ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣ ର ଅଦଳ ବଦଳ…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଓଡ଼ିଶା ସରକାରଙ୍କ ରାଜସ୍ବ ଏବଂ ପାନୀୟ ଜଳ ବିଭାଗର ପତ୍ର ସଂଖ୍ୟା ୧୧୯୭ ତା:୧୯.୦୧.୨୩ ରିଖ କ୍ରମେ ରାଜ୍ୟର ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ସହ ମୋଟ ୧୬୯ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବଦଳି କରିଥିବାବେଳେ ପଂଚାୟତିରାଜ ବିଭାଗ ଦ୍ୱାରା ୩୬ଟି ବ୍ଲକରେ ଆଜି ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହିତ ବିଡିଓ ଭାବେ କାର୍ଯ୍ୟରତ ୧୬ଜଣ ଓଏଏସ୍ ଅଫିସରଙ୍କୁ ସେମାନଙ୍କର ମୂଳ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି । ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଏଏସ୍ ସ୍ୱପ୍ନାନିତା ନାୟକଙ୍କୁ ହରଭଙ୍ଗା ବ୍ଲକ ବିଡିଓ,ଉଲ୍ଲାସ କୁମାର ସେଠୀ ନିଆଳି ବିଡିଓ, ଚିତ୍ତରଞ୍ଜନ ଦାସଙ୍କୁ ଦିଗପହଣ୍ଡି ବିଡିଓ, ବିକ୍ରମ କୁମାର ଦୋରା ଖଲ୍ଲିକୋଟ ବିଡିଓ, ଜୟଦେବ ଦାସ କେ.ନୂଆଗାଁ ବିଡିଓ, ଲକ୍ଷ୍ମଣ ସୋରେନ ତୁମୁଡ଼ିବନ୍ଧ ବିଡିଓ, ଶୁଭ୍ରାଂଶୁ ସାହୁଙ୍କୁ ପଟ୍ଟାମୁଣ୍ଡାଇ ବିଡିଓ, ଦେବବ୍ୟାସ ଭୋଇଙ୍କୁ କୋରାକୁଣ୍ଡା ବିଡିଓ, କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ନନ୍ଦାହାଣ୍ଡି ବିଡିଓ, ଶରତ ମଲ୍ଲିକଙ୍କୁ ବାଙ୍ଗିରିପୋଷି ବିଡିଓ, ଆଶୀଷ ତ୍ରିପାଠୀଙ୍କୁ କୋଷାମଗୁଣ୍ଡା ବିଡିଓ, ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଜି.ଉଦୟଗିରି ବିଡିଓ, ପ୍ରଦୀପ କୁମାର ସାହୁଙ୍କୁ ଆଠଗଡ଼ ବିଡିଓ, ସାଗର ପାଲୋଙ୍କୁ କଣ୍ଟାପଡ଼ା ବିଡିଓ, ମନୋଜ କୁମାର ପାଣିଗ୍ରାହୀ ତେନ୍ତୁଳିଖୁଂଟା ବିଡିଓ, ଜୟକୃଷ୍ଣ ପାତ୍ର ମୋରଡ଼ା ବିଡିଓ, ଦାଶରଥୀ ଜେନା ଡେରାବିଶ ବିଡିଓ, ଦୁଲାରାମ ମାରାଣ୍ଡି ହରିଚନ୍ଦନପୁର ବିଡିଓ, ଜର୍ଜ ଡୁଙ୍ଗଡୁଙ୍ଗ ସୁଲିଆପଡ଼ା ବିଡିଓ, ସୁନୀଲ ଖୋରା କଲ୍ୟାଣସିଂହପୁର ବିଡିଓ, ପ୍ରୀତମ କୁମାର ତନ୍ତୀ ମୁନିଗୁଡ଼ା ବିଡିଓ, ଡଃ ଇପସିତା ପାତ୍ର ବଲାଙ୍ଗିର ବିଡିଓ, କରିସ୍ମା ବେସ୍ରା ଗୁଣୁପୁର ବିଡିଓ, ସତ୍ୟଜିତ ମହାନ୍ତ ବସ୍ତା ବିଡିଓ, ପୃଥ୍ୱୀରାଜ ପରିଡ଼ା ସିମୂଳିଆ ବିଡିଓ, ରାହୁଲ ମଣ୍ଡଳ ନୀଳଗିରି ବିଡିଓ, ଧନାଇ ଚରଣ ଟୁଟୁ କୁସୁମି ବିଡିଓ, ଅନୁରାଗ ମିଶ୍ର ଲହୁଣୀପଡ଼ା ବିଡିଓ, ସୁରେନ୍ଦ୍ରନାଥ ସାହୁ ଆଳି ବିଡିଓ, ଲୋକନାଥ ଶବର ନୂଆଗଡ଼ା ବିଡିଓ, ଦୁର୍ଯ୍ୟୋଧନ ଭୋଇ ପାଇକମାଳ ବିଡିଓ, ରାମକୃଷ୍ଣ ମିଶ୍ର ଝାରବନ୍ଧ ବିଡିଓ, ଲାବଣ୍ୟେନ୍ଦୁ ମହାନ୍ତି ଡେଲାଙ୍ଗ ବିଡିଓ, ନମିତା ବାରିକ ତିହିଡି ବିଡିଓ ସୁଶାନ୍ତ କୁମାର ବରାଳ ବରୀ ବିଡିଓ ଓ ସନ୍ତୋଷ କୁମାର ଜେନାଙ୍କୁ ଓଡଗାଁ ବିଡିଓ ଭାବେ ବଦଳି କରାଯାଇଛି

