Site icon Ethara Sambhala

ରାମନାଗୁଡା ରେ ପ୍ରଥମ ଥାନା ଅଧିକାରୀ ଙ୍କ ଯୋଗଦାନ…!

!!! ରାୟଗଡ଼ ଜିଲ୍ଲା ରାମନାଗୁଡାରୁ ଶୁଭଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାମନାଗୁଡ଼ା) – ରାୟଗଡା ଜିଲ୍ଲା ରାମନାଗୁଡା ସଦର ରେବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାମନାଗୁଡାରେ ଥାନା ଆବଶ୍ୟକତା ରହୁଥିବାରୁ ରାମନାଗୁଡା ଫାଣ୍ଡି କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ୨୦୨୨ ମସିହା ଅଗଷ୍ଟ ମାସ ୨୭ ତାରିଖ ଦିନ ଥାନା ରେ ରୂପାନ୍ତରିତ ହେବା ନେଇ ଅନୁମୋଦନ କରିବା ପରେ ଭର୍ଚୁଆଲ ମାଧ୍ୟମରେ ଉଦ୍ ଘାଟିତ କରିଥିଲେ । ଉଦ୍ଘଟିଟ ହେବା ପରେ ଥାନା ରେ ନୂତନ ପ୍ରଥମ ଥାନା ଅଧିକାରୀ ରୂପେ ସୁନିତା ବେହେରା ଙ୍କୁ କାର୍ଯ୍ୟଭାର ପ୍ରଦାନ କରାଯାଇଛି । ସେ ଏଥି ପୂର୍ବରୁ ଗୁଣୁପୁର ଉପଖଣ୍ଡ ପୁଟାସିଂ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ ତାଙ୍କ ସଚ୍ଚୋଟ ପଣିଆ ସହ କର୍ତ୍ତବ୍ୟନିଷ୍ଠା ଯୋଗୁଁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଠାରେ ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସୁନିତା ବେହେରା ଙ୍କ କାର୍ଯ୍ୟ ରେ ଯୋଗଦାନ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର ହୋଇଛି । ବେଆଇନ ଗୋ ଚାଲାଣ ରୋକିବା ,ଚୋରି ରାହାଯାନୀ ରୁ ସାଧାରଣ ଲୋକ ଙ୍କୁ ମୁକ୍ତି ଦେବା ,ମୁଖ୍ୟ ବଜାର ର ଟ୍ରାଫିକ ସମସ୍ୟା ଦୂର କରିବା ଭଳି ଘଟଣା ଗୁଡିକ ନୂତନ ଥାନା ଅଧିକାରୀ ଙ୍କୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହି ସମସ୍ୟା ପ୍ରତି ସେ କିଭଳି ରୋକ ଲଗାଇବାରେ କେତେ ସଫଳ ହେଉଛନ୍ତି ତାହା ତାଙ୍କ କାର୍ଯ୍ୟ ଶୈଳୀ ଓ ଦକ୍ଷତା ପ୍ରତିପାଦିତ କରିବ । ନକ୍ସଲ ପ୍ରବଣ ରାମନାଗୁଡ଼ା ବ୍ଲକ ଅଞ୍ଚଳବାସୀ ସୁରକ୍ଷା ଦୃଷ୍ଟି କୋଣରୁ ଏଠାର ଗାଣ୍ଡିକୁ ଥାନାରେ ପରିଣତ କରିବା ନିମନ୍ତେ ଦୀର୍ଘ ବର୍ଷ ହେବ ଅଞ୍ଚଳବାସୀ ବାରମ୍ବାର ବାରମ୍ବାର ଦାବି କରି ଆସୁଥିଲେ । ଫାଣ୍ଡି କୁ ଥାନାରେ ପରିଣତ କରି ଏଠାରେ ଥାନା ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି।

Exit mobile version