାବାକୁ ବାଧ୍ୟ ହେବେ ବୋଲି ଜନମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here