ଚଇତି ଉଦଯାପନ ଉତ୍ସବ ମଞ୍ଚରେ କବୟିତ୍ରୀ ଙ୍କୁ ଅସମ୍ମାନ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ତିନି ଦିନ ଧରି ସ୍ଥାନୀୟ ନୂତନ ବଷ୍ଟାଣ୍ଡ ସ୍ଥିତ ଚଇତି ମଣ୍ଡପ ଠାରେ ଜିଲ୍ଲା ଚଇତି କମିଟି ଆନୁକୁଲ୍ୟରେ ଚାଲି ଥିବା ଉପଖଣ୍ଡ ଚଇତି ର ସଂସ୍କୃତି ମହୋତ୍ସବ ” ଇଡାଇ ଇଡିତାଲ ” ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆଜି ମୁଖ୍ଯ ଅତିଥି ଭାବେ ଆଇନ ଓ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର କୁମାର ଦାଶ, ପଛୁଆବର୍ଗ କଲ୍ୟାଣ ଯୋଜନା ବୋର୍ଡ ଉପଦେଷ୍ଟା ପୃଥିବୀରାଜ ସାହୁ ଯୋଗଦେଇ କଳା ସଂସ୍କୃତି, ଐତିହ୍ୟ କୁ ଲୋକ ଲୋଚନକୁ ଆଣିବା ନିମନ୍ତେ ରାଜ୍ୟ ସରକାର ତୃଣମୂଳ ସ୍ତରରୁ ଜିଲାସ୍ତରୀୟ ପର୍ଯ୍ୟନ୍ତ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଥାଲେ ।

ବିଶେଷ କରି ଏହି ଅଞ୍ଚଳର ସ୍ବର୍ଗତ ରଘୁନାଥ ପାଣିଗ୍ରାହୀ, ଡଃ ଗିରିଧର ଗମାଙ୍ଗ କଳା କ୍ଷେତ୍ରରେ କିଭଳି ଅଗ୍ରଣୀ ଭୂମିକା ନିଭାଇଛନ୍ତି ତାହା ବର୍ଣ୍ଣନା କରିଥିଲେ । ଅଞ୍ଚଳ ର କଳା ସଂସ୍କୃତି ଦେଶ ବିଦେଶରେ ସୁନାମ ଆଣିବା ସକ୍ଷମ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଚଇତି କମିଟିର ଆବାହକ ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ତ୍ୱବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଇତି କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଲଳିତ କୁମାର କଅଁର ସଭାପତିତ୍ୱ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନୀତ ସମୟରେ ଜଣେ କବୟିତ୍ରୀ ତାଙ୍କ ରଚିତ କବିତା ନେଇ କିଛି କହୁଥିବା ବେଳେ ମଞ୍ଚ ଉପରେ ତାଙ୍କ ଠାରୁ ମାଇକ ଛଡାଇ ନେଇଥିବା ଘଟଣା କବି,ଲେଖକ ଓ ଗାଳ୍ପିକ ଙ୍କ ମନରେ କ୍ଷୋଭ ପରିପ୍ରକାଶ କରିଥିଲା । ଏହାକୁ ସମାଜ ପକ୍ଷରୁ ନିନ୍ଦା କରାଯାଇଛି । ନିକଟରେ ଉତ୍ସବ କମିଟି ସଦସ୍ୟ ଏବଂ ପ୍ରଶାସକ ଥାଇ ମଧ୍ୟ ନୀରବ ଦ୍ରଷ୍ଟା ସାଜିଥିବା ରୁ ଏହା ସେମାନଙ୍କ ସମ୍ଭାଷଣ ରେ କହୁଥିବା,”ଏହି ଉତ୍ସବ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନ କୁ ଆଣିବା ଏକ ଖୋଲା ମଞ୍ଚ” ଭାଷଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୁଣପୁର ଉପଖଣ୍ଡର ୨୫ଟି ଦଳ ଅଂଶଗ୍ରହଣ କରି ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ କୃଷ୍ଣ ଚନ୍ଦ୍ର ସେନାପତି ଓ ସୁଶ୍ରୀ ଇପ୍ସିତା ମିଶ୍ର ସଂଯୋଜନା କରିଥିଲେ। ଏତତ୍ ସହିତ ହାସ୍ୟ ଅଭିନେତା ଶଙ୍କର ଓ ପ୍ରଜ୍ଞା ଙ୍କ ହାସ୍ୟ ରୋଳ ର ଭରପୁର ମଜା ନେଇଥିଲେ ଦର୍ଶକ । ଅନ୍ତିମ ଦିବସରେ ଚଇତି ପଡ଼ିଆରେ ରେ ପ୍ରବଳ ଭିଡ଼ ଜମିଥିଲା। ସଭା ଶେଷରେ ବରିଷ୍ଠ ଆଇନଜୀବୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଇନ ଶୃଙ୍ଖଳା ବଜାୟ ନିମନ୍ତେ ଏସଡିପିଓ ବିକାଶ ଚନ୍ଦ୍ର ବେହୁରା ଏବଂ ଆଇଆଇସି ନିଳାମ୍ବର ଜାନୀ ଙ୍କ ନେତୃତ୍ୱରେ ପୋଲିସ , ଗୁଣପୁର ମହାବିଦ୍ୟାୟ ଓ ଥାୟରମ୍ମା ମହିଳା ମହାବିଦ୍ୟାଳୟ ର ଏନସିସି ସ୍ବେଛାସେବୀ ମାନେ ଉତ୍ସବ ପଡ଼ିଆରେ ନିୟୋଜିତ ରହି  ଶୃଙ୍ଖଳା ରକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ତହସିଲଦାର ଶରତ ଚନ୍ଦ୍ର ନାୟକ, ଆଇଟିଡିଏ ପିଏ ଲୋକନାଥ ଦଳବେହେରା,ବିଡ଼ିଓ ଶାନ୍ତି ପ୍ରଭା ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ପ୍ରଭାତୀ ଝୋଡ଼ିଆ, ପଦ୍ମପୁର ତହସିଲଦାର ରୀନା ପ୍ରଧାନ, ସହକାରୀ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀନିବାସ ଆଚାରି, ପଦ୍ମପୁର ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ, ଆରଏମସି ସମ୍ପାଦକ ଦଳପତି କାର୍ଜି, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସେକ୍ସନ ଅଫିସର ମନୋରଂଜନୀ କାର୍ଜି, ପରିଚାଳନା କରିଥିବା ବେଳେ ଏଥିରେ ନାଜିର ବସନ୍ତ କୁମାର ବେହେରା, ଗୋପୀନାଥ ରାଉତ, ଗିରିଧର ସାହୁ, ରାଧା କୃଷ୍ଣ ସେଠୀ ସହଯୋଗ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଓ ଅନନ୍ତ ପାତ୍ର ସୁଚାରୁ ରୂପେ ଶୃଙ୍ଖଳିତ ଭାବେ ୩ ଦିନ ଧରି ମଞ୍ଚ କାର୍ଯ୍ୟପରିଚାଳନା କରି ଦର୍ଶକ ଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

 

Leave a Reply

Your email address will not be published. Required fields are marked *