ଅଧ୍ୟକ୍ଷ ଚୌକି ଛାଡ଼ିବେ ସୂର୍ଯ୍ୟ ; ଚଢିବେ ନୀଳମାଧବ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ର ବର୍ତ୍ତମାନ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିବା ଅଧ୍ୟକ୍ଷ ସୂର୍ଯ୍ୟ ନାରାଣ ପଣ୍ଡା ଙ୍କ ସ୍ଥାନରେ ପ୍ରାଧ୍ୟାପକ ନୀଳମାଧବ ଦାଶ ଅଧ୍ୟକ୍ଷ ଭାବେ ଚୌକି ସମ୍ଭାଳିବେ । ଉଚ୍ଚ ଶିକ୍ଷା ବିଭାଗର ପତ୍ର ନମ୍ବର୍ ୨୬୦୪୭ ତା:୨୪.୬.୨୨ ରିଖ କ୍ରମେ ସୂର୍ଯୟନାରାୟଣ ପଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଏଠାରେ ତାଙ୍କରି ଠାରୁ ବରିଷ୍ଠ ଅଧ୍ୟାପକ ମାନେ ରହିଥିବା ବେଳେ ଶ୍ରୀ ପଣ୍ଡା ଏହି ଦାୟିତ୍ଵ ଗ୍ରହଣ କରିବା ଅଧ୍ୟାପକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । କେବଳ ଗୁଣପୁର ମହା ବିଦ୍ୟାଳୟ ରେ ନୁହଁ ରାଜ୍ୟର ଅନେକ ମହାବିଦ୍ୟାଳୟରେ ସମାନ ପରିସ୍ଥିତି ଦେଖା ଦେଇଥିଲା । ରାଜ୍ୟ ସରକାରଙ୍କ ଏଭଳି ପାତର ଅନ୍ତର ନୀତି କୁ ବରିଷ୍ଠ ଅଧ୍ୟାପକ ମାନେ ବିରୋଧ କରିଥିଲେ ।ଶେଷରେ ରାଜ୍ୟ ସରକାର ତାଙ୍କର ମତ ବଦଳାଇ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରି ,ବରିଷ୍ଠ ଅଧ୍ୟାପକ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିବା ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏହି କ୍ରମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନମ୍ବର୍ ୫୩୩୯୧ ତା:୨୮.୧୨.୨୨ ରିଖ ରେ ବରିଷ୍ଠ ଅଧ୍ୟାପକ ଙ୍କୁ ଦାୟୀତ୍ବ ହସ୍ତାନ୍ତର କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ପରନ୍ତୁ,ଗୁଣପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ବରେ ଥିବା ସୂର୍ଯ୍ୟ ନାରାୟଣ ପଣ୍ଡା ଏଯାଏଁ ଦାୟୀତ୍ବ ହସ୍ତାନ୍ତର କରିନଥିବା ଘଟଣା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏତେଦିନ ହେବ ନିର୍ଦ୍ଧେଶ ପାଇଥିବା ସତ୍ତ୍ୱେ ଦାୟୀତ୍ବ ହସ୍ତାନ୍ତର କରୁ ନଥିବାରୁ ପଣ୍ଡା ସାର୍ ଙ୍କୁ ଚୌକିର ମୋହ ଛାଡୁନିକି ବୋଲି ପ୍ରଶ୍ନ ଉଠିଛି । ତେବେ ଦେଖିବାକୁ ରହିଲା ପାଣ୍ଡା ସାର୍ କେବେ ଗାଦି ଛାଡ଼ିବେ ।

Leave a Reply

Your email address will not be published. Required fields are marked *