ସମ୍ବର୍ଦ୍ଧନା ବାର୍ତ୍ତାର ସୁଅ ଛୁଟିଛି…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ଼ା ଜିଲ୍ଲା ଗୁଣପୁର ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ଙ୍କୁ ଗୁଣପୁର ଆଇଟିଡିଏ ର ପିଏ ଭାବେ ନିଯୁକ୍ତି ପାଇବାର ଖବର ଜଣା ପଡ଼ିବା ପରେ ତାଙ୍କରି ନିକଟକୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟିବାରେ ଲାଗିଛି । ସ୍ଥାନୀୟ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାମନାଗୁଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଶ୍ରୀମତୀ ପ୍ରଧାନ ଙ୍କୁ ତାଙ୍କରି ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ସେ ତାଙ୍କରି ପଥ ପ୍ରଦର୍ଶକ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି । ସେହି ଭଳି ଦୁର୍ନୀତି ସଂଘର୍ଷ ମଞ୍ଚ ଓଡ଼ିଶା ଶାଖା ର ରାଜ୍ୟ ସଂଗଠକ ଶକ୍ତି ପ୍ରଦ ଦାଶ ଏବଂ ଗୁଣପୁର ଓକିଲ ସଂଘ ର ପୂର୍ବତନ ସମ୍ପାଦକ ତଥା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ଆଇନ ଉପଦେଷ୍ଟା ଗୌରୀ ଶଙ୍କର ଦାଶ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ତାଙ୍କ ବଳିଷ୍ଠ ସ୍ୱଚ୍ଛ ଶାସନର ଉତ୍ତରୋତ୍ତର କାମନା କରିବା ସହ ଆଗାମୀ ଦିନରେ ତାଙ୍କରି ସୁଶାସନ ପଛୁଆ ବର୍ଗଙ୍କ ଉନ୍ନତିରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ବୁଦ୍ଧିଜୀବୀ ମାନେ ଶ୍ରୀମତୀ ପ୍ରଧାନଙ୍କ ଏହି ପଦବୀ କୁ ବଦଳି ରାଜ୍ୟ ସରକାରଙ୍କ ଏକ ଉଚିତ୍ ନିଷ୍ପତ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *