!!! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରୁ ଜଗନ୍ ସୁବୁଦ୍ଧି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ LIVE (ବାଲୁଗାଁ) – ବହୁ ବର୍ଷ ଧରି ବାଲୁଗାଁ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଏନ୍.ଏ.ସି ର ମାନ୍ୟତା ପାଇବା ପରେ ମଧ୍ୟ ସହର ର ମୁଖ୍ୟ ପେଣ୍ଠ ସ୍ଥଳ ଗାନ୍ଧୀ ଛକ ଠାରେ ପ୍ରତ୍ୟେକ ଦିନ ଯାନ ବାହାନ ର ନାହିଁ ନଥିବା ଭିଡ ଦେଖିବାକୁ ମିଳେ ।

ବାଣପୁର ଏନ୍ ଏ ସି ଠାରୁ ବାଲୁଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିମନ୍ତେ ରେଳ ଧାରଣା ଫାଟକ ତଥା ଗୋପୀନାଥପୁର ଛକ ଠାରେ ସରକାର ଙ୍କ ପକ୍ଷରୁ ଏକ ଫ୍ଲାଏଓଭର ବ୍ରିଜ୍ ର ନିର୍ମାଣ ନିମନ୍ତେ ଏକ ପ୍ରକଳ୍ପ ବହୁ ଟଙ୍କା ଅଟକଳ ରେ ମଞ୍ଜୁର ହୋଇଥିଲେ ସୁଦ୍ଧା ଆଜକୁ ଦୀର୍ଘ ୭ ବର୍ଷ ଧରି କାର୍ଯ୍ୟରତ ଅଛି ।

ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ର କାର୍ଯ୍ୟ ଶେଷ ହେଉ ନଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ର ଏଥି ପ୍ରତି କୌଣସି ନିଘା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।

ପ୍ରତ୍ୟେକ ଦିନ ମୁଖ୍ୟ ରାସ୍ତା ରେ ସହ ସହ ଯାନ ବାହାନ ଅଟକି ରହୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ିବାର ଲାଗିଛି ।

ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ସହର ବାସୀ ଙ୍କ ଟ୍ରାଫିକ ସମସ୍ୟା ର ଦୁଃଖ ଦୁର ହୋଇ ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

ଏହି ଫ୍ଲାଏ ଓଭର ବ୍ରିଜ୍ ର କାର୍ଯ୍ୟ ଯଥା ଶୀଘ୍ର ପରିସମାପ୍ତି କରାଇ ଟ୍ରାଫିକ ସମସ୍ୟା ଦୁର କରାଯିବା ନେଇ ନିର୍ବାଚନ ବେଳେ ସ୍ଥାନୀୟ ରାଜନୈତିକ ପ୍ରତି ନିଧି ମାନେ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଥିବା ବେଳେ ଦୁଇ ଦୁଇ ଟି ନିର୍ବାଚନ ପରି ସମାପ୍ତି ହୋଇ ସାରିଥିଲେ ମଧ୍ୟ ଓଭର ବ୍ରିଜ୍ କାର୍ଯ୍ୟ ସମାପ୍ତି ହୋଇପାରୁନଥିବାରୁ ଏହା ଆଉ କେତୋଟି ନିର୍ବାଚନ ଦେଖିବ ବୋଲି ବୁଦ୍ଧି ଜିବି ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଯଥା ଶୀଘ୍ର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଟ୍ରାଫିକ ସମସ୍ୟା ଦୁର କରିବା ନିମନ୍ତେ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here