ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଋତୁ ଶ୍ରେଷ୍ଠ ବସନ୍ତର ଆଗମନ ସହିତ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ଉତ୍ତରାୟଣ ଗତିର ପହିଲି କିରଣ ଆମ ସମସ୍ତଙ୍କ ଜୀବନରେ ନୂଆ ଆନନ୍ଦ, ନୂଆ ଉତ୍ସାହ ସହ ନୂଆ ସମ୍ଭାବନା ଆଣିଦେଉଥିବା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ରାୟଗଡା ଜିଲ୍ଲା ଗୁଣପୁର ବ୍ରାହ୍ମଣ ସମାଜ ଗୁଣପୁର ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟ ତୋଟା ରେ ନଗର ସମ୍ମିଳନୀ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ସହସ୍ରାଧିକ ବ୍ରାହ୍ମଣ ପରିବାର ଯୋଗଦେଇଥିଲେ । ଏଠାରେ ସମାଜ ତରଫରୁ ବିଶ୍ଵ ଶାନ୍ତି ଓ ଜଗତ ମଙ୍ଗଳ ସକାଶେ ଏକ ଯଜ୍ଞ କରାଯାଇଥିଲା । ଆୟୋଜିତ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖେଳ କୁଦ ସହ ବନ୍ଧୁତା ପୁର୍ଣ୍ଣ ସ୍ନେହ ଓ ଆଦର ବାଣ୍ଟି ବ୍ରାହ୍ମଣ ପରିବାର ମଧ୍ୟରେ ଭାଇଚାରା ସୃଷ୍ଟି କରାଯାଉଥିବା ଦେଖିବାକୁ ମିଳିଥିଲା । ଆଗାମୀ ୩ବର୍ଷ ନିମନ୍ତେ ଯୋନ କମିଟି ଓ ପରାମର୍ଶ କମିଟି ଗଠନ କରାଯାଇ ଏମାନଙ୍କ ମାଧ୍ୟମରେ ଦାୟିତ୍ୱ ବଣ୍ଟନ କରାଯାଇଛି ।ସର୍ବୋପରି ନଗର ସଭାପତି ଭାବେ ଶ୍ରୀ ପତିତପାବନ ପାଢ଼ୀ,ନଗର କାର୍ଯ୍ୟ କାରୀ ସଭାପତି ଭାବେଶ୍ରୀ ନରସିଂହ ଶତପଥୀ,ଉପ ସଭାପତି ଭାବେ ଶ୍ରୀ ଲୋକନାଥ ପାଢ଼ୀ ଭାବେ,ଉପ ସଭାପତି ଭାବେ ଶ୍ରୀ ଶିଵ ପ୍ରସାଦ ମିଶ୍ର ,ସାଧାରଣ ସମ୍ପାଦକ ଭାବେ ଶ୍ରୀ ଟ୍ରିପତି ରଥ, ସହ ସମ୍ପାଦକ ଭାବେ ଶ୍ରୀ ଶ୍ରୀନିବାସ ଖ।ଡାଙ୍ଗ। ,ସହ ସମ୍ପ।ଦକ ଭାବେଶ୍ରୀ ଅନୀଲ ଶତପଥୀ ,କୋଷାଧ୍ୟକ୍ଷ ଭାବେ ଶ୍ରୀ ପଞ୍ଚାନନ ପଣ୍ଡା , କାର୍ଯ୍ୟାଳୟ ସମ୍ପାଦକ ଭାବେ ଶ୍ରୀ କେଦାର ସାହୁ ,ଯୋନ ପ୍ରମୁଖ ଙ୍କ ସଂଯୋଜକ ଭାବେ ଶ୍ରୀ ଅଜିତ ପଣ୍ଡା ଙ୍କୁ ମନୋନୟନ କରାଯାଇ ଉତ୍ତରଦାୟିତ୍ୱ ଅର୍ପଣ କରାଯାଇଛି । ନଗର ସମ୍ମିଳନୀ ପୂର୍ଣ୍ଣ ସଫଳତାର ସଂକେତ ଦେଇଛି । କାର୍ଯ୍ୟକ୍ରମର ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସମସ୍ତେ ସହ ଭାଗୀତ ହୋଇଥିଲେ ।ଏଭଳି ସମସ୍ତଙ୍କ ସକାରାତ୍ମକ ଚିନ୍ତନ ରହିଲେ ଆଗାମୀ କାର୍ଯ୍ୟକ୍ରମ ସବୁ ଆମର ମହାନ ସଫଳତାର ପରିଚୟ ସୃଷ୍ଟିକରିବ ଏବଂ ଏକ ପ୍ରତିଷ୍ଠିତ ସମାଜ ସୃଷ୍ଟି କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ଆୟୋଜକ ମଣ୍ଡଳୀ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here